ରାଫେଲ୍ ରାଜ୍: ନାଡାଲ୍ ଦ୍ୱାଦଶ ଥର ଫ୍ରେଞ୍ଚ୍‌ ଓପନ୍ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌

ତୃତୀୟ ହ୍ୟାଟ୍ରିକ୍‌ ଟାଇଟଲ୍ ସହ ମାର୍ଗାରେଟ୍‌ କୋର୍ଟ ଓ ରୋଜର ଫେଡେରର୍‌ଙ୍କୁ ଟପିଲେ

ପ୍ୟାରିସ୍: ରୋଲାଣ୍ଡ ଗ୍ୟାରସରେ ପୁଣି ରାଫେଲ୍ ରାଜ୍। ସ୍ପେନୀୟ ଟେନିସ୍ ତାରକା ତଥା ଦ୍ବିତୀୟ ସିଡ୍‌ ରାଫେଲ୍ ନାଡାଲ୍ ନିଜର ପ୍ରିୟ କ୍ଲେ’କୋର୍ଟରେ ପୁଣି ରାଜ୍ କରିଛନ୍ତି । ରବିବାର ନାଡାଲ୍ ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ ରେକର୍ଡ ଦ୍ୱାଦଶ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ନାଡାଲ୍ ଟାଇଟଲ୍ ଲଢ଼େଇରେ ଚତୁର୍ଥ ସିଡ୍ ଥିମଙ୍କୁ ୬-୩, ୫-୭, ୬-୧, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ୩୩ ବର୍ଷୀୟ ନାଡାଲ୍ ପ୍ରଥମ (ମହିଳା ଓ ପୁରୁଷ) ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଏକକ ବର୍ଗରେ ସର୍ବାଧିକ ଦ୍ୱାଦଶ ଥର ଜିତିବାର ରେକର୍ଡ କରିଛନ୍ତି। ଏ କ୍ଷେତ୍ରରେ ସେ ମାର୍ଗାରେଟ୍‌ କୋର୍ଟ (୧୧ ଥର ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସ ବିଜେତା)ଙ୍କ କୀର୍ତ୍ତିମାନକୁ ପଛକୁ ଠେଲି ଦେଇଛନ୍ତି।

ନାଡାଲ୍ ମଧ୍ୟ ରୋଲାଣ୍ଡ ଗ୍ୟାରସ୍‌ରେ ୧୨ ଥର ପାଇଁ ଫାଇନାଲ୍‌ ପ୍ରବେଶ କରି କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ବର୍ଗରେ ସର୍ବାଧିକ ଥର ଏଭଳି ସଫଳତାର କୀର୍ତ୍ତି ବହନ କରିଥିଲେ। ଏ କ୍ଷେତ୍ରରେ ସେ ଏଥର ତାଙ୍କ ସେମିଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ (୧୧)ଙ୍କୁ ଟପି ଯାଇଥିଲେ। ଏଠାରେ ନିଜର ଦ୍ବାଦଶ ଥର ଫାଇନାଲ୍‌ ପ୍ରବେଶକୁ ନାଡାଲ୍ ମଧ୍ୟ ଟ୍ରଫି ହାସଲରେ ରୂପାନ୍ତର କରିଥିଲେ। ନାଡାଲଙ୍କର ଏହା ୧୮ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ନାଡାଲ୍ ସେଥିରୁ କେବଳ ୧୨ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲା ବେଳେ ୩ ଥର ୟୁଏସ୍‌ ଓପନ୍‌ (୨୦୧୦, ୨୦୧୩, ୨୦୧୭), ୨ ଥର ୱିମ୍ବଲଡନ୍‌ (୨୦୦୮, ୨୦୧୦) ଏବଂ ଥରେ ଅଷ୍ଟ୍ରେଲୀୟ ଓପନ୍‌ (୨୦୦୯) ଟ୍ରଫି ନିଜ ପାଖରେ ରଖିଛନ୍ତି। ଏହି କ୍ଷେତ୍ରରେ ନାଡାଲ୍ ରୋଜର ଫେଡେରରଙ୍କଠାରୁ ଦୁଇଟି ଟାଇଟଲ୍ ପଛରେ ଅଛନ୍ତି, ଯିଏ ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ନାଡାଲ୍ ପ୍ୟାରିସରେ ୯୩ ବିଜୟ ଏବଂ ମାତ୍ର ୨ ପରାଜୟ ସହ ନୂଆ କୀର୍ତ୍ତିମାନ କରିଛନ୍ତି। ଏଠାରେ ନାଡାଲ୍ ୨୦୦୫ରୁ ୨୦୦୮ ମଧ୍ୟରେ କ୍ରମାଗତ ୪ ଥର, ୨୦୧୦ରୁ ୨୦୧୪ ମଧ୍ୟରେ କ୍ରମାଗତ ୫ ଥର ଏବଂ ୨୦୧୭ ଓ ୨୦୧୮ରେ ଟାଇଟଲ୍ ଜିତି କ୍ଲେ-କୋର୍ଟର ସମ୍ରାଟ୍‌ ଆଖ୍ୟା ହାତେଇଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ଦୁଇଥର ହ୍ୟାଟ୍ରିକ୍‌ ଅର୍ଜନ କରିବା ପରେ ତୃତୀୟ ଥର ପାଇଁ ମଧ୍ୟ ହ୍ୟାଟ୍ରିକ୍‌ ପାଇଛନ୍ତି। ୨୦୧୭ ଓ ୨୦୧୮ରେ ନାଡାଲ୍ ଏଠାରେ ଜିତିବା ପରେ ଚଳିତ ୨୦୧୯ରେ ମଧ୍ୟ ଜିତି ଟ୍ରଫି ବଜାୟ ରଖିବା ସାଙ୍ଗକୁ ତୃତୀୟ ଥର ହ୍ୟାଟ୍ରିକ୍‌ ସଫଳତା ପାଇଛନ୍ତି ନାଡାଲ୍। ଅନ୍ୟପକ୍ଷରେ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ସନ୍ଧାନରେ ଥିବା ଥିମ୍‌ଙ୍କ ସ୍ବପ୍ନ ଅଧୁରା ରହିଗଲା। ଗ୍ରାଣ୍ଡ୍‌ ସ୍ଲାମ୍‌ରେ ଥିମ୍‌ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରୋଲାଣ୍ଡ ଗ୍ୟାରସ୍‌ରେ ରହିଛି। ଗତବର୍ଷ ସେ ମଧ୍ୟ ଏଥରର ପ୍ରତିଦ୍ବନ୍ଦ୍ବୀ ନାଡାଲଙ୍କଠୁ ହାରି ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ହୋଇଥିଲେ।

ଏହା ପୂର୍ବରୁ ନାଡାଲ୍ ସେମିଫାଇନାଲରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ଫେଡେରରଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ସେହିପରି ଥିମ୍ ସେମିରେ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ହରାଇଥିଲେ। ଟାଇଟଲ୍ ଜିତିବା ପରେ ନାଡାଲ୍ କହିଥିଲେ, ମୁଁ ଥିମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟାଇଟଲ୍ ଜିତିପାରି ନ ଥିବାରୁ ମୁଁ ଦୁଃଖିତ। କିନ୍ତୁ ତାଙ୍କର ଭବିଷ୍ୟତ ବହୁ ଉଜ୍ଜ୍ୱଳ। ତାଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ଏଠାରେ ଜିତିବା ପାଇଁ ମୋ ପାଇଁ ଗର୍ବର କଥା। ମୁଁ ଯେତେବେଳେ ଏଠାରେ ୨୦୦୫ରେ ପଦାର୍ପଣ କରିଥିଲି, କେବେ ବି ଭାବି ନ ଥିଲି ଯେ ୨୦୧୯ ପର୍ଯ୍ୟନ୍ତ ଖେଳିବି। ତେଣୁ ଏହି ୧୪ ବର୍ଷର ଅଭିଯାନ ମୋ ପାଇଁ ବହୁତ ଖାସ ବୋଲି ନାଡାଲ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।