ମୋଦିଙ୍କ ଶ୍ରୀଲଙ୍କା ଗସ୍ତ: ବର୍ଷାରେ ଛତା ଧରିଲେ ଶ୍ରୀଲଙ୍କା ରାଷ୍ଟ୍ରପତି


କଲମ୍ବୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଶ୍ରୀଲଙ୍କାରେ ପହଞ୍ଚିବା ବେଳକୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପରକ୍ଷଣରେ ମୋଦି ଶ୍ରୀଲଙ୍କାରେ ପହଞ୍ଚି ଥିଲେ ମଧ୍ୟ ରାଷ୍ଟ୍ରପତି ଭବନକୁ ସେ ଯିବା ସମୟରେ ବର୍ଷା ହେଉଥିବା ନଜର ଆସିଥିଲା। ବିଶ୍ୱର ଏହି ପ୍ରଭାବଶାଳୀ ନେତା ବର୍ଷାରେ ଓଦା ନ ହେବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜେ ଛତା ଧରି ତାଙ୍କୁ ବାଟ କଢ଼ାଇ ନେଉଥିବା ଦେଖାଯାଇଛି। ଗୋଟିଏ ଛତାରେ ଉଭୟ ନେତା ଯାଉଥିବା ବେଳେ ରାଷ୍ଟ୍ରପତି ଭାବେ ସିରିସେନା ନିଜେ ଛତା ଧରିଥିବା ନଜର ଆସିଛି। ପରେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ କରାଯାଇଥିବା ଦେଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।