ସୋସାଲ ମିଡିଆ ଛାଡ଼ିବେ ଧର୍ମେନ୍ଦ୍ର!


ବଲିଉଡ୍‌ର ଜଣାଶୁଣା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସୋସାଲ ମିଡିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି। କିନ୍ତୁ ନିକଟରେ ଏପରି କିଛି ହୋଇଛି, ଯାହାଫଳରେ ତାଙ୍କୁ ଏହି ସୋସାଲ ମିଡିଆ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମେନ୍ଦ୍ର ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ବିଟର ଦୁଇଟିଯାକ ପ୍ଲାଟଫର୍ମ ମାଧ୍ୟମରେ ଲଗାତର ନିଜ ଚାଷ କରୁଥିବା କାର୍ଯ୍ୟକଳାପ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ଅପଡେଟ୍‌ ଦେଇଥାନ୍ତି। ତାଙ୍କ ଭିଡ଼ିଓ ସବୁବେଳେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ। କିନ୍ତୁ ଏବେ ଏସବୁ ଶେଷ କରିବା ଲାଗି ଧର୍ମେନ୍ଦ୍ର ନିଷ୍ପତ୍ତି ନେଇଛନ୍ତି।

ଧର୍ମେନ୍ଦ୍ରଙ୍କ ଏକ ପୋଷ୍ଟକୁ ନେଇ ହୋଇଥିବା ବିବାଦ ପରେ ଧର୍ମେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ଧର୍ମେନ୍ଦ୍ର ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଥିଲେ। ଏହି ପୋଷ୍ଟ ଉପରେ ଅନେକ ଗୁଡ଼ିଏ କମେଣ୍ଟ ଆସିଥିଲା। ଲୋକେ ତାଙ୍କ ବିରୋଧରେ ମଧ୍ୟ ଅନେକ ଗୁଡ଼ିଏ ପୋଷ୍ଟ ଲେଖିଥିଲେ। ଏହି କମେଣ୍ଟ ସବୁ ଧର୍ମେନ୍ଦ୍ରଙ୍କୁ ବହୁତ ମାତ୍ରାରେ ଭାବପ୍ରବଣ କରି ଦେଇଥିଲା। ତେଣୁ ଧର୍ମେନ୍ଦ୍ର ସୋସାଲ ମିଡିଆ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି।

ଏବେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ବହୁତ ଦୁଃଖି ହୋଇଯାଇଛନ୍ତି। କାରଣ ଧର୍ମେନ୍ଦ୍ର ଏକ ଟ୍ବିଟ୍‌ କରି ଲେଖିଛନ୍ତି, ବନ୍ଧୁମାନେ ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଆପଣମାନଙ୍କର ଗୋଟିଏ ଛୋଟ ଖରାପ କମେଣ୍ଟ ମଧ୍ୟ ମତେ ବହୁତ ମାତ୍ରାରେ ଆଘାତ ପହଞ୍ଚାଉଛି। କାରଣ ମୁଁ ଜଣେ ବହୁତ ଭାବପ୍ରବଣ ବ୍ୟକ୍ତି। ତେଣୁ ମୁଁ ଏବେ ଆଉ କାହାକୁ ସମସ୍ୟାରେ ପକାଇବେ ନାହିଁ। ଧର୍ମେନ୍ଦ୍ରଙ୍କ ଏହି ଟ୍ବିଟ୍‌ ପରେ ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ହୁଏତ ଧର୍ମେନ୍ଦ୍ର ଖୁବ୍‌ଶୀଘ୍ର ସୋସାଲ ମିଡିଆକୁ ଅଲ୍‌ବିଦା କରିପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।