ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଏକ ତୃତୀୟାଂଶ ମହିଳା!


ଲୋକେ ଡେଟ୍‌ରେ କାହିଁକି ଯାଉଛନ୍ତି? ଏହି ପ୍ରଶ୍ନ ଯଦି କାହାରିକୁ ପଚରାଯାଏ, ତେବେ ସେମାନେ ଉତ୍ତର ଦେବେ ଯେ ସେମାନେ ନିଜ ପାର୍ଟନରଙ୍କ ସହ କ୍ବାଲିଟି ସମୟ ବିତାଇବା ଓ ରୋମାନ୍ସ କରିବା ଲାଗି ଡେଟ୍‌ରେ ଯାଇଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେତେକ ଲୋକେ କେବେଳ ମାଗଣା ଖାଇବା ଚକ୍କରରେ ଡେଟ୍‌ରେ ଯାଇଥାନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା? ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ନିକଟରେ ହୋଇଥିବା ଏକ ଗବେଷଣାରେ ଏହି ଦାବି କରାଯାଇଛି। 

ଗବେଷଣା ଅନୁସାରେ ଏକ ତୃତୀୟାଂଶ ମହିଳା କେବଳ ମାଗଣା ଖାଇବା ଲାଗି ଡେଟ୍‌ରେ ଯାଇଥାନ୍ତି। ଏହି ଗବେଷଣା ଅଜୁସା ପ୍ୟାସିଫିକ୍‌ ୟୁନିଭର୍ସିଟିର ଗବେଷକମାନେ କରିଥିଲେ ଓ ଏହାର ଫଳାଫଳ ସୋସାଇଟି ଫର୍‌ ପର୍ସନାଲିଟି ଏଣ୍ଡ ସୋସାଲ ସାଇକୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା। ଏହି ଗବେଷଣାରେ ମହିଳାଙ୍କୁ ଦୁଇଟି ଅଲଗା ଅଲଗା ଗ୍ରୁପ୍‌ରେ ସାମିଲ୍‌ କରାଯାଇଥିଲା ଓ ‘ଫୁଡି କଲ୍ସ’କୁ ଗବେଷଣାର ମାଧ୍ୟମ କରାଯାଇଥିଲା। ଏହି ଗବେଷଣାରେ ପାଖାପାଖି ୨୩ ପ୍ରତିଶତ ମହିଳା ସ୍ବୀକାର କରିଥିଲେ ଯେ ନିଜ ପାଖରେ ଟଙ୍କା ନ ଥିବା ସମୟରେ ସେମାନେ ଅନେକ ଥର ‘ଫୁଡି କଲ୍ସ’କରିଥିଲେ ଅର୍ଥାତ ସେମାନେ କେବଳ ମାଗଣାରେ ଖାଇବା ଲାଗି ପାର୍ଟନରଙ୍କ ସହ ଡେଟ୍‌ରେ ଯାଇଥିଲେ। ସେହିପରି ଅନ୍ୟ ଏକ ଗବେଷଣାରେ ଏହି ତଥ୍ୟ ୩୩ ପ୍ରତିଶତ ବୋଲି ଜଣାପଡ଼ିଛି।

ଗବେଷକଙ୍କ ଅନୁସାରେ ଗବେଷଣାରେ ମହିଳାମାନେ ଏହା ମଧ୍ୟ କହିଥିଲେ ଯେ ଡେଟ୍‌ରେ ଗଲାବେଳେ ସେମାନଙ୍କ ଅଧିକ ଆଗ୍ରହ ପୁରୁଷଙ୍କ ତୁଳନାରେ ମାଗଣା ଖାଦ୍ୟ ଖାଇବା ଉପରେ ରହିଥାଏ। ପ୍ରଥମ ଗବେଷଣାରେ ୮୨୦ ଜଣ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା ଓ ସେମାନଙ୍କୁ ସେମାନଙ୍କ ରିଲେସନଶିପ ଷ୍ଟାଟସ୍‌, ବ୍ୟକ୍ତିଗତ ଲକ୍ଷଣ, ଜେଣ୍ଡର ରୋଲ୍‌କୁ ନେଇ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ସେମାନେ କେବେ ‘ଫୁଡି କଲ୍ସ’ରେ ସାମିଲ୍‌ ହୋଇଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ସେହିପରି ଦ୍ବିତୀୟ ଗବେଷଣାରେ ୩୫୭ ଜଣ ମହିଳା ସାମିଲ୍‌ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ