ଆଲିଗଡ଼ ଶିଶୁ ହତ୍ୟା ମାମଲା: ଟପ୍ପାଲରେ ୧୪୪, ଇଣ୍ଟରନେଟ୍‌ କଟକଣା


ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଟପ୍ପାଲରେ ଜଣେ ଅଢ଼େଇ ବର୍ଷର ଶିଶୁକୁ ନିର୍ମମ ହତ୍ୟା କରାଯିବା ଘଟଣାରେ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଯିବା ଆଶଙ୍କାରେ ସେଠାରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଥିସହ ୧୪୪ ଧାରା ଲାଗୁ କରାଯାଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି। ସୋସାଲ ମିଡିଆ ଜରିଆରେ ଗଣ୍ଡଗୋଳକୁ ଉସୁକାଇବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଲାଗୁ କରାଯାଇଛି। ଏଥିସହ ବାହାର ଅଞ୍ଚଳରୁ ଯେପରି ବେଶୀ ଲୋକ ଟପ୍ପାଲ ନ ଆସନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଇଛି।

ଟପ୍ପାଲ ଅଞ୍ଚଳର ସର୍କଲ ଇନ୍ସିପେକ୍ଟର ପଙ୍କଜ ଶ୍ରୀବାସ୍ତବଙ୍କୁ ବଦଳି କରାଯାଇଛି। ମୁସଲିମ୍‌ ସମ୍ପ୍ରଦାୟର କିଛି ଲୋକଙ୍କୁ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ବାହାରକୁ ପଠାଇ ଦେଇଥିବା ନେଇ ଯେଉଁ ପ୍ରଚାର ହେଉଛି, ତାହାକୁ ଖଣ୍ଡନ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅସ୍ଥାୟୀ ଭାବେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଫେରାଇ ଅଣାଯିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି।

ଟପ୍ପାଲ ଦକ୍ଷିଣପନ୍ଥୀ ଲୋକେ ଅପରାଧୀଙ୍କୁ ଦଣ୍ଡବିଧାନ ପାଇଁ ‘ମହାପଞ୍ଚାୟତ’ ଡାକିବା ନେଇ ଯୋଜନା କରିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। କାରଣ ‘ମହାପଞ୍ଚାୟତ’ ବସିଲେ ସହରରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ଜିଲ୍ଲା ପ୍ରଶାସନ ପାଇଁ ବେଶୀ ଗୁରୁତ୍ବ ବହନ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।