ଫଳ ଓ ପନିପରିବା ସଫା କରିବାର ଉତ୍ତମ ଉପାୟ


ସାଧାରଣତଃ ଆମେ ଫଳ ଓ ପନିପରିବା କେବଳ ପାଣିରେ ଧୋଇ ଦେଇଥାଉ। କିନ୍ତୁ ଏହାଦ୍ବାରା ଫଳ ଓ ପନିପରିବାରେ ଲାଗିଥିବା ବ୍ୟାକ୍ଟେରିଆ ଓ ପେଷ୍ଟିସାଇଡ୍‌ ଅର୍ଥାତ କୀଟନାଶକ ବାହାରି ନ ଥାଏ। ଯାହା ସେବନ କରିବା ଦ୍ବାରା ଅନେକ ଗମ୍ଭୀର ରୋଗର କାରଣ ପାଲଟିପାରେ। ଫଳ ଓ ପନିପରିବାରେ ଲାଗିଥିବା ପେଷ୍ଟିସାଇଡ୍‌, କୀଟାଣୁ ଓ ଜୀବାଣୁ ବାହାର କରିବା ପାଇଁ ଏହାକୁ କେବଳ ସଫା ପାଣିରେ ଧୋଇବା ପର୍ଯ୍ୟାପ୍ତ ନୁହେଁ। ଚାଲନ୍ତୁ ଜାଣିବା ଫଳ ଓ ପନିପରିବାରୁ ପେଷ୍ଟିସାଇଡ୍‌ ଓ ବ୍ୟାକ୍ଟେରିଆ ବାହାର କରିବା ପାଇଁ ଏହାକୁ କିପରି ସଫା କରିବା ଉଚିତ।

ଖାଇବା ସୋଡ଼ାରେ ସଫା କରନ୍ତୁ ଫଳ ଓ ପନିପରିବା
ଫଳରୁ ପେଷ୍ଟିସାଇଡ୍‌ ଓ ବ୍ୟାକ୍ଟେରିଆ ସଫା କରିବା ଲାଗି କେବଳ ପାଣିରେ ଧୋଇଲେ ଚଳିବ ନାହିଁ। ଏହାକୁ ସଫା କରିବା ଲାଗି ଖାଇବା ସୋଡ଼ା ବ୍ୟବହାର କରିପାରିବେ। ପାଣିରେ ୧ ଚାମଚ ଖାଇବା ସୋଡ଼ା ଭଲ ଭାବେ ମିଶାନ୍ତୁ। ପରେ ଫଳ ଓ ପନିପରିବାକୁ ଏଥିରେ ଅନ୍ୟୁନ୍‌ ୧୫ ମିନିଟ୍‌ ବୁଡ଼ାଇ ରଖନ୍ତୁ। ଏବେ ଫଳକୁ ପାଣିରୁ ବାହାର କରି ଭଲ ଭାବେ ସଫା କରନ୍ତୁ।

ଯଦି ଆପଣଙ୍କ ପାଖରେ ଫଳକୁ ପାଣିରେ ବୁଡ଼ାଇ ରଖିବାକୁ ସମୟ ନାହିଁ, ତେବେ ସାଦା ପାଣିରେ ଫଳକୁ ଭଳ ଭାବେ ଧୋଇ ଏହା ଉପରେ ଖାଇବା ସୋଡ଼ା ସିଞ୍ଛନ୍ତୁ। ଏହାଦ୍ବାରା ମଧ୍ୟ ଫଳ ଓ ପନିପରିବାରେ ଲାଗିଥିବା କୀଟନାଶକ ସଫା ହୋଇଯାଏ। ଥାଇଆବେନ୍‌ଡାଜୋଲ ଓ ଫସ୍‌ମେଟ୍‌ ନାମକ କୀଟନାଶକକୁ ସଫା କରିବା ଲାଗି ସୋଡିଏମ୍‌ ବାଇକାର୍ବୋନେଟ୍‌ ତଥା ଖାଇବା ସୋଡ଼ା ବହୁତ ସାହାଯ୍ୟ କରେ। ଯଦିଓ ସବୁ ପ୍ରକାରର କୀଟନାଶକକୁ ଏହା ସଫା କରିପାରି ନ ଥାଏ। ଯେଉଁ ଫଳ ଓ ପନିପରିବାର ତ୍ବଚା ଭିତରେ କୀଟନାଶକ ପସି ଯାଇଥାଏ, ତାହା ସଫା କରିବା ସମ୍ଭବ ହୋଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ