୩ ଭାରତୀୟ ନାରୀଙ୍କ କମାଲ: ଆମେରିକୀୟ ଧନୀ ମହିଳା ତାଲିକାରେ ସାମିଲ୍‌


ଭାରତୀୟ ନାରୀ କୌଣସି ବି କ୍ଷେତ୍ରରେ ପଛରେ ନାହାନ୍ତି। ଦୁନିଆରେ ଯେକୌଣସି କୋଣରେ ରହିଲେ ମଧ୍ୟ ନିଜ ବିଜୟର ପତାକା ଉଡ଼ାଇବାରେ ଲାଗିଛନ୍ତି। ଆଜିକାଲି ମହିଳାମାନେ ସବୁ ପ୍ରକାର ମୁସ୍କିଲ୍‌କୁ ପାର୍‌ କରି ପୁରୁଷ ସହିତ ବରାବର ହୋଇ ଲକ୍ଷ୍ୟ ହାସଲ କରିପାରୁଛନ୍ତି। ଏମିତି ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାରେ ରହୁଥିବା ୩ ଭାରତୀୟ ମହିଳା ଜୟଶ୍ରୀ ଉଲ୍ଲାଲ, ନୀରଜା ସେଠୀ ଓ ନେହା ନରଖେଡ୍‌। ଏହି ତିନି ମହିଳା ବିଦେଶରେ ରହି ମଧ୍ୟ ଦେଶର ଗୌରବ ବଢ଼ାଉଛନ୍ତି।

ବିଶ୍ବ ପ୍ରସିଦ୍ଧ ପତ୍ରିକା ଫୋର୍ବସ୍‌ ଗତ ବର୍ଷ ଭାରତର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ୮୦ ଜଣ ମହିଳାଙ୍କ ନାମ ଘୋଷଣା କରିଥିଲା। ଏବେ ଫୋର୍ବସ୍‌ ପକ୍ଷରୁ ଆମେରିକାର ସବୁଠାରୁ ଧନୀ ୮୦ ଜଣ ମହିଳାଙ୍କ ତାଲିକା ‘ଆମେରିକା: ଦ ରିଚେଷ୍ଟ ସେଲ୍‌ଫ ମେଡ୍‌ ୱିମେନ୍‌ ୨୦୧୯’ ଜାରି କରାଯାଇଛି। ଏହି ତାଲିକାରେ ଭାରତର ୩ ଜଣ ମହିଳାଙ୍କ ନାମ ସାମିଲ୍‌ ରହିଛି। ଲିଷ୍ଟର ୧୮ତମ ସ୍ଥାନରେ ଅରିଷ୍ଟା ନେଟୱର୍କର ସିଇଓ ଜୟଶ୍ରୀ ଉଲ୍ଲାଲ, ୨୩ତମ ସ୍ଥାନରେ ସିଣ୍ଟେଲର ସହସଂସ୍ଥାପିକା ନୀରଜା ସେଠୀ ଓ ୬୦ତମ ସ୍ଥାନରେ କମ୍ପ୍ଲୁଏଣ୍ଟର ସହସଂସ୍ଥାପିକା ନେହା ନରଖେଡ୍‌ ହାସଲ କରିଛନ୍ତି।

୨୦୧୮ରେ ଧନୀ ଭାରତୀୟ ମହିଳାଙ୍କ ତାଲିକା ଜାରି କରାଯାଇଥିଲା
ଆମେରିକାର ସବୁଠାରୁ ଧନୀ ମହିଳା ତାଲିକା ଘୋଷଣା କରାଯିବା ପୂର୍ବରୁ ଫୋର୍ବସ୍‌ ୨୦୧୮ରେ ଭାରତର ଧନୀ ମହିଳା ତାଲିକା ଜାରି କରିଥିଲା। ଏଥିରେ ସାବିତ୍ରୀ ଜିନ୍ଦଲ, କିରଣ ମଜ୍‌ମୁଦାର, ଲୀନା ତିୱାରୀ, ବିନୋଦ ରାୟ ଗୁପ୍ତା ଓ ଅନୁ ଆଗା, ଶୀଲା ଗୌତମ ଓ ମଧୁ କପୁର ସାମିଲ୍‌ ଥିଲେ।

ଲଣ୍ଡନରେ ଜନ୍ମ ହୋଇଥିଲେ ଜୟଶ୍ରୀ
୫୮ ବର୍ଷରେ ପହଞ୍ଚିଥିବା କମ୍ପ୍ୟୁଟର ନେଟ୍‌ୱର୍କିଂ କମ୍ପାନୀ ଅରିଷ୍ଟା ନେଟ୍‌ୱର୍କର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜୟଶ୍ରୀ ଉଲ୍ଲାଲଙ୍କ ଜନ୍ମ ଲଣ୍ଡନରେ ହୋଇଥିଲା। ତାଙ୍କ ଲାଳନପାଳନ ଦିଲ୍ଲୀରେ ହୋଇଥିଲା। ଏବେ ସେ ନିଜର ପତି ଓ ଦୁଇ ଝିଅଙ୍କ ସହ କାଲିଫୋର୍ଣ୍ଣିଆରେ ରହୁଛନ୍ତି।

ଦିଲ୍ଲୀ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରିଛନ୍ତି ନୀରଜା
୧୯୫୫ରେ ଭାରତରେ ଜନ୍ମ ହୋଇଥିବା ୬୪ ବର୍ଷୀୟା ନୀରଜା ଫୋର୍ବସ୍‌ର ସବୁଠାରୁ ଧନୀ ଆମେରିକୀୟ ମହିଳା ତାଲିକାରେ ୨୩ତମ ସ୍ଥାନ ହାସଲ କରିଛନ୍ତି। ସେ ନିଜ ପତି ଭରତ ଦେଶାଇଙ୍କ ସହ ମିଶି ୧୯୮୦ରେ ଆପାର୍ଟମେଣ୍ଟରେ ସିଣ୍ଟେଲର ପ୍ରତିଷ୍ଠା କରିଥିଲେ। ଏବେ ସେ ଆଇଟି କ୍ଷେତ୍ରରେ ପରାମର୍ଶ ଦେଉଥିବା ଓ ଆଉଟସୋର୍ସିଂ ସୁବିଧା ପ୍ରଦାନ କରୁଥିବା କମ୍ପାନୀ ସିଣ୍ଟେଲର ସହପ୍ରତିଷ୍ଠାତା ଅଟନ୍ତି।

୩୪ ବର୍ଷୀୟା ନେହା

୩୬ କୋଟି ଡଲାର ସମ୍ପତି ସହିତ ନେହା ଫୋର୍ବସ୍‌ ତାଲିକାର ୬୦ତମ ସ୍ଥାନରେ ରହିଛନ୍ତି। ନେହା ଲିଙ୍କଡ୍‌ଇନ୍‌ ସଫ୍ଟୱେୟାର ଇଞ୍ଜିନିୟର ଭାବେ ନେଟ୍‌ୱର୍କିଂ ସାଇଟ୍‌ର ଡାଟାର ବିଶାଳ ପ୍ରବାହକୁ ସମ୍ଭାଳିବା ଲାଗି ଉପାଚେ କାଫ୍‌କା ବିକଶିତ କରିବାରେ ସାହାଯ୍ୟ କରିଥିଲେ। ୨୦୧୪ରେ ଲିଙ୍କଡ୍‌ଇନ୍‌ର ଦୁଇ ସହଯୋଗୀଙ୍କ ସହ ମିଶି ନେହା ଏହାକୁ ବିକଶିତ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।