ଉପନିର୍ବାଚନ ପାଇଁ ଚାପରେ ୩ ଦଳ


କେନ୍ଦ୍ରାପଡ଼ା ଜିଲାର ପାଟକୁରା ଓ ବରଗଡ଼ ଜିଲା ବିଜେପୁରରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଏବେ ଉଭୟ ବିଜେଡି ଓ ବିଜେପି ପ୍ରବଳ ଚାପରେ ଅଛନ୍ତି। ନିର୍ବାଚନରେ ସାଂଘାତିକ ପରାଜୟ ବରଣ କରିଥିବା କଂଗ୍ରେସ ପାଇଁ ବି ଏହି ନିର୍ବାଚନ ଆଉ ଏକ ସଙ୍କଟ ଭାବେ ଉଭା ହୋଇଛି। ଦୁଇବର୍ଷ ମଧ୍ୟରେ ବିଜେପୁର ବିଧାନସଭା ଆସନ ପାଇଁ ତୃତୀୟ ଥର ଲାଗି ନିର୍ବାଚନ ହେବାକୁ ଯାଉଛି। ଗତ ବିଧାନସଭାରେ ଥିବା ଏଠାକାର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁରରେ ବିଧାନସଭା ଉପନିର୍ବାଚନ ହୋଇଥିଲା। ଉକ୍ତ ଉପନିର୍ବାଚନରେ ବିଜେପି ଏହାର ନିଜ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥୀ ନ କରି ବିଜେଡିର ପୂର୍ବତନ ବିଧାୟକଙ୍କୁ ପ୍ରାର୍ଥୀ କରିବାରୁ ଦଳ ଭିତରେ ପ୍ରବଳ ବିଦ୍ରୋହ ସୃଷ୍ଟି ହୋଇଥିଲା। ଏଥିରୁ ଫାଇଦା ନେଇ ବିଜେଡି ସ୍ବର୍ଗତ କଂଗ୍ରେସ ବିଧାୟକଙ୍କ ପତ୍ନୀରିତା ସାହୁଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରାଇଥିଲା। ବହୁ ଟଣା ଓଟରା ପରେ କଂଗ୍ରେସ ତାହାର ପ୍ରାର୍ଥୀ ଦେଇଥିଲେ ବି ଏଠାରେ ଉପନିର୍ବାଚନ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ଏବଂ ବିଜେପିକୁ ବହୁ ପଛରେ ପକାଇ ବିଜେଡି ପ୍ରାର୍ଥୀରିତା ସାହୁ ଜିଣିଥିଲେ।
ବିଧାୟିକା ଭାବେରିତାଙ୍କର ଦୁଇବର୍ଷ ପୂର୍ତ୍ତି ହେବା ପୂର୍ବରୁ ହୋଇଥିବା ବିଧାନସଭା ନିର୍ବାଚନରେରିତାଙ୍କୁ ଆଉ ବିଜେଡି ଟିକେଟ୍‌ ମିଳି ନ ଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁରରୁ ଦୁଇଟି ସ୍ଥାନରୁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନବେଳେ ବି ବିଜେପିରେ ପୁଣି ଏକ ବଡ ଧରଣର ବିଦ୍ରୋହ ଘଟିଥିଲା ଏବଂ ଏହାର ବରିଷ୍ଠ ନେତା ସୁବାସ ଚୌହାନ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ।
ବିଜେପି ପ୍ରାର୍ଥୀଙ୍କୁ ଏଠାରେ ବହୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଥିବାବେଳେ କଂଗ୍ରେସର ଏକ ପ୍ରକାର ସତ୍ତା ଲୋପ ହୋଇଥିଲା। ପୂର୍ବରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଯିବା ପରେ କଂଗ୍ରେସ ଶିବିର ଫାଙ୍କା ହୋଇଯାଇଥିଲା। ଏବେ ନବୀନ ହିଞ୍ଜିଳି ଆସନରଖି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ ଏହି ଆସନ ପାଇଁ ଯେକୌଣସି ସମୟରେ ନିର୍ବାଚନ କମିଶନ ଉପନିର୍ବାଚନ ଘୋଷଣା କରିପାରନ୍ତି। ବରଗଡ଼ ସମେତ ପଶ୍ଚିମ ଓଡିଶାର ୫ଟି ଯାକ ଲୋକସଭା କ୍ଷେତ୍ର ବିଜେପି ଜିଣିଥିବା ପରିପ୍ରେକ୍ଷୀରେ ବିଜେପୁର ଉଭୟ ବିଜେଡି ଓ ବିଜେପି ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି। ଯେକୌଣସି ପ୍ରକାରେ ଶାସକ ବିଜେଡି ଦଳ ଏହି ଆସନକୁ ପୁଣିଥରେ କରାୟତ କରିବା ପାଇଁରଣକୌଶଳ ଆରମ୍ଭ କରିଦେଇଛି। ବିଜେପୁର ଆସନ ଛାଡିବାର ୨-୩ ଦିନ ପୂର୍ବରୁ ନବୀନ ବିଜେପୁର ପାଇଁ ଯେଉଁ ପ୍ୟାକେଜ ଘୋଷଣା କରିଥିଲେ ତାର ଅଂଶସ୍ୱରୂପ ତିନୋଟି ପୃଥକ ଆରଆଇ ସର୍କଲର ଘୋଷଣା କରି ନବୀନ ଉପନିର୍ବାଚନ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ନବୀନ ଯାହା କୁହନ୍ତି ତାହା ନିଶ୍ଚୟ କରନ୍ତି ବୋଲି ଧାରଣା ସୃଷ୍ଟିକାରୀ ବିଜେଡି ବିଜେପୁର ପାଇଁ ଥୋପ ଫିଙ୍ଗିଛି।

ସେହିପରି ପାଟକୁରାରେ ବିଜେଡି ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏଠାକାର ନିର୍ବାଚନ ମଇ ୧୯ ତାରିଖକୁ ଘୁଞ୍ଚା ଯାଇଥିଲା। ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ ଫୋନି ଯୋଗୁଁ ଅନ୍ତତଃ ଦୁଇମାସ ପାଇଁ ପାଟକୁରା ର୍ନିବାଚନକୁ ସ୍ଥଗିତ ରଖିବା ପାଇଁ ବିଜେଡି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରି ଘୁଞ୍ଚାଇବା ଦିଗରେ ସଫଳ ହୋଇଥିଲା । ଏଠାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜେଡି ପ୍ରାର୍ଥୀ ଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ଅଛନ୍ତି। ବିଜେଡି କୌଣସି ପ୍ରକାରେ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ଦେଖିବ ନାହିଁ ବୋଲି ଏକ ପ୍ରକାର ଅଲିଖିତ ସଂକଳ୍ପ କରି ସେହି ଅନୁସାରେ ରଣକୌଶଳ ନିର୍ଦ୍ଧାରଣ କରିଛି। ଏହି ଆସନକୁ ଦଖଲ କରିବା ଲାଗି ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଟଣାଓଟରା ଚାଲିଛି। କଂଗ୍ରେସ ବି ଏଠାରେ ପ୍ରାର୍ଥୀ ଦେଇଛି। ବିଜେଡିର ବଛାବଛା ୫ ନେତାଙ୍କୁ ରାଜ୍ୟ ସ୍ତରରେ ସଂଯୋଜକ ଦାୟିତ୍ବ ଦିଆଯାଇଛି।
ମିଳିଥିବା ଖବର ଅନୁଯାୟୀ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଆସନ ଯେପରି ବିଜେଡି ଖାତାରେ ଯୋଡ଼ିହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଲାଗିପଡ଼ିବାକୁ ତାଗିଦ କରିଛନ୍ତି। ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଡେରାବିଶ ବ୍ଲକ ଦାୟିତ୍ବ ପ୍ରଦାନ କରାଯାଇଛି। ଉଭୟ ମାର୍ଶାଘାଇ ଓ ଗରଦପୁର ବ୍ଲକ ଦାୟିତ୍ବରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଦାୟିତ୍ୱ। ସେହିଭଳି ମାର୍ଶାଘାଇର ୭ଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମଧ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି। ତୃଣମୂଳ ସ୍ତରରେ ବିଜେଡି ନେତାମାନେ ଘର ଘର ବୁଲି ଭୋଟରଙ୍କୁ ଭେଟିବା ଆରମ୍ଭ କରିଦେଇଥିବା ବେଳେ ବିଜେପି ପାଟକୁରା କୌଶଳକୁ ନେଇ ବିଚାରବିମର୍ଶ କରିଛି।

କଂଗ୍ରେସ ନିର୍ବାଚନୀ ମୈଦାନରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ଉପରୁ କୁହାଯାଉଥିଲେ ହେଁ ଗାଁ ସ୍ତରରେ ନେତା ଓ କର୍ମୀଙ୍କ ଠିକଣା ହଜିଯାଇଥିବା ନେଇ ଚର୍ଚା ହେଉଛି। ଏହି ଦୁଇ ଉପନିର୍ବାଚନ ବିଜେଡି ଓ ବିଜେପି ପାଇଁ ମର୍ଯ୍ୟାଦାର ଲଢେଇ ଭାବେ ପରିଗଣତି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?