ଟେଲର ସ୍ବିଫ୍ଟ ବିଶ୍ବର ହାଇଏଷ୍ଟ ପେଡ୍‌ ସେଲିବ୍ରିଟି, ପଛରେ ପଡ଼ିଗଲେ କାଇଲି


ସେଲିବ୍ରିଟିଙ୍କ ମଧ୍ୟରେ ଲୋକପ୍ରିୟତା ସହିତ ରୋଜଗାରକୁ ନେଇ ଏକ ନମ୍ବରରେ ରହିବା ପାଇଁ ଲଗାତର ପ୍ରତିଯୋଗିତା ଲାଗି ରହିଥାଏ। ଏହି ଦୌଡ଼ରେ ପୁଣି ଥରେ ଜଣେ ଇଣ୍ଟରନ୍ୟାସନାଲ କଣ୍ଠଶିଳ୍ପୀ ବାଜି ମାରି ନେଇଛନ୍ତି।

ଫୋର୍ବସ୍‌ର ସେଲିବ୍ରିଟି ୧୦୦ ତାଲିକାର କଣ୍ଠଶିଳ୍ପୀ ଟେଲର ସ୍ବିଫ୍ଟ ୧୮୫ ମିଲିଅନ ଡଲାର ରୋଜଗାର କରି ରିଅଲିଟି ଟିଭି ଷ୍ଟାର୍‌ କାଇଲି ଜେନରଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ତାଲିକାରେ କାଇଲି ୧୭୦ ମିଲିଅନ ଡଲାର ରୋଜଗାର କରି ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଦ ଆନୁଆଲ ଫୋର୍ବସ୍‌ ସେଲିବ୍ରିଟି ୧୦୦ ତାଲିକାରେ ଲିଓନେଲ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ନେମାରଙ୍କ ଭଳି ସେଲିବ୍ରିଟି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ଅନ୍ୟ ମହିଳା ସେଲିବ୍ରିଟିଙ୍କ ମଧ୍ୟରେ କମେଡିଆନ ଏଲେନ ଡିଜେନରସ, ରିଅଲିଟି ଟିଭି ଷ୍ଟାର୍‌ କିମ୍‌ କାରଦାଶିଆନ୍‌ ୱେଷ୍ଟ ଓ ଗାୟିକା ରିହାନା, କେଟି ଓ ପିଙ୍କ୍‌ ପ୍ରମୁଖ ସାମିଲ୍‌ ଅଛନ୍ତି। ଏହି ତାଲିକାରେ ବଲିଉଡ୍‌ର ଖିଲାଡ଼ି ହିରୋ ଅକ୍ଷୟ କୁମାର ୩୩ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଅକ୍ଷୟ କୁମାରଙ୍କ ପାଇଁ ଚଳିତ ବର୍ଷର ତାଲିକା ବହୁତ ସ୍ବତନ୍ତ୍ର କାରଣ ସେ ଇଣ୍ଡଷ୍ଟ୍ରୀର ଏକମାତ୍ର କଳାକାର, ଯିଏ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ଭାବେ ଅକ୍ଷୟ କୁମାର ୬୫ ମିଲିଅନ ଡଲାର (୪୪୪ କୋଟି ଟଙ୍କା)ର ସମ୍ପତିର ମାଲିକ ଅଟନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।