ଜାଣନ୍ତୁ ହିଟ୍‌ମ୍ୟାନ୍‌ ରୋହିତଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌


ହିଟ୍‌ମ୍ୟାନ୍‌ ନାମରେ ଜଣାଶୁଣା ଲୋକପ୍ରିୟ ଭାରତୀୟ କ୍ରିକେଟ୍‌ ଟିମ୍‌ ଷ୍ଟାର୍‌ ଓପନର ରୋହିତ ଶର୍ମା ବିଶ୍ବକପ୍‌ ୨୦୧୯ରେ ଭାରତର ପ୍ରଥମ୍ୟାଚ୍‌ରେ ସାଉଥ୍‌ ଆଫ୍ରିକା ବିରୋଧରେ ଧମାକାଦାର ଶତକ ମାରି ଭାରତକୁ ବିଜୟର ସ୍ବାଦ ଚଖାଇଥିଲେ। ମ୍ୟାଚ୍‌ ସମୟରେ ତାଙ୍କ ଏନର୍ଜି ଦେଖି ପ୍ରଶଂସକ ତାଙ୍କ ଫିଟ୍‌ନେସ୍‌ ଓ ସିକ୍ରେଟ୍‌ ଡାଏଟ୍‌ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛୁକ। ଚାଲନ୍ତୁ ଜାଣିବା ରୋହିତଙ୍କ ଏହି ଫିଟ୍‌ନେସ୍‌ ସିକ୍ରେଟ୍‌ ସମ୍ପର୍କରେ।

ସକାଳ ଜଳଖିଆ
ଭାରତର ଦମ୍‌ଦାର ବ୍ୟାଟସ୍‌ମ୍ୟାନଙ୍କ ମଧ୍ୟରେ ଅନ୍ୟତମ ରୋହିତ ନିଜ ଫିଟ୍‌ନେସ୍‌ ଟ୍ରେନରଙ୍କ ଦ୍ବାରା ପ୍ଲାନ୍‌ କରାଯାଇଥିବା ଡାଏଟ୍‌ ଅନୁସରଣ କରନ୍ତି। ସକାଳ ଜଳଖିଆରେ ହାଇ ପ୍ରୋଟିନ୍‌ ସାମିଲ୍‌ କରିବା ଲାଗି ସେ ସିଝା ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଦିନର ଆରମ୍ଭ ପାଇଁ ରୋହିତ ସକାଳ ଜଳଖିଆରେ କ୍ଷୀର ଓ ଓଟ୍‌ସ ଖାଇଥାନ୍ତି। ମାଂସପେଶୀକୁ ମଜ୍‌ବୁତ କରିବା ଲାଗି ସେ ପ୍ରୋଟିନ୍‌ ଡ୍ରିଙ୍କସ୍‌ ଓ ପ୍ରୋଟିନ୍‌ ମିଲ୍କଶେକ୍‌ ପିଇଥାନ୍ତି।

ନୋ ଲେଟ୍‌ ନାଇଟ୍ ଫୁଡ୍‌
ରୋହିତ ଶର୍ମାଙ୍କ କହିବାନୁସାରେ ଯଦି ଆପଣ ସକାଳେ ଉଠି ପୃଷ୍ଟିକର ଖାଦ୍ୟ ଖାଉଛନ୍ତି, ତେବେ ରାତି ପର୍ଯ୍ୟନ୍ତ ଆପଣଙ୍କ ପେଟ ପୂରିଲା ଭଳି ରହିବ। ରୋହିତଙ୍କର ଏକ ଖରାପ ଅଭ୍ୟାସ ରହିଛି, ତାଙ୍କୁ ଗରମ ଗରମ ଆଳୁ ପରାଠା ଖାଇବାକୁ ବହୁତ ପସନ୍ଦ। ରୋହିତ ବିଳମ୍ବିତ ରାତିରେ ଖାଇବାଠାରୁ ଦୂରେଇ ରହନ୍ତି। ରାତି ୮ଟା ଭିତରେ ସେ ତାଙ୍କର ରାତ୍ରିଭୋଜନ ଶେଷ କରିଥାନ୍ତି।

ଲୋ କାର୍ବ ଡାଏଟ୍‌
ରୋହିତ ନିଜକୁ ଫିଟ୍‌ ରଖିବା ଲାଗି ଦୀର୍ଘ ଦିନ ହେଲାଣି ଲୋ କାର୍ବ ଡାଏଟ୍‌ ଅନୁସରଣ କରୁଛନ୍ତି। ତାଙ୍କ କହିବାନୁସାରେ ଏପରି କରିବା ଦ୍ବାରା ତାଙ୍କ ଶରୀରକୁ ଅନେକ ଫାଇଦା ମିଳିଥାଏ। ଅନେକ ଲୋକେ ଓଜନ କମ୍‌ କରିବା ଲାଗି ଲୋ କାର୍ବ ଡାଏଟ୍‌ ଅନୁସରଣ କରିଥାନ୍ତି। ଲୋ କାର୍ବ ଡାଏଟ୍‌ ଅନୁସରଣ କରିବା ଦ୍ବାରା ଶରୀର ଭିତରେ ଉତ୍ତମ କୋଲେଷ୍ଟ୍ରଲ ମାତ୍ରା ବଢ଼ି ଖରାପ କୋଲେଷ୍ଟ୍ରଲକୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଏହା ସାରା ଦିନ ଆପଣଙ୍କ ପେଟ ପୂରିଲା ଭଳି ଅନୁଭବ କରାଏ। ଯାହାଫଳରେ ବାରମ୍ବାର ଭୋକ ଲାଗି ନ ଥାଏ। ଏହା ଆପଣଙ୍କ ହଜମ ଶକ୍ତିକୁ ମଧ୍ୟ ଠିକ୍‌ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏଭଳି ଖାଦ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ବରଦାନ ଅଟେ।

ବ୍ୟାୟାମ
ରୋହିତ ଅଧିକାଂଶ ସମୟ ତାଙ୍କ ଫିଟ୍‌ନେସ୍‌ ଟ୍ରେନରଙ୍କ ସହିତ ବିତାଇଥାନ୍ତି। ତାଙ୍କ ଓଜନ ନିୟନ୍ତ୍ରଣ ରଖିବାରେ ତାଙ୍କ ଟ୍ରେନର ସାହାଯ୍ୟ କରନ୍ତି। ରୋହିତଙ୍କୁ ଦେଖି ଅନୁମାନ କରାଯାଉଛି ତାଙ୍କର ଅଧିକ ଫୋକସ୍‌ କ୍ରଞ୍ଚେସ, ଲେଗ୍‌ ଏକ୍ସରସାଇଜ୍‌, ପୁଶ୍‌ଅପ୍ଦ, ପୁଲ୍‌ଅପ୍ସ ଭଳି କୋର ଏକ୍ସରସାଇଜ୍‌ ଉପରେ ରହୁଛି। ତେଣୁ ତାଙ୍କ ମାଂସପେଶୀ ଏତେ ମାତ୍ରାରେ ମଜ୍‌ବୁତ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?