ଟ୍ରାଏ କରନ୍ତୁ ଶେଜୱାନ ଦୋସା ରେସିପି


ଯଦି ଆପଣଙ୍କର ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବା ଓ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ ରହିଛି, ତେବେ ଆପଣ ଏହି ଫ୍ୟୁଜନ୍‌ ଦୋସା ନିହାତି ଭାବେ ଟ୍ରାଏ କରନ୍ତୁ। ଏଥିରେ ଚାଇନିଜ୍‌ ଓ ସାଉଥ୍‌ ଇଣ୍ଡିଆନ ଶୈଳୀର ସୁନ୍ଦର କମ୍ବିନେସନ ରହିଛି, ଯାହା ନିଶ୍ଚିତ ଭାବେ ଯେ କୌଣସି ବ୍ୟକ୍ତିଙ୍କ ପାଟିଲେ ଲାଳ ଆଣିଦେବ। ଯଦି ଆପଣ ନର୍ମାଲ ମସଲା ଦୋସା ଖାଇ ଓ ତିଆରି କରି ବୋର୍‌ ହୋଇଗଲେଣି, ତେବେ ଆପଣ ଏହି ଫ୍ୟୁଜନ୍‌ ଦୋସା ନିହାତି ଟ୍ରାଏ କରିବା ଉଚିତ। ଏଥିରେ ଆପଣ ନିଜ ପସନ୍ଦର ପନିପରିବା ପକାଇ ଏହାକୁ ଅଧିକ ସ୍ବାସ୍ଥ୍ୟକର କରିପାରିବେ। ଦୋସାର କ୍ରିସ୍‌ପିନେସ୍‌ ଓ ଶେଜୱାନ ସସ୍‌ର ସ୍ପାଇସି ଅଲଗା ପ୍ରକାରର ସ୍ବାଦ ଆଣିଦେବ। ସବୁଠାରୁ ବଡ଼ କଥା ଏହାକୁ ତିଆରି କରିବା ପାଇଁ ପାଖାପାଖି ୩୦ ମିନିଟ୍‌ ସମୟ ଲାଗିଥାଏ।

କ’ଣ ଦରକାର
୬ କପ୍‌ ଦୋସା ବ୍ୟାଟର, ୨ଟି ପିଆଜ, ଆବଶ୍ୟକ ଅନୁସାରେ ରିଫାଇନ୍‌ ତେଲ, ସ୍ବାଦାନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଆବଶ୍ୟକ ଅନୁସାରେ, ୨ ଚାମଚ ପିଆଜ ଷଣ୍ଢା, ୪ ଚାମଚ ଶେଜୱାନ ସସ୍‌, ୪ଟି ରସୁଣ, ୨ କପ୍‌ ବନ୍ଧା କୋବି, ୮ଟି ବିନ୍ସ, ୨ଟି କଟା କ୍ୟାପ୍‌ସିକମ୍‌, ୨ଟି କଟା ଗାଜର।

ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଗାଜର, କ୍ୟାପ୍‌ସିକମ୍‌, ବିନ୍ସ, ପିଆଜ ଷଣ୍ଢା ଓ ପିଆଜକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ। ଏବେ ରସୁଣ ଓ ବନ୍ଧା କୋବିକୁ ଗ୍ରେଟେଡ୍‌ କରନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲରେ ପିଆଜ ଓ ରସୁଣ ପକାଇ ମଧ୍ୟମ ଆଞ୍ଚରେ ଗୋଲ୍ଡେନ୍‌ ହେବା ଯାଏ ଫ୍ରାଏ କରନ୍ତୁ। ଏଥିରେ କଟା ବିନ୍ସ, ଗାଜର, ବନ୍ଧା କୋବି ପକାଇ ଭଲ ଭାବେ ମିକ୍ସ କରନ୍ତୁ। ସମସ୍ତ ପରିବାକୁ କିଛି ସମୟ ସିଝିବାକୁ ଦିଅନ୍ତୁ।

ଏବେ ଏହି ମିଶ୍ରଣରେ କ୍ୟାପ୍‌ସିକମ୍‌ ଓ ଲୁଣ ପକାନ୍ତୁ। ଏଥିସହିତ ପ୍ୟାନ୍‌ରେ ଶେଜୱାନ୍‌ ସସ୍‌ ଓ ଗୋଲମରିଚ ଗୁଣ୍ଡ ପକାଇ ସମସ୍ତ ସାମଗ୍ରିକୁ ଭଲ ଭାବେ ମିଶାନ୍ତୁ। ପରିବା ଭଲ ଭାବେ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏବେ ଦୋସା ତିଆରି କରିବା ଲାଗି ଏକ ଦୋସା ତାୱାକୁ ଧିମା ଆଞ୍ଚରେ ରଖି ତେଲ ପକାନ୍ତୁ। ଏବେ ପ୍ୟାନ୍‌ରେ ୨ ଚାମଚ ବ୍ୟାଟର ଢାଳି ଓଭାଲ ଶେପ୍‌ରେ ଚାରିଆଡ଼କୁ ବିସ୍ତାର କରନ୍ତୁ। ଦୋସାର ଗୋଟିଏ ପଟେ କ୍ରିସ୍‌ପି ଓ ଗୋଲ୍ଡେନ୍‌ ହେବାରେ ଲାଗିଲେ ଏହାକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ବରୁ ଦୋସା ଭଲ ଭାବେ ଗୋଲ୍ଡେନ୍‌ ହେବା ପରେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରି ଦିଅନ୍ତୁ। ଏବେ ଶେଜୱାନ ଷ୍ଟଫିଙ୍ଗକୁ ଦୋସା ମଝିରେ ସାବଧାନତା ସହ ରଖି ଫୋଲ୍ଡ କରନ୍ତୁ। ଧ୍ୟାନ ରଖନ୍ତୁ ଦୋସାର ଷ୍ଟଫିଙ୍ଗ ଯେପରି ବାହାରକୁ ବାହାରି ନ ଯାଏ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ବାଦିଷ୍ଟ ଶେଜୱାନ ଦୋସା। ଏହାକୁ ନିଜ ପସନ୍ଦର ଚଟଣୀ ସହିତ ଏନ୍‌ଜୟ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।