ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ସାର୍ବଜନୀନ କଲା ଇସ୍ରୋ


ବେଙ୍ଗାଳୁରୁ: ଆସନ୍ତା ଜୁଲାଇରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦ୍ବିତୀୟ ଚନ୍ଦ୍ରାୟନ ଅଭିଯାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ଇସ୍ରୋ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରାୟନରେ ସାମିଲ୍‌ ହେବାକୁ ଥିବା ଲ୍ୟାଣ୍ଡର୍‌ ଓ ଅର୍ବିଟର୍‌ର ଚନ୍ଦ୍ରାୟନ-୨ ପାଇଁ ଏଠାକାର ସାଟେଲାଇଟ୍‌ ଇଣ୍ଟିଗ୍ରେସନ୍‌ ଏଣ୍ଡ୍‌ ଟେଷ୍ଟିଂ ପ୍ରତିଷ୍ଠାନରେ ପ୍ରସ୍ତୁତ ହୋଇ ରହିଥିବା ନେଇ ଫଟୋ ଶେୟାର୍‌ କରାଯାଇଛି। ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଦ୍ବିତୀୟ ଚନ୍ଦ୍ରାୟନ ଅଭିଯାନ ଆରମ୍ଭ କରିବା ସକାଶେ ଇସ୍ରୋ ଯୋଜନା ରଖିଛି। ଏହା ମହାକାଶକୁ ଯାଇ ଚନ୍ଦ୍ରପୃଷ୍ଠରେ ସେପ୍ଟେମ୍ବର ୬ ତାରିଖରେ ପହଞ୍ଚିବାର ସମ୍ଭାବନା ରହିଛି।

ଚନ୍ଦ୍ରାୟନ-୨ର ସମୁଦାୟ ୩ଟି ମାପାଙ୍କ ବା ମୋଡ୍ୟୁଲ୍‌ ରହିଛି। ସେଗୁଡ଼ିକ ହେଲା ଅର୍ବିଟର୍‌, ଲ୍ୟାଣ୍ଡର୍‌ (ବିକ୍ରମ) ଓ ରୋଭର୍‌ (ପ୍ରଜ୍ଞା)। ଲ୍ୟାଣ୍ଡର୍‌ ଓ ଅର୍ବିଟର୍‌କୁ ଯାନ୍ତ୍ରିକ ଉପାୟରେ ପରସ୍ପର ସହ ଯୋଡ଼ାଯିବ। ଏହାଛଡ଼ା ରୋଭର୍‌ ଲ୍ୟାଣ୍ଡର୍‌ ଭିତରେ ରହିଥିବା ବେଳେ ଏସବୁକୁ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଲଞ୍ଚ୍‌ ଭେହିକିଲ୍‌ ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ପଠାଯିବ। ଏହି ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଅର୍ବିଟର୍‌ଠାରୁ ଲ୍ୟାଣ୍ଡର୍‌ଟି ପୃଥକ୍‌ ହୋଇଯିବ ଓ ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠ କକ୍ଷପଥରେ ଅବସ୍ଥାପିତ ହେବ। ଏହାପରେ ଲ୍ୟାଣ୍ଡର୍‌ ଭିତରେ ରହିଥିବା ରୋଭର୍‌ ଚନ୍ଦ୍ରପୃଷ୍ଠରେ ଅବସ୍ଥାପନପୂର୍ବକ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିପାରିବ। ଏଥିସକାଶେ ଲ୍ୟାଣ୍ଡର୍‌ ଓ ଅର୍ବିଟର୍‌ରେ ଏକାଧିକ ଯନ୍ତ୍ରାଂଶ ମଧ୍ୟ ଖଞ୍ଜାଯାଇଛି। ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରେ ଜଳ ଓ ଖଣିଜ ଦ୍ରବ୍ୟ ସନ୍ଧାନ ଦିଗରେ ଉଦ୍ୟମ କରାଯିବ। ଚନ୍ଦ୍ରପୃଷ୍ଠକୁ ପଠାଯିବାକୁ ଥିବା ସ୍ପେସ୍‌କ୍ରାଫ୍ଟରେ ସମୁଦାୟ ୧୧ଟି ପେଲୋଡ୍‌ ଅବସ୍ଥାପିତ ହେବ। ସେଥିରୁ ୬ଟି ଭାରତୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ବେଳେ ତିନିଟି ୟୁରୋପ, ଦୁଇଟି ଆମେରିକା ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଜିଏସ୍‌ଏଲ୍‌ଭି ଏମ୍‌କେ-୩ର ସମୁଦାୟ ଓଜନ ୩.୮ ଟନ୍‌ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

୧୦ ବର୍ଷ ତଳେ ଇସ୍ରୋ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ କୌଣସି ପ୍ରକାର ଗବେଷଣା କରାଯାଇପାରିଥିଲା। ଚନ୍ଦ୍ରାୟନ-୧ ଅଭିଯାନ ଗତ ୨୦୦୯ରେ କରାଯାଇଥିଲା ବେଳେ ସେଥିରେ କେବଳ ଅର୍ବିଟର୍‌ ଓ ଇମ୍ପାକ୍ଟର୍‌ର ବ୍ୟବହାର କରାଯାଇଥିଲା। ଚନ୍ଦ୍ରାୟନ-୨ ପରି ସେଥିରେ ରୋଭର୍‌ ଖଞ୍ଜାଯାଇ ନ ଥିଲା। ଚନ୍ଦ୍ରାୟନ-୨ ସମ୍ପର୍କରେ ମତ ଦେଇ ଇସ୍ରୋ ଅଧ୍ୟକ୍ଷ ଜି. ମାଧବନ୍‌ ନାୟର୍‌ କହିଛନ୍ତି ଯେ ଏହା ଏକ ଚମତ୍କାର ମିଶନ୍‌। ୧୦ ବର୍ଷ ତଳେ ଆମେ ଚନ୍ଦ୍ରପୃଷ୍ଠକୁ ସଫଳତାପୂର୍ବକ ସାଟେଲାଇଟ୍‌ ପ୍ରକ୍ଷେପଣ କରିପାରିଛୁ। ଏହା ଯଥେଷ୍ଟ ମାତ୍ରାରେ ତଥ୍ୟ ସଂଗ୍ରହ କରିପାରିଥିଲା। ଚନ୍ଦ୍ରପୃଷ୍ଠର ଅବସ୍ଥିତି, ଖଣିଜ ଦ୍ରବ୍ୟ ଉପଲବ୍ଧତା ଆଦି ସମ୍ପର୍କରେ ସୂଚନା ମିଳିଥିଲା। ଏହାଛଡ଼ା ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ ହୋଇପାରିଥିଲା ବୋଲି ମାଧବନ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।