ୱାର୍ଲ୍ଡ କପ୍‌ରେ ରୋହିତଙ୍କ ୱାର୍ଲ୍ଡ ରେକର୍ଡ


ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ୱାର୍ଲ୍ଡ କପ୍‌ରେ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ୱାର୍ଲ୍ଡ କପ୍‌ ଇତିହାସରେ ପ୍ରଥମ ଓ ଏକମାତ୍ର କ୍ରିକେଟର ଭାବେ ରୋହିତ ଗୋଟିଏ ୱାର୍ଲ୍ଡ କପ୍‌ରେ ୫ଟି ଶତକ କରିବାର ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏଥିସହ ୨୦୧୫ ୱାର୍ଲ୍ଡ କପ୍‌ରେ ଶ୍ରୀଲଙ୍କାର କୁମାର ସାଙ୍ଗକରା କରିଥିବା ୪ଟି ଶତକର ରେକର୍ଡଙ୍କୁ ରୋହିତ ଭଙ୍ଗ କରିଛନ୍ତି। ଏଥିସହ ରୋହିତ ୱାର୍ଲ୍ଡକପ୍‌ରେ ସଚିନଙ୍କ ନାମରେ ଥିବା ସର୍ବାଧିକ ୬ଟି ଶତକର ରେକର୍ଡ ସହ ମଧ୍ୟ ସମକକ୍ଷ ହୋଇଛନ୍ତି। ଆଗକୁ ରୋହିତଙ୍କ ପାଖରେ ସଚିନଙ୍କ ନାମରେ ଥିବା ସର୍ବାଧିକ ୬ଟି ୱାର୍ଲ୍ଡ କପ୍‌ ଶତକର ରେକର୍ଡ ଭାଙ୍ଗିବା ନେଇ ମଧ୍ୟ ସୁଯୋଗ ରହିଛି।

ଏଥିସହ ରୋହିତ ପୁଣି ଥରେ ଚଳିତ ବିଶ୍ପକପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଭାବେ ଶୀର୍ଷକୁ ଫେରିଛନ୍ତି। ରୋହିତ ଶାକିବ-ଅଲ-ହସନଙ୍କ ନାଁରେ ଥିବା ୬୦୬ ରନ୍‌ର ରେକର୍ଡକୁ ଟପି ୬୪୭ ରନ୍‌ରେ ପହଞ୍ଚିଛନ୍ତି। ୨୦୦୩ ୱାର୍ଲ୍ଡ କପ୍‌ରେ ସଚିନ କରିଥିବା ୬୭୩ ରନ୍‌ର ରେକର୍ଡ ଭାଙ୍ଗିବା ନେଇ ମଧ୍ୟ ରୋହିତ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ