ଜାଣନ୍ତୁ ପିସିଓଡିରେ ପୀଡ଼ିତା ସାରା କେମିତି ହେଲେ ୯୬ରୁ ୫୫ କିଲୋ


ନିଜର ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦ୍‌ସ୍ପନ୍ଦନ ପାଲଟିଥିବା ସାରା ଅଲୀ ଖାନ ୧୨ ଅଗଷ୍ଟରେ ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ଯଦିଓ ସାରା ଏ ପର୍ଯ୍ୟନ୍ତ କେବଳ ଦୁଇଟି ସିନେମାରେ କାମ କରିଛନ୍ତି, କିନ୍ତୁ ତାଙ୍କ ଅଭିନୟ, ଫ୍ୟାଶନ୍‌ ଓ ଫିଟ୍‌ନେସ୍‌ର ମଧ୍ୟ ଲକ୍ଷ ଲକ୍ଷ ଦୀୱାନା ଅଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଇଣ୍ଡଷ୍ଟ୍ରୀରେ ପାଦ ରଖିବା ପୂର୍ବରୁ ସାରାଙ୍କ ଓଜନ ୯୬ କିଲୋ ଥିଲା। କଲମ୍ବିଆ ୟୁନିଭର୍ସିଟିରେ ପାଠ ପଢ଼ିବା ସମୟରେ ତାଙ୍କ ଓଜନ ବଢ଼ିଯାଇଥିଲା। ସାରା ପିସିଓଡି ନାମକ ଏକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଓଜନ ଏତେ ବଢ଼ିଯାଇଥିବା ସାରା କହିଛନ୍ତି।

ପିସିଓଡ଼ି ପାଇଁ ବଢ଼ିଥିଲା ଓଜନ
ଏକ ତଥ୍ୟ ଅନୁସାରେ ଭାରତରେ ପ୍ରତ୍ୟେକ ୧୦ ଜଣରେ ଜଣେ ଝିଅ ପଲିସିଷ୍ଟିକ୍‌ ଓଭାରି ସିଣ୍ଡ୍ରୋମ୍‌ (ପିସିଓଡ଼ି)ର ଶିକାର ହୋଇଥାନ୍ତି। ପିସିଓଡି ରୋଗରେ ଶିକାର ମହିଳା ଓ ଯୁବତୀଙ୍କ ମେନ୍‌ଷ୍ଟ୍ରୁଆଲ ସାଇକେଲ ବିଗିଡ଼ିଯିବା ଫଳରେ ଓଭାରିରେ ଅତିରିକ୍ତ ଏଗ୍‌ସ ଜମା ହେବାରେ ଲାଗିଥାଏ। ଯାହା ଏକ ସିଷ୍ଟ ଆକାରର ହୋଇଯାଏ। ଏହାକୁ ଅପରେସନ୍‌ କରି ହଟାଇବା ପରେ ମଧ୍ୟ ପୁଣି ଥରେ ସିଷ୍ଟ ହୋଇଯାଇଥାଏ। ତେଣୁ ରୋଗୀଙ୍କୁ ଔଷଧ ଉପରେ ନିର୍ଭର କରିବାକୁ ପଡ଼ିଥାଏ।

କାର୍ଡିଓ ଓ ହେଭି ୱାର୍କଆଉଟ୍‌

ପିସିଓଡ଼ିରେ ପୀଡ଼ିତ ହୋଇଥିବା କାରଣରୁ ସାରାଙ୍କ ଓଜନ ବଢ଼ି ୯୬ କିଲୋ ହୋଇଯାଇଥିବାବେଳେ ଏହାକୁ କମାଇବା ଲାଗି ସେ ନିଜ ଲାଇପ୍‌ଷ୍ଟାଇଲ୍‌ରେ ବହୁତ କିଛି ପରିବର୍ତ୍ତନ ଆଣିଥିଲେ। ସେ ନିଜ ଡାଏଟ୍‌ରେ ପିଜା ସ୍ଥାନରେ ସାଲାଡ଼ ସାମିଲ୍‌ କରିଥିଲେ। ଆଳସ୍ୟ ତ୍ୟାଗ କରି ୱାର୍କଆଉଟ୍‌ ସହିତ ବନ୍ଧୁତା କରିଥିଲେ ସାରା। ସାରା କହିଛନ୍ତି ଯେ ଓଭରୱେଟ୍‌ ଥିବାରୁ ତାଙ୍କର ୱାର୍କଆଉଟ୍‌ର ଆରମ୍ଭ କାର୍ଡିଓ ଓ ହେଭି ୱାର୍କଆଉଟ୍‌ ଭଳି ବ୍ୟାୟାମରୁ କରିଥିଲେ। ଏହି ୱାର୍କଆଉଟ୍‌ରେ ୱାକିଂ, ସାଇକ୍ଲିଂ, ଟ୍ରେଡ୍‌ମିଲ୍‌ ଆଦି ସାମିଲ୍‌ ରହିଥିଲା। ଏହାବ୍ୟତୀତ ସାରା ସପ୍ତାହରୁ ୬ ଦିନ ନିୟମିତ ଭାବେ ବ୍ୟାୟାମ କରିଥାନ୍ତି, ଯେଉଁଥିରେ ପିଲେଟ୍‌ସ, ବକ୍ସିଂ ଓ କାର୍ଡିଓ ଆଦି ସାମିଲ୍‌ ରହିଛି। ଏସବୁ କରିବା ଦ୍ବାରା ସାରା ତାଙ୍କ ଓଜନକୁ ସଫଳତାର ସହ ୫୫ କିଲୋକୁ କମାଇପାରିଛନ୍ତି।

କିଟୋ ଡାଏଟ୍‌ ମଧ୍ୟ ଦେଇ ନ ଥିଲା ଫାଇଦା
ସାରା କହିଛନ୍ତି ଯେ ସେ ମଝିରେ କିଟୋ ଡାଏଟ୍‌ ମଧ୍ୟ ଟ୍ରାଏ କରିଥିଲେ। କିନ୍ତୁ ଏଥିରେ ତାଙ୍କୁ କୌଣସି ଫାଇଦା ମିଳି ନ ଥିଲା। ଏଥିପାଇଁ ସେ କିଟୋ ଡାଏଟ୍‌ ଅନୁସରଣ କରିବା ଛାଡ଼ି ଦେଇଥିଲେ। ଏହାପରେ ସାରା ଏଭଳି ଡାଏଟ୍‌ ଅନୁସରଣ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ପ୍ରକାରର ଖାଦ୍ୟ ୩ ଥର ଖାଇବାକୁ ପଡ଼ିଥାଏ। ସେଥିରେ ଚିକେନ୍‌ ଓ ଅଣ୍ଡା ମଧ୍ୟ ସାମିଲ୍‌ ରହିଛି। ଏହି ଡାଏଟ୍‌ ଅନୁସରଣ କରି ସାରା ନିଜ ଓଜନ ବହୁତ କମାଇପାରିଛନ୍ତି। ସାରା କହିଛନ୍ତି ଯେ ପ୍ରତ୍ୟେକ ଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ଜଣେ ବୋର୍‌ ହୋଇଯାଇଥାନ୍ତି। ଯାହାଫଳରେ ଭୋକ କମ୍‌ ଲାଗିଥାଏ। ଏପରି କରି ଆପଣ ନିଜ ଡାଏଟ୍‌ ଉପରେ ନିୟନ୍ତ୍ରଣ ରଖିପାରିବେ। କ୍ୟାଲୋରୀ କମ୍‌ କରୁଥିବା ଡାଏଟ୍‌ ଅନୁସରଣ କରିବା ଉଚିତ ବୋଲି ସାରା କହିଛନ୍ତି।

ସୁସ୍ଥ ରହିବାର ସିକ୍ରେଟ୍‌ ଘରେ ତିଆରି ଖାଦ୍ୟ
ସାରାଙ୍କୁ ଘରେ ତିଆରି ଖାଦ୍ୟ ଖାଇବା ବହୁତ ପସନ୍ଦ। ସୁସ୍ଥ ରହିବାର ଏହା ହେଉଛି ତାଙ୍କ ସିକ୍ରେଟ୍‌। ସାରା ରୁଟି, ଡାଲି, କମ୍‌ ଫ୍ରାଏ ହୋଇଥିବା ଭଜା, ଇଡ୍‌ଲି, ଏଗ୍‌ ହ୍ବାଇଟ୍‌ ଭଳି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହାବ୍ୟତୀତ ସାରା ସକାଳୁ ଉଠିବା ମାତ୍ରେ ୧ ଗ୍ଲାସ୍‌ ଗରମ ପାଣି ପିଇଥାନ୍ତି। ବ୍ୟାୟାମ କରିବା ପରେ ସାରା ମୁସଲି, ଫ୍ରୁଟ୍‌ସ, ଓଟ୍‌ସ, ଟୋଫୁ ଓ ପ୍ରୋଟିନ୍‌ ସେକ୍‌ ଭଳି ଖାଇବା ଓ ପିଇବାକୁ ପସନ୍ଦ କରନ୍ତି। ଯାହାଫଳରେ ତାଙ୍କ କ୍ୟାଲୋରୀ ବର୍ଣ୍ଣ ହେବାରେ ସାହାଯ୍ୟ ମିଳେ। ସାରା ଫାଷ୍ଟଫୁଡ୍‌ ଓ ଜଙ୍କଫୁଡ୍‌ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିଥାନ୍ତି।

ଯୋଗ ଓ କଥକ ନୃତ୍ୟ ମଧ୍ୟ ସହାୟକ
ଯୋଗ ଓ କଥକ ଡ୍ୟାନ୍ସ ମଧ୍ୟ ତାଙ୍କ ଓଜନ କମ୍‌ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସାରା କହିଛନ୍ତି। ସାରା କହିଛନ୍ତି ଯେ ପିସିଓଡିରୁ ରକ୍ଷା ପାଇବା ଲାଗି ସେ ଯୋଗ ଓ କଥକ କ୍ଲାସ୍‌ ନେବା ଆରମ୍ଭ କରିଥିଲେ। କିନ୍ତୁ ଏବେ ଏହା ତାଙ୍କ ରୁଟିନ୍‌ରେ ସାମିଲ୍‌ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।