ଅନୁଷ୍କା ନା ରାଧିକା, ଦେଖନ୍ତୁ କାହା ଶାଢ଼ି ଲୁକ୍‌ ଥିଲା ବେଷ୍ଟ!


ହିନ୍ଦୀ ଖବରକାଗଜ ‘ନବଭାରତ ଟାଇମ୍ସ’ ନିଜର ୬୯ତମ ବାର୍ଷିକ ମୁମ୍ବାଇରେ ଖୁବ୍‌ ଜାକଜକମରେ ପାଳନ କରିଛ। ଏହି ଅବସରରେ ଫିଲ୍ମ, ସଂସ୍କୃତି ଓ ଖେଳଜଗତର ଅନେକ ଲୋକପ୍ରିୟ ବ୍ୟକ୍ତିତ୍ବ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସବୁଠାରୁ ଚର୍ଚ୍ଚରେ ଥିଲା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫ୍ଲୋରାଲ ଶାଢ଼ି ଲୁକ୍‌। ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେଙ୍କୁ ମଧ୍ୟ ହଳଦିଆ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଥିଲା। ଆପଣ ଯଦି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି, ତେବେ ଏହି ଦୁଇ ଅଭିନେତ୍ରୀଙ୍କଠାରୁ ଶାଢ଼ି ଲୁକ୍‌ ଟିପ୍ସ ନେଇପାରିବେ।

ସବ୍ୟସାଚୀ ଡିଜାଇନ୍‌ କରିଥିଲେ ଅନୁଷ୍କାଙ୍କ ଶାଢ଼ି
ନବଭାରତ ଟାଇମ୍ସର ବାର୍ଷିକ ଉତ୍ସବରେ ଅନୁଷ୍କା ଗ୍ରୀନ୍‌ ରଙ୍ଗର ଫ୍ଲୋରାଲ ଶାଢ଼ିରେ ନଜର ଆସିଥିଲେ। ଅନୁଷ୍କାଙ୍କ ଏହି ଶାଢ଼ିକୁ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର ସବ୍ୟସାଚୀ ଡିଜାଇନ୍‌ କରିଥିଲେ। ମିଣ୍ଟ ଗ୍ରୀନ୍‌ ରଙ୍ଗର ଏହି ଶାଢ଼ିରେ ମଲ୍ଟିକଲର ଫ୍ଲୋରାଲ ପ୍ରିଣ୍ଟ ଓ ଗୋଲ୍ଡେନ୍‌ ବର୍ଡର ଥିଲା। ଏହି ଶାଢ଼ି ସହିତ ସେ ପତଳା ଷ୍ଟ୍ରିପ୍‌ଯୁକ୍ତ ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ତେବେ ଅନୁଷ୍କାଙ୍କ ଶାଢ଼ି ସହିତ ତାଙ୍କ ଇଅର ରିଙ୍ଗସ୍‌ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା। ଅନୁଷ୍କା ସବ୍ୟସାଚୀଙ୍କ ଜୁଏଲାରୀ କଲେକ୍ସନ୍‌ର ବଡ଼ ବଡ଼ ଚାନ୍ଦବାଲି ଇଅର ରିଙ୍ଗସ୍‌ ପିନ୍ଧିଥିଲେ, ଯାହା ତାଙ୍କ ଲୁକ୍‌କୁ ଆହୁରି ସୁନ୍ଦର କରି ଦେଇଥିଲା। ଏଥିସହିତ ସେ କେଶକୁ ଜୁଡ଼ା ବାନ୍ଧିଥିବାବେଳେ ଛୋଟ ବିନ୍ଦି ଓ ଲାଇଟ୍‌ ମେକ୍‌ଅପ୍‌ ଲୁକ୍‌ରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଥିଲେ।

ରାଧିକାଙ୍କ ୯୦ ଦଶକର ଫ୍ୟାଶନ୍‌
ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ରାଧିକା ଆପ୍ଟେ ପହଞ୍ଚିଥିଲେ। ଏହି ସମୟରେ ସେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ। ରାଧିକା ୯୦ ଦଶକର ଫ୍ୟାଶନ୍‌କୁ ଆପଣାଇଥିବା ଦେଖିବାକୁ ମିଳିଥିଲା। ସେ ହଳଦିଆ ରଙ୍ଗର ଶାଢ଼ି ସହିତ ମିରର ୱାର୍କ ଓ ତାରା କାମ ହୋଇଥିବା ଫୁଲ୍‌ ସ୍ଲିଭ୍‌ ହାଇନେକ୍‌ ବ୍ଲାଉଜ୍‌ ପିନ୍ଧିଥିଲେ। ଏହି ଲୁକ୍‌କୁ ମ୍ୟାଚ୍‌ କରି ରାଧିକା ଉପରକୁ ଟେକି ଜୁଡ଼ା ବାନ୍ଧିଥିଲେ ଓ ରାଉଣ୍ଡ ଇଅର ରିଙ୍ଗସ୍‌ ମଧ୍ୟ ପିନ୍ଧିଥିଲେ। ରାଧିକାଙ୍କ ଏହି ଲୁକ୍‌ ମଧ୍ୟ କୌଣସି ଗୁଣରେ କମ୍‌ ନ ଥିଲା। ଏଥିରେ ସେ ବହୁତ ସିମ୍ପଲ ଓ ସୁନ୍ଦର ଦେଖାଯାଉଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ