ପନୀର ଷ୍ଟଫ୍‌ଡ୍‌ କୁଲ୍‌ଚାର ସ୍ବାଦ ଚାଖନ୍ତୁ


ମଟର କୁଲ୍‌ଚା, ଚଣା କୁଲ୍‌ଚା କିମ୍ବା ପ୍ଲେନ୍‌ କୁଲ୍‌ଚାର ସ୍ବାଦ ଆପଣ ପୂର୍ବରୁ ଚାଖିଥିବେ। ଏଠାରେ ଆପଣଙ୍କୁ ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଟ କୁଲ୍‌ଚାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାକୁ ଅଧିକ ସ୍ବାସ୍ଥ୍ୟକର କରିବା ଲାଗି ଏହା ଭିତରେ ପନୀର କିମ୍ବା ଆପଣଙ୍କ ପସନ୍ଦର ପନିପରିବା ଷ୍ଟଫ୍‌ ଭାବେ ଦେଇପାରିବେ। ମସଲାର ସୁଗନ୍ଧ ଓ କୁଲ୍‌ଚାର ସ୍ବାଦ ଆପଣଙ୍କ ସହିତ ଆପଣଙ୍କ ଅତିଥିଙ୍କୁ ମଧ୍ୟ ପସନ୍ଦ ଆସିବ। ଚାଲନ୍ତୁ ଜାଣିବା ଏହି ପନୀର ଷ୍ଟଫ୍‌ କୁଲ୍‌ଚା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୪ଟା ପ୍ଲେନ୍‌ କୁଲ୍‌ଚା, ଏକ ଛୋଟ କଟା କ୍ୟାପ୍‌ସିକମ୍‌, ୨ ଚାମଚ ଘିଅ, ୧ ଚାମଚ କଟା କଞ୍ଚା ଲଙ୍କା, ୧ ଚାମଚ ଜିରା, ୧ ଚାମଚ ସୋରିଷ, ୧ ଚାମଚ ତେଲ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ଚାଟ୍‌ ମସଲା, ୨ ଚାମଚ ଟମାଟୋ କେଚ୍‌ଅପ୍‌, ଏକ ଚତୁର୍ଥାଂଶ ଚାମଚ ଆମଚୁର ପାଉଡର, ୧ ଚାମଚ ଧନିଆ ପୁଦିନା ଚଟଣୀ, ୨୦୦ ଗ୍ରାମ ଗ୍ରେଟେଡ୍‌ ପନୀର, ଏକ ଚତୁର୍ଥାଂଶ କପ୍‌ କଟା ଟମାଟୋ, ୧ ଚାମଚ ଚୁନା ଚୁନା କଟା ଅଦା ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ। ଏଥିରେ ସୋରିଷ ଫୁଟାନ୍ତୁ। ଏବେ ଏଥିରେ କ୍ୟାପ୍‌ସିକମ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ୩ରୁ ୪ ମିନିଟ୍‌ ସିଝାନ୍ତୁ। ଯେତେବେଳେ ଏହା ହାଲୁକା ସିଝିଯିବ, ଆଞ୍ଚରୁ ହଟାଇ ନିଅନ୍ତୁ ଓ ୫ ମିନିଟ୍‌ ଯାଏ ଥଣ୍ଡା କରିଦିଅନ୍ତୁ। ଏହି ମିଶ୍ରଣରେ ଗ୍ରେଟେଡ୍‌ ପନୀର, ଚାଟ୍‌ ମସଲା, ଟମାଟୋ କ୍ୟାଚ୍‌ଅପ୍‌, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଗୋଳାନ୍ତୁ। ଏବେ କୁଲ୍‌ଚାର ପ୍ଲେନ୍‌ ପାର୍ଶ୍ବରେ ପନୀର ମିଶ୍ରଣକୁ ପୁର ଭାବେ ଦେଇ ଚାରି ଆଡ଼କୁ ବିସ୍ତାର କରନ୍ତୁ ଓ ଏହା ଉପରେ ଅନ୍ୟ କୁଲ୍‌ଚା ରଖନ୍ତୁ। ଗ୍ରିଲରରେ ହାଲୁକା ଘିଅ ଲଗାଇ ଉଭୟ ପାର୍ଶ୍ବ କ୍ରିସ୍‌ପି ଓ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ କୁଲ୍‌ଚାକୁ ଗ୍ରିଲ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ଷ୍ଟଫ୍‌ କୁଲ୍‌ଚା। ଏହାକୁ ନିଜ ପସନ୍ଦ ଆକାରରେ କାଟି ଧନିଆ ପୁଦିନା ଚଟଣୀ ଓ ଟମାଟୋ କେଚ୍‌ଅପ୍‌ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ