ଗୃହ ୠଣ ସୁଧ ହାର ହ୍ରାସ କଲା ଏସ୍‌ବିଆଇ


ଦେଶର ସର୍ବବୃହତ୍‌ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ବୁଧବାର ଗୃହ ୠଣ ଉପରେ ସୁଧ ହାରକୁ ହ୍ରାସ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏହାର ବେଞ୍ଚ୍‌ମାର୍କ ଲେଣ୍ଡିଙ୍ଗ୍‌ ରେଟ୍‌ ହ୍ରାସ କରିବାର କେଇ ଘଣ୍ଟା ଭିତରେ ଏସବିଆଇ ଏହାର ଗୃହ ୠଣ ନେଇଥିବା ଗ୍ରାହକମାନଙ୍କୁ ସାମୟିକ ଆଶ୍ବସ୍ତି ପ୍ରଦାନ କରିଛି। ସମସ୍ତ ପ୍ରକାର ଗୃହ ୠଣ ଉପରେ ମାର୍ଜିନାଲ୍‌ କଷ୍ଟ୍‌ ଅଫ୍ ଫଣ୍ଡ୍‌ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌)ରେ ପାଖାପାଖି ୧୫ ବେସିକ୍‌ ପଏଣ୍ଟ୍‌ ହ୍ରାସ ପାଇଛି। ସଂଶୋଧିତ ହାର ଆସନ୍ତା ଅଗଷ୍ଟ ୧୦ ତାରିଖଠାରୁ ଲାଗୁ ହେବ। ଏହି ସଂଶୋଧିତ ହାର ଅନୁସାରେ ପୂର୍ବରୁ ଏମ୍‌ସିଏଲ୍‌ଆର୍‌ ବାର୍ଷିକ ୮.୪୦ ପ୍ରତିଶତ ଥିବା ବେଳେ ଆସନ୍ତା ଅଗଷ୍ଟ ୧୦ ତାରିଖଠାରୁ ଏହା ୮.୨୫ ପ୍ରତିଶତକୁ ହ୍ରାସ ପାଇବ।

ଏସ୍‌ବିଆଇ ଗୃହ ୠଣ ଉପରେ ସୁଧ ହାର ହ୍ରାସ କରିବା ପରେ ଅନ୍ୟାନ୍ୟ ବ୍ୟାଙ୍କ୍‌ମାନେ ମଧ୍ୟ ଏହାକୁ ଅନୁସରଣ କରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଗତ ବୁଧବାର ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ୬ ସଦସ୍ୟ ବିଶିଷ୍ଟ ମନିଟାରି ପଲିସି କମିଟି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ ହ୍ରାସ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ଦ୍ବିମାସିକ ମନିଟାରୀ ପଲିସିରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରାଯାଇଛି। ପୂର୍ବରୁ ଏହା ୫.୭୫ ପ୍ରତିଶତ ଥିବା ବେଳେ ଏହାକୁ କମାଇ ୫.୪୦ ପ୍ରତିଶତ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦାୟିତ୍ବ ନେବା ପରେ ବୁଧବାର ଦ୍ବିତୀୟ ଥର ପାଇଁ ଏମ୍‌ପିସି ବୈଠକ ବସିଥିଲା। ପୂର୍ବରୁ ଗତ ମେ’ ମାସରେ ଆର୍‌ବିଆଇର ପ୍ରଥମ ଏମ୍‌ପିସି ବୈଠକ ଅନୁଷ୍ଠିତ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।