ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ବାଗତ


ଭୁବନେଶ୍ୱର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ଦିନ ତାମିଲ୍‌ନାଡ଼ୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍‌ଭାବନା ଯାତ୍ରାକୁ ସ୍ବାଗତ କରାଯାଇଛି। ସୋମବାର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ଏହି ଜ୍ୟୋତିକୁ ସ୍ବାଗତ କରିବା ସହ ଏହାର ନେତୃତ୍ୱ ନେଇଥିବା ଏସ୍ଏସ୍ ପ୍ରକାଶମ୍‌ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟନାୟକ କହିଥିଲେ,  ସ୍ବର୍ଗତ ରାଜୀବ ଗାନ୍ଧି ଶାନ୍ତି ଓ ସଦ୍‌ଭାବନାର ପ୍ରତୀକ ଥିଲେ। ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ। ତାଙ୍କ ସ୍ମୃତିକୁ ମନେରଖିବା ପାଇଁ ୨୮ ବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେଉଥିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ। ପଟ୍ଟନାୟକ ଜ୍ୟୋତି ସହ ଆସିଥିବା ଏସ୍ ଏସ୍ ପ୍ରକାଶମ୍‌, ଗୋମଥିସନ୍‌ ଆୟାର, ଦୋରାଇ ଭେଲୁ, ସୁଶିଳା ପ୍ରମୁଖ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଜ୍ୟୋତି ସନ୍ଧ୍ୟାରେ କଂଗ୍ରେସ ଭବନ କାର୍ଯ୍ୟାଳରେ ପହଞ୍ଚିବାପରେ ନେତୃବୃନ୍ଦମାନେ ସ୍ବାଗତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିକ ଅହମ୍ମଦ ଖାଁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସତ୍ୟସ୍ମିତ ମହାନ୍ତି, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯାତ୍ରା କଟକ, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ଓ ୨୦ ତାରିଖ ରାଜୀବ ଗାନ୍ଧିଙ୍କ ଜୟନ୍ତି ଉତ୍ସବ ଦିନ ନୂଆଦିଲ୍ଲୀ ଠାରେ ସମାପନ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।