ବିବାହ ପାଇଁ ୠଣ ନେଉଛନ୍ତି ଭାରତୀୟ ଯୁବବର୍ଗ

ଆଗରେ ଚେନ୍ନାଇ, ପଛକୁ ରହିଛି ମୁମ୍ବାଇ ଓ ଦିଲ୍ଲୀ

ଆମ ଦେଶର ଯୁବବର୍ଗ ନେଉଥିବା ମୋଟ ୠଣର ୨୦ ପ୍ରତିଶତ ୠଣ ନିଜ ବିବାହ ପାଇଁ ନେଉଥିବାର ଏକ ଚମକପ୍ରଦ ତଥ୍ୟ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍‌ଲାଇନ ୠଣ ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଲେଣ୍ଡ୍‌ସ ଦ୍ବାରା ନିକଟରେ ଦେଶର ପ୍ରମୁଖ ୬ଟି ସହରରେ କରାଯାଇଥିବା ସର୍ଭେରୁ ଏଭଳି ୠଣ ଆବଶ୍ୟକତା ସମ୍ପର୍କିତ ଅନେକ ରୋଚକ କାରଣ ସାମ୍ନାକୁ ଆସିଛି। ଚେନ୍ନାଇର ୨୪ ପ୍ରତିଶତ ଯୁବବର୍ଗ ନିଜର ବିବାହ ପାଇଁ ୠଣ ଯୋଗାଡ଼ କରିଥାନ୍ତି। ଏହା ପଛକୁ ରହିଛି ମୁମ୍ବାଇ ଏବଂ ଦିଲ୍ଲୀ। ଇଣ୍ଡିଆ ଲେଣ୍ଡ୍‌ସ ଦେଶର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଳୁରୁ ସମେତ ୬ଟି ମେଟ୍ରୋରେ ୠଣ ଆବେଦନ ପତ୍ର ଗୁଡ଼ିକୁ ତର୍ଜମା କରିବା ସହିତ ୨୦ରୁ ୩୦ ବର୍ଷ ବୟସର ୫୨୦୦ ଉତ୍ତରଦାତାଙ୍କ ସାକ୍ଷାତକାର ନେଇଥିଲା। ସଂସ୍ଥା ମେଟ୍ରୋର ଯୁବପିଢ଼ିଙ୍କ ୠଣ ଆବଶ୍ୟକତା ମୁଡ୍‌ ଜାଣିବା ପାଇଁ ଚାହିଁଥିଲା।

ଚାକିରି କରୁଥିବା ଓ ନିଜ ପ୍ରଚେଷ୍ଟାରେ ବ୍ୟବସାୟ ବା ସ୍ବାବଲମ୍ବୀ ହୋଇଥିବା ଯୁବକମାନଙ୍କୁ ୠଣର ଆବଶ୍ୟକତା ରହିଛି କି ନାହିଁ? ଯଦି ଅଛି, ତାହା ହେଲେ କେତେ ପରିମାଣର ଏବଂ ସେମାନେ ୠଣ କାହିଁକି ନେବାକୁ ଚାହୁଁଛନ୍ତି ଆଦି ପ୍ରଶ୍ନ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ମେଟ୍ରୋର ଅଧିକାଂଶ ଯୁବବର୍ଗ ନିଜ ବିବାହରେ ଖର୍ଚ୍ଚ କରିବା ପାଇଁ ଚାହାନ୍ତି ଓ ହାତଖୋଲା ଖର୍ଚ୍ଚ କରିବାକୁ ପଛାଉ ନ ଥିବାରୁ ଏଥି ନିମନ୍ତେ ୠଣ କରିବାକୁ ଚାହୁଛନ୍ତି। ଖାସ୍‌ ଏଥିପାଇଁ ସେମାନେ ୠଣ ଉପରେ ନିର୍ଭରଶୀଳ ହୋଇଥାନ୍ତି। ବିବାହ ପରେ ଦ୍ବିତୀୟ ସଂଖ୍ୟାଧିକ ଯୁବବର୍ଗଙ୍କ ୠଣ ଆବଶ୍ୟକତା ଟ୍ରାଭେଲିଂ ପାଇଁ ପଡ଼ିଥାଏ। ହାଇଦ୍ରାବାଦର ୨୨ ପ୍ରତିଶତ ଯୁବବର୍ଗ ବୁଲାବୁଲି କରିବା ଖର୍ଚ୍ଚ ଭରଣା କରିବା ପାଇଁ ୠଣ ଉପରେ ନିର୍ଭର କରିଥାନ୍ତି। ସେହିପରି ଦିଲ୍ଲୀର ସଂଖ୍ୟାଧିକ ଯୁବବର୍ଗ ଲାଇଫଷ୍ଟାଇଲ ପାଇଁ ୠଣ ଲୋଡ଼ିଥାନ୍ତି। ଫ୍ୟାଶନ, ଗାଡ଼ି, ହୋଟେଲ, ସିନେମା ଘର ଓ କ୍ଲବ ବା ଜିମ୍‌ର ସଦସ୍ୟତା ପାଇଁ ସେମାନେ ୠଣ ଆବଶ୍ୟକ କରିଥାନ୍ତି। ଜୀବନଶୈଳୀ ପାଇଁ ୠଣ ନେବା ବିଞତାର ପରିଚାୟକ ହୋଇ ନ ଥିଲେ ହେଁ ଦିଲ୍ଲୀର ଯୁବବର୍ଗ ଏହାକୁ ପସନ୍ଦ କରିଥାନ୍ତି।

ଡିଜିଟାଲ ଲେଣ୍ଡିଙ୍ଗ ପ୍ଲାଟଫର୍ମ ଇଣ୍ଡିଆ ଲେଣ୍ଡ୍‌ସର ସଦ୍ୟତମ ସର୍ଭେ ଅନୁଯାୟୀ ୨୦୧୮-୧୯ ବର୍ଷରେ ମାତ୍ର ୧୧ ପ୍ରତିଶତ ଏହି ବୟସର ଯୁବକ ଯୁବତୀ ନିଜର ବ୍ୟବସାୟ ଆରମ୍ଭ ପାଇଁ ୠଣ ଲୋଡ଼ୁଥିବା ବେଳେ ୧୯ ପ୍ରତିଶତ ଯୁବକ ଟ୍ରାଭେଲକୁ ପସନ୍ଦ କରନ୍ତି। ୭ ପ୍ରତିଶତ ଲାଇଫଷ୍ଟାଇଲ ଖର୍ଚ୍ଚ ପାଇଁ ୠଣ ଲୋଡ଼ୁଥିବା ବେଳେ ଦିଲ୍ଲୀରେ ଏହି ପ୍ରତିଶତ ବହୁତ ଅଧିକ ଥିବା ଅନୁଶୀଳନରୁ ଜଣାପଡ଼ିଛି। ଦେଶର ୬ ପ୍ରମୁଖ ସହର ଯଥା ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ, ଚେନ୍ନାଇ ଏବଂ କୋଲକାତାର ଯୁବବର୍ଗଙ୍କୁ ୠଣ ଆବଶ୍ୟକତା କେଉଁ କ୍ଷେତ୍ର ପାଇଁ କେତେକ ରହିଛି, ତାହା ଏହି ସର୍ଭେରେ ପଚରା ଯାଇଥିଲା।

ବିବାହ, ଷ୍ଟାର୍ଟଅପ୍‌, ଶିକ୍ଷା, ଟ୍ରାଭେଲ, ଲାଇଫଷ୍ଟାଇଲ, ଘର ମରାମତି, ବାଇକ୍‌ ଓ ଅନ୍ୟାନ୍ୟ ଗାଡ଼ି କ୍ରୟ, ଅକସ୍ମାତ ଖର୍ଚ୍ଚର ଭରଣା ଆଦି ୭ଟି ବର୍ଗରେ ୠଣ ଆବଶ୍ୟକତା ନିର୍ଦ୍ଧାରଣ କରାଯାଇଥିଲା। ମୁମ୍ବାଇର ୨୨ ପ୍ରତିଶତ ଯୁବବର୍ଗ ବିବାହ ପାଇଁ ୠଣ ନେବାକୁ ପସନ୍ଦ କରୁଥିବା ସୂଚାଇଥିବା ବେଳେ ୨୦ ପ୍ରତିଶତ ଟ୍ରାଭେଲ ପାଇଁ ନେଇଥିବା ସାକ୍ଷାତକାରରେ କହିଥିଲେ। ଦିଲ୍ଲୀର ୨୦ ପ୍ରତିଶତ ଯୁବବର୍ଗ ନିଜ ବିବାହ ପାଇଁ ୠଣ ନେବାକୁ ଚାହିଁବେ ବୋଲି ଉଲ୍ଲେଖ କରିଥିଲେ। ସେହିପରି ୧୮ ପ୍ରତିଶତ ଶିକ୍ଷା ଓ ୧୫ ପ୍ରତିଶତ ଟ୍ରାଭେଲ ଏବଂ ୧୪ ପ୍ରତିଶତ ଷ୍ଟାର୍ଟଅପ୍‌ ପାଇଁ ୠଣ କରିବେ ବୋଲି କହିଥିଲେ। ବେଙ୍ଗାଳୁରୁର ସର୍ବାଧିକ ଯୁବବର୍ଗ ଶିକ୍ଷା ୠଣ ଓ ଷ୍ଟାର୍ଟଅପ୍‌ ପାଇଁ ୠଣ ନେବାକୁ ପସନ୍ଦ କରିବେ ବୋଲି କହିଥିବା ବେଳେ କୋଲକାତାର ଯୁବକମାନେ ଘର ମରାମତି ଓ ଲାଇଫ ଷ୍ଟାଇଲ ପାଇଁ ୠଣ ଦରକାର ବୋଲି ଉତ୍ତର ରଖିଥିଲେ। ବିବାହ ପାଇଁ ୠଣ ଲଗାଣକାରୀ ସଂସ୍ଥାମାନେ ସହଜରେ ୠଣ ପ୍ରଦାନ କରୁଥିବାରୁ ଏବଂ ଯୁବପିଢ଼ି ବିବାହକୁ ସ୍ମରଣୀୟ କରି ରଖିବାର ମାନସିକତା ରଖିଥିବାରୁ ଆମ ଦେଶର ବର୍ତ୍ତମାନର ଯୁବପିଢ଼ି ନିଜ ବିବାହରେ ୠଣ ନେଇ ଖର୍ଚ୍ଚ କରିବା ପସନ୍ଦ କରୁଥାଇ ପାରନ୍ତି ବୋଲି ଏହି ସର୍ଭେ ଆଧାରରେ ପ୍ରତିକ୍ରିୟା ଦେଇ କହନ୍ତି ଜଣେ ୠଣ ନେଣଦେଣ ଗବେଷକ ସି.ଆର.ଚନ୍ଦ୍ରଶେଖର।

ମାଳ ମାଳ ବିଞାପନ
ନିଜର ସ୍ବପ୍ନର ବିବାହର ଯୋଜନାରେ ଟଙ୍କା ବାଧକ ସାଜିଛି କି? ଆପଣଙ୍କର ବିବାହ ପାଇଁ ଆମେ  ଆପଣଙ୍କୁ ପର୍ସନାଲ ଲୋନ୍‌ ଦେଉଛୁ। ଆପଣ ଏଥିରେ ସୁନ୍ଦର ଭେନ୍ୟୁ, ସ୍ବାଦିଷ୍ଟ ମେନୁ, ସୁନ୍ଦର ସାଜସଜ୍ଜା ଓ ସର୍ବଶ୍ରେଷ୍ଠ କ୍ୟାଟରିଂ ଏବଂ ଆହୁରି ବହୁତ କିଛି ବାଛିପାରିବେ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆମ ଠାରୁ ୠଣ ନିଅନ୍ତୁ ଓ ୪୫ ପ୍ରତିଶତ କମ୍‌ ଇଏମ୍‌ଆଇରେ ପରିଶୋଧ କରନ୍ତୁ। ଏପରି ଅନେକ ପ୍ରକାର ଲୋଭନୀୟ ଶବ୍ଦର ସମାହାରରେ ପ୍ରସ୍ତୁତ ହୋଇଥିବା ଏହି ବିଞାପନ ହେଉଛି ବଜାଜ ଫିନସର୍ଭର। ଆଇସିଆଇସିଆଇ, ଆନ୍ଧ୍ର ବ୍ୟାଙ୍କ, ଆକ୍ସିସ, ଏଚ୍‌ଡିଏଫ୍‌ସି ଭଳି ବ୍ୟାଙ୍କ ଗୁଡ଼ିକ ‘ୠଣ ନିଅ ଆଉ ବିବାହ କର’ର ବିଞାପନ ଦେଇ ସୀମିତ ରୋଜଗାର କରୁଥିବା ଯୁବବର୍ଗଙ୍କୁ ଆକର୍ଷିତ କରନ୍ତି। ମେଟ୍ରୋରେ ୠଣ ପ୍ରଦାନକାରୀ ଅନୁଷ୍ଠାନ ଅଧିକ ସଂଖ୍ୟକ ଓ ସେଠାରେ ଶୀଘ୍ର ୠଣ ପ୍ରକ୍ରିୟାକରଣ ପାଇଁ ଭିତ୍ତିଭୂମି ଥିବାରୁ ବିବାହ ପାଇଁ ୠଣ ପଛରେ ପଡ଼ିଛି ବର୍ତ୍ତମାନର ଯୁବପିଢ଼ି।

ସବୁ ସହରର ଯୁବପିଢ଼ି ଯେ ବିବାହ ପାଇଁ ୠଣ ଉପରେ ନିର୍ଭରଶୀଳ, ଏକଥା ନୁହେଁ। ମାୟାନଗରୀ ମୁମ୍ବାଇର ଯୁବବର୍ଗ ସ୍ବପ୍ନର ବିବାହକୁ ସ୍ମରଣୀୟ କରାଇବା ପାଇଁ ୠଣ ଲୋଡ଼ୁଥିବା ବେଳେ ଦିଲ୍‌ବାଲାଙ୍କ ସହର ଦିଲ୍ଲୀରେ ଲାଇଫଷ୍ଟାଇଲ ଖର୍ଚ୍ଚ ଯୁବବର୍ଗଙ୍କୁ ବାନ୍ଧିରଖିଛି। ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଳୁରୁର ଯୁବକମାନେ ଶିକ୍ଷା ପାଇଁ ୠଣ ଲୋଡ଼ୁଥିବା ବେଳେ ତେଲେଙ୍ଗାନାର ଆଇଟି ହବ୍‌ ହାଇଦ୍ରାବାଦର ଯୁବବର୍ଗ ଟ୍ରାଭେଲ ପାଇଁ ମନ ବଳାଉଥିବା ଏହି ସର୍ଭେରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।