ଏମିତି ଧରନ୍ତୁ ପତିଙ୍କ ମିଛ


ନିଜ ପତି ତାଙ୍କୁ ମିଛ କହୁଛନ୍ତି ବୋଲି ଅନେକ ପତ୍ନୀ ଭାବନ୍ତି। ସତ ଜାଣିବା ଲାଗି ମହିଳାମାନେ କ’ଣ ନାଇଁ କ’ଣ କରିଥାନ୍ତି। ଯାହାଫଳରେ ସବୁବେଳେ ମାନସିକ ଚାପ ମଧ୍ୟରେ ବଞ୍ଚନ୍ତି। ଯଦି ଆପଣ ମଧ୍ୟ ଏଭଳି ପରିସ୍ଥିତ ଦେଇ ଗତି କରୁଛନ୍ତି, ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ ଦିଆଯାଇଛି। ଯେଉଁଥିରୁ ଆପଣ ଜାଣିପାରିବେ, ଆପଣଙ୍କ ପତି ଆପଣଙ୍କୁ ସତ କହୁଛନ୍ତି ନା ମିଛ।

ପ୍ରଶ୍ନ ପଚାରିଲେ ରାଗିବା

ଯଦି ଆପଣଙ୍କ ପତି ଫୋନ୍‌ରେ କଥା ହେଉଥିଲେ କିମ୍ବା ଚାଟ୍‌ କରୁଥିଲାବେଳେ କାହା ସହିତ କଥା ହେଉଛ ପଚାରିଲେ ରାଗି ଯାଉଛନ୍ତି, ତେବେ ଜାଣି ନିଅନ୍ତୁ ଏହା ସେ ଆପଣଙ୍କୁ କହିବାକୁ ଚାହୁ ନାହାନ୍ତି। ବାରମ୍ବାର ପଚାରିବା ପରେ ମଧ୍ୟ ସେ ଆପଣଙ୍କୁ ସିଧାସଳଖ ଉତ୍ତର ଦେଉ ନାହାନ୍ତି, ତେବେ ଜାଣି ନିଅନ୍ତୁ ଆପଣଙ୍କ ପତି ଆପଣଙ୍କୁ ମିଛ କହୁଛନ୍ତି।

ପୂର୍ବରୁ ମଧ୍ୟ ମିଛ କହିଥିଲେ
କେତେକ ଲୋକଙ୍କର ମିଛ କହିବାର ଅଭ୍ୟାସ ରହିଛି। ଏହାକୁ ଅଣଦେଖା କରିବା ଆପଣଙ୍କ ରିଲେସନଶିପ୍‌ ଉପରେ ପ୍ରଭାବ ପଡ଼ିପାରେ। ଯଦି ଆପଣଙ୍କ ପାର୍ଟନର ପୂର୍ବରୁ ମଧ୍ୟ ଆପଣଙ୍କୁ ମିଛ କହି ଆସୁଛନ୍ତି ଓ ଆପଣ ପଚାରିଲେ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି, ତେବେ ତାଙ୍କୁ ବିଶ୍ବାସ କରିବା ପୂର୍ବରୁ ଦୁଇ ଥର ଭାବିବା ଉଚିତ।

ଆଖି ନ ମିଶାଇବା
ଏହା ମନୋବିଜ୍ଞାନୀଙ୍କ ଯୁକ୍ତି ଅଟେ ଯେ ମିଛ କହୁଥିବା ଲୋକେ ଆଖିରେ ଆଖି ମିଶାଇ କଥା ହୋଇପାରନ୍ତି ନାହିଁ। ଯଦି ଆପଣଙ୍କ ପତି ମଧ୍ୟ ଏପରି କରୁଛନ୍ତି, ତେବେ ଜାଣି ନିଅନ୍ତୁ ସେ ଆପଣଙ୍କୁ ମିଛ କହୁଛନ୍ତି କିମ୍ବା କିଛି କଥା ଲୁଚାଉଛନ୍ତି।

ବାରମ୍ବାର ବିଶ୍ବାସର କଥା କହିବା

ଯେତେବେଳେ ପତ୍ନୀଙ୍କ ସହିତ ପତି ଚିଟିଂ କରିଥାନ୍ତି, ସେତେବେଳେ ପତ୍ନୀ ଅଯଥାରେ ସନ୍ଦେହ କରୁଥିବା କହି କମେଣ୍ଟ କରିଥାନ୍ତି। ଏହି ସମୟରେ ‘ବିଶ୍ବାସ’ ଶବ୍ଦକୁ ପତି ବାରମ୍ବାର ବ୍ୟବହାର କରିଥାନ୍ତି। ପତିଙ୍କଠାରୁ ଏହି କମେଣ୍ଟ ଶୁଣିବା ପରେ ପତ୍ନୀ ନିଜକୁ ଦୋଷୀ ମାନିବାରେ ଲାଗନ୍ତି, କିନ୍ତୁ ବାସ୍ତବରେ ପତ୍ନୀ ଠିକ୍‌ ଥାଆନ୍ତି।

ବାରମ୍ବାର ମୁହଁରେ ହାତ ଲଗାଇବା

ୱାର୍ଣ୍ଣିଂ ସାଇନ୍‌ ପୁସ୍ତକରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଲୋକେ ମିଛ କହିଲେ, ବାରମ୍ବାର ନିଜ ମୁହଁରେ ହାତ ଲଗାଇଥାନ୍ତି। ଅନେକ ସମୟରେ ମିଛ କହିବା ପରେ ମୁହଁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରିଥାନ୍ତି।

ନକଲି ହସ
ହସିବାର ଅର୍ଥ ହେଲା ସବୁକିଛି ଠିକ୍‌ ରହିଛି। କିନ୍ତୁ ନକଲି ଓ ଅସଲ ହସ ମଧ୍ୟରେ ଫରକ୍‌ ଜାଣନ୍ତୁ। ୨୦୧୨ରେ କୋଲମ୍ବିଆରେ ହୋଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ମିଛ କହିବା ସମୟରେ ସାଧାରଣତଃ ଲୋକେ ସ୍ମାଇଲ୍‌ କରିଥାନ୍ତି। ଯଦିଓ ମୁହଁର ନିମ୍ନ ଭାଗରୁ ସେମାନେ ହସି ପରିସ୍ଥିତିକୁ ନିୟନ୍ତ୍ରଣ କରି ନିଅନ୍ତି, କିନ୍ତୁ ଆଖିରୁ ସ୍ପଷ୍ଟ ଭାବେ ଜଣାପଡ଼ିଯାଏ ଯେ ସେମାନେ ମିଛ କହୁଛନ୍ତି ବୋଲି।

ଆଖି ଡୋଳା ବଡ଼ ବଡ଼ ହୋଇଯିବା
ଏକ ସର୍ଭେ ମୁତାବକ ଯେତେବେଳେ ମଣିଷ ଏପରି କିଛି କରେ, ଯେଉଁଥିରେ ମସ୍ତିଷ୍କ ଉପରେ ଅଧିକ ଜୋର୍‌ ଦେବାକୁ ପଡ଼େ, ସେତେବେଳେ ତାଙ୍କର ଆଖି ଡୋଳା ବଡ଼ ହୋଇଯାଏ। ମିଛ କହିବା ସମୟରେ ବ୍ୟକ୍ତିଙ୍କୁ ଅନେକ ବାହାନା ଭାବିବାକୁ ପଡ଼େ। ତେଣୁ ତାଙ୍କର ଆଖି ଡୋଳା ବଡ଼ ହୋଇଯାଇଥାଏ।

ପାଖରେ ନ ବସିବା
ଯଦି ଆପଣଙ୍କ ପତି ମିଛ କହୁଛନ୍ତି, ତେବେ ଆପଣଙ୍କଠାରୁ ଦୂରେଇ ରହିବାକୁ ଅଧିକ ପସନ୍ଦ କରିଥାନ୍ତି। ମିଛ କହୁଥିବା ଲୋକେ ପାଖରେ ରହିବାଠାରୁ ଦୂରେଇ ରହିବା ସହିତ ଚେହେରାର ହାବଭାବକୁ ମଧ୍ୟ ଲୁଚାଇବାକୁ ଚେଷ୍ଟା କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।