ଏକ ଯୁଗର ଅବସାନ: ପରଲୋକରେ କିମ୍ବଦନ୍ତୀ ପୁରୁଷ ଗିରିଶ କର୍ନାଡ

ଝୁରୁଛି ଭାରତୀୟ ସିନେମା, ସାହିତ୍ୟ ଓ ଥିଏଟର ଜଗତ

ବେଙ୍ଗାଳୁରୁ: ଏକ ଯୁଗର ଅବସାନ ଘଟିଛି। ଆଉ ନାହାନ୍ତି ଭାରତୀୟ ସିନେମା, ସାହିତ୍ୟ ଓ ଥିଏଟର ଜଗତର କିମ୍ବଦନ୍ତୀ ପୁରୁଷ ଗିରିଶ କର୍ନାଡ। ଆଜି ୮୧ବର୍ଷ ବୟସରେ ବେଙ୍ଗାଲୁରୁଠାରେ ଏହି ଭେଟରାନ୍‌ ମହାନ ନାଟ୍ୟକାର, ସଂଳାପ ଲେଖକ, ଅଭିନେତା ଓ ନିର୍ଦେଶକଙ୍କର ପରଲୋକ ଘଟିଛି। କର୍ନାଡ ବେଶ୍‌ କିଛି ଦିନ ହେଲା ବେଙ୍ଗାଳୁରୁରେ ଅସୁସ୍ଥ ଅବସ୍ଥାକୁ ଆସି ଯାଇଥିଲେ।ତାଙ୍କର ଶେଷକୃତ୍ୟ ଆଜି ସ୍ଥାନୀୟ ବ୍ୟାପାନାହାଲି ସ୍ଥିତ କଲପାଲି ଇଲେକ୍ଟ୍ରିକ ଚୁଲ୍ଲାରେ ସମ୍ପନ୍ନ ହୋଇଛି। ଏବେ ତାଙ୍କୁ ବଲିଉଡ୍‌ ସମେତ ପୂରା ଦେଶ ଝୁରୁଛି। ପଦ୍ମଶ୍ରୀ, ପଦ୍ମ ଭୂଷଣ, ଜ୍ଞାନପୀଠ ପରି ସମ୍ମାନଜନକ ପୁରସ୍କାର ହାସଲ କରିଥିବା କର୍ନାଡଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କର୍ଣ୍ଣାଟକ ସରକାର ୩ ଦିନିଆ ଶୋକ ଘୋଷଣା କରିବା ସହ ସୋମବାର ରାଜ୍ୟରେ ଛୁଟି ପାଳନ କରିଛନ୍ତି।

ଜଣେ ନାଟ୍ୟକାର ଓ ଥିଏଟର କଳାକାରରୁ ବଲିଉଡ୍‌ ଯାତ୍ରା ଗିରିଶ  କର୍ନାଡଙ୍କ ପକ୍ଷରେ ସହଜ ନ ଥିଲା। ହେଲେ ଏହି ଆହ୍ବାନକୁ ଗିରିଶ ଗ୍ରହଣ କରି ଅଜସ୍ର ସଫଳତା ହାସଲ କରିଥିଲେ। ଉଭୟ ସିନେମା ଏବଂ ଥିଏଟର ଜଗତରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ୧୯୩୮ ମସିହାରେ ମହାରାଷ୍ଟ୍ରର ମାଥେରାନରେ ଜନ୍ମ ଗ୍ରହଣ କରିଥିଲେ ଗିରିଶ। ହେଲେ ତାଙ୍କ ପିଲାବେଳେ କର୍ଣ୍ଣାଟକାର ସିରସି ଓ ଧାରୱାଡରେ କଟିଥିଲା। ଏଠାରେ ମଞ୍ଚସ୍ଥ ହେଉଥିବା ନାଟକ ଦେଖି ସେ ଅଭିନୟ ଓ ନାଟ୍ୟକଳା ପ୍ରତି ଆକୃଷ୍ଟ ହୋଇଥିଲେ। ସେ ଗାଁର ନାଟକ ମଣ୍ଡଳୀ ଓ ଥିଏଟର ଗ୍ରୁପ୍‌ ସହ ବିଭିନ୍ନ ସ୍ଥାନକୁ ଯାଉଥିଲେ।
କର୍ଣ୍ଣାଟକାର ଧାରୱାଡର ଆର୍ଟସ କଲେଜ୍‌ରୁ ଗ୍ରାଜୁଏଟ ହୋଇଥିବା କର୍ଣ୍ଣାଡ଼ ଏହା ପରେ ଅକ୍ସଫୋର୍ଡ ୟୁନିଭର୍ସିଟିର ମାଗଡାଲେନ୍‌ କଲେଜ୍‌ରେ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥନୀତି ଅଧ୍ୟୟନ କରିଥିଲେ। ଚେନ୍ନାଇର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସରେ ସେ ୭ ବର୍ଷ ଧରି ଚାକିରି କରିଥିଲେ। ଏହା ପରେ ସେ ଲେଖକ ହେବାକୁ ଚାହିଁଥିଲେ। ଏହାପରେ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରେ ସେ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ସେଠାରୁ ସେ ଚାକିରି ଛାଡ଼ି ଭାରତ ଫେରି ଆସି ସିନେମା ଜଗତରେ ପାଦ ଥାପିଥିଲେ। ତାଙ୍କ ଦ୍ୱାରା ରଚିତ ୟୟାତି ୧୯୫୧ରେ ପ୍ରଥମେ ପ୍ରକାଶିତ ହୋଇଥିଲା। ସେହିପରି ୧୯୬୪ରେ ତାଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ନାଟକ ତୁଗଲକ ଓ ୧୯୭୧ରେ ହାୟାବନ୍ଦନା ପ୍ରକାଶ ପାଇଥିଲା।

ଗିରିଶ କର୍ନାଡ କର୍ଣ୍ଣାଟକରେ ହିଁ ଶିକ୍ଷା ଗ୍ରହଣ କରି କନ୍ନଡ ଭାଷାରେ ନିର୍ମିତ ଅନେକ ସିନେମାରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ। କେଳବ ଅଭିନୟ ନୁହେଁ ନିର୍ଦେଶନା ସାଙ୍ଗକୁ ସଂଳାପ ଲେଖା ପାଇଁ ତାଙ୍କ ଜୀବଦଶାରେ ଅନେକ ପୁରସ୍କାର ହାସଲ କରିପାରିଥିଲେ। ୧୯୭୦ ମସିହାରେ କନ୍ନଡ ଚଳଚ୍ଚିତ୍ର ସଂସ୍କାରରୁ ସେ ତାଙ୍କ ଅଭିନୟ ଜୀବନ ଏବଂ ଚିତ୍ରନାଟ୍ୟ ରଚନା ଆରମ୍ଭ କରିଥିଲେ। ୧୯୭୪ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୧୯୯୨ରେ ପଦ୍ମ ବିଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। କନ୍ନଡ଼ରେ ଲିଖିତ ତାଙ୍କ ନାଟକଗୁଡ଼ିକ ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାଗୁଡ଼ିକରେ ଅନୁଦିତ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୮ ମସିହାରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ମନ୍ଥନ, ପୁକାର, ଇକବଲ, ଏକ୍ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ଭଳି ହିନ୍ଦୀ ସିନେମାରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ସଂଳାପ ଲେଖି ସେ ବିଶେଷ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏଥିସହିତ ଦକ୍ଷିଣ ଭାରତୀୟ ଭାଷା ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ନିର୍ମିତ ଅନେକ ସିନେମାରେ ସେ ନିଖୁଣ ଅଭିୟନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ୨୦୧୮ରେ ଶେଷଥର ପାଇଁ ସେ ନିନିଲାଡ଼ା ମାଲେ ନାମକ ଏକ କନ୍ନଡ଼ ସିନେମାରେ ଅଭିନୟ କରିଥିଲେ। ଏଥିସହିତ ଟିଭିରେ ପ୍ରସାରିତ ଧାରାବାହିକ ମାଲାଗୁଡ଼ି ଡେଜ୍‌ରେ ବାପା ଚରିତ୍ରରେ ତାଙ୍କର ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।