ରେଡିଓଆକ୍ଟିଭିଟିରୁ ରକ୍ଷା କରେ ଲଦାଖର ସଞ୍ଜିବନୀ ରୋଡିଓଲା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିବା ସମୟରେ ଲଦାଖରେ ଦେଖାଯାଉଥିବା ଉକ୍ତ ଜଡ଼ିବୁଟି ସମ୍ପର୍କରେ ସୂଚନା ଦେଇଥିଲେ, ଯାହାକୁ ରାମାୟଣରେ ବର୍ଣ୍ଣିତ ସଞ୍ଜିବନୀ ବୋଲି କୁହାଯାଏ। ବୈଜ୍ଞାନିକଙ୍କ କହିବାନୁସାରେ ରାମାୟଣରେ ଲକ୍ଷ୍ମଣଙ୍କୁ ଜୀବନଦାନ ଦେଇଥିବା ଜଡ଼ିବୁଟି  ସଞ୍ଜିବନୀ ଖୋଜିବା ଶେଷ ହୋଇଯାଇଛି। ଏହି ଜଡ଼ିବୁଟିକୁ ଲଦାଖର ସ୍ଥାନୀୟ ଲୋକେ ‘ସୋଲୋ’ କହିଥାନ୍ତି। ଏହି ଜଡ଼ିବୁଟି ହିମାଳୟ ପର୍ବତର ଏତେ ଉଚ୍ଚରେ ମିଳିଥାଏ, ଯେଉଁଠି ଜୀବନ ବଞ୍ଚାଇ ରଖିବା ଏକ ଚ୍ୟାଲେଞ୍ଜ ହୋଇଥାଏ।

ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ବୈଜ୍ଞାନିକଙ୍କ କହିବାନୁସାରେ ଏହା ଏକ ଚମତ୍କାରୀ ଜଡ଼ିବୁଟି। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ କରିପାରେ ଓ ଉଚ୍ଚ ବାତାବରଣରେ ଶରୀରକୁ ଖାପଖୁଆଇବାରେ ସାହାଯ୍ୟ କରିଥାଏ। ଏହି ଜଡ଼ିବୁଟିର ସବୁଠାରୁ ବଡ଼ ଗୁଣ ହେଉଛି, ଏହା ରେଡ଼ିଓଆକ୍ଟିଭିଟିରୁ ମଧ୍ୟ ରକ୍ଷା କରିଥାଏ। ବୈଜ୍ଞାନିକମାନେ ଏହି ଜଡ଼ିବୁଟିର ନାମ ରୋଡିଓଲା ରଖିଛନ୍ତି। ଅତି ଉଚ୍ଚ ଏବଂ ଅତ୍ୟଧିକ ଥଣ୍ଡା ସ୍ଥାନରେ ଏହି ରୋଡ଼ିଓଲା ଜଟିବୁଟି ମିଳିଥାଏ। ଏହାର ପତ୍ରକୁ ଲୋକେ ତରକାରୀରେ ବ୍ୟବହାର ମଧ୍ୟ କରିଥାନ୍ତି।

ଅନେକ ରୋଗର ଚିକିତ୍ସା ପାଇଁ ହୋଇଥାଏ ବ୍ୟବହାର
ଲେହ ସ୍ଥିତ ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ଆପ୍ଲିଟ୍ୟୁଡ୍‌ ରିସର୍ଚ୍ଚ (ଡିଆଇଏଚ୍‌ଏଆର୍‌)ର ଗବେଷଣାରୁ ଜଣାପଡ଼ିଛି ଯେ ରୋଡିଓଲାର ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରାଯାଇପାରିବ। ଡିଆଇଏଚ୍‌ଏଆର୍‌ର ନିର୍ଦେଶକ ଆର୍‌. ବି ଶ୍ରୀବାସ୍ତବ କହିଛନ୍ତି ଯେ ରୋଡ଼ିଓଲା ଏକ ଆଶ୍ଚର୍ଯ୍ୟଜନକ ବୃକ୍ଷ, ଯାହା ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। କଠିନ ଜଳବାୟୁ ସ୍ଥାନରେ ଶରୀରକୁ ଅନୁକୂଳ କରିଥାଏ ଓ ରେଡ଼ିଓଆକ୍ଟିଭିଟିରୁ ରକ୍ଷା କରିଥାଏ। ଏହି ବୃକ୍ଷରେ ସେକେଣ୍ଡାରୀ ମେଟାବୋଲିଟିସ୍ ଓ ଫିଟୋଆକ୍ଟିଭ୍‌ ଗୁଣ ମିଳିଥାଏ। ଯାହା ଏକ ବିଶେଷ ତତ୍ତ୍ବ ଅଟେ ବୋଲି ଶ୍ରୀବାସ୍ତବ କହିଛନ୍ତି।

ଏହି ଜଡ଼ିବୁଟିରେ ରହିଛି ଭୋକ ବଢ଼ାଇବା ଗୁଣ
ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଜଡ଼ିବୁଟି ବୋମା କିମ୍ବା ବାୟୋକେମିକାଲ ଯୁଦ୍ଧରେ ସୃଷ୍ଟି ହେଉଥିବା ଗାମା ରାଡିଏସନ୍‌ ପ୍ରଭାବକୁ କମ୍‌ କରିଥାଏ। ଲେହ ସ୍ଥିତ ଡିଆର୍‌ଡିଓର ଲ୍ୟାବ୍‌ରେ ରୋଡିଓଲା ଉପରେ ଏକ ଦଶକ ଧରି ଗବେଷଣା ଚାଲିଛି। ଶ୍ରୀବାସ୍ତବ କହିଛନ୍ତି ଯେ ଏହାର ଆଡାପ୍ଟୋଜେନିକ୍‌ କ୍ଷମତା ଯବାନଙ୍କୁ କମ୍‌ ଔଷଧ ଓ କମ୍‌ ଅମ୍ଳଜାନ ଥିବା ବାତାବରଣରେ ଖାପଖୁଆଇବାରେ ସାହାଯ୍ୟ କରିଥାଏ। ଏଥିସହିତ ଏହି ଔଷଧୀୟ ବୃକ୍ଷରେ ଅବସାଦରୋଧୀ ଓ ଭୋକ ବଢ଼ାଉଥିବା ଗୁଣ ମଧ୍ୟ ରହିଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।