ଛାନିଆ କରିଛି ନିପାହ: ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର


କେରଳର ଜଣ ଛାତ୍ର ନିପାହ ଭାଇରାସ ଦ୍ବାରା ସଂକ୍ରମିତ ହେବା ସୂଚନା ମିଳିବା ପରେ ଏହି ବିରଳ ଓ ଭୟଙ୍କର ରୋଗକୁ ନେଇ ଏବେ ସାରା ଦେଶ ଛାନିଆ। ପଶୁଙ୍କଠାରୁ ବ୍ୟାପୁଥିବା ଏହି ରୋଗ ବାଦୁଡ଼ି କିମ୍ବା ଘୁଷୁରୀଙ୍କ ମାଧ୍ୟମରେ ମଣିଷଙ୍କୁ ବ୍ୟାପିବା ସହିତ ଏହା ଦୂଷିତ ଖାଦ୍ୟ ଓ ସଂକ୍ରମିତଙ୍କ ମାଧ୍ୟମରେ ବ୍ୟାପିପାରେ। ଚାଲନ୍ତୁ ଜାଣିବା ନିପାହର ଲକ୍ଷଣ ଓ ଉପଚାର ସମ୍ପର୍କରେ।

ନିପାର ଲକ୍ଷଣ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ନିପାହ ଭାଇରସ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କଠାରେ ବେଳେ ବେଳେ କୌଣସି ବି ଲକ୍ଷଣ ଦେଖିବାକୁ ମିଳି ନ ଥାଏ। କିନ୍ତୁ ସାଧାରଣତଃ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ଘାତକ ଇନ୍‌ସେଫେଲାଇଟିସ୍‌, ମସ୍ତିଷ୍କ ଫୁଲିଯିବା ଭଳି ସସମ୍ୟା ହୋଇପାରେ। ସଂକ୍ରମିତ ବ୍ୟକ୍ତିଙ୍କ ପ୍ରାଥମିକ ଲକ୍ଷଣରେ ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଲାଗିବା ଓ ଗଳା ଖିଚ୍‌ଖିଚ୍‌ ହେବା ଭଳି ସମସ୍ୟା ଦେଖାଯାଏ। ଏହାପରେ ପୀଡ଼ିତଙ୍କ ମୁଣ୍ଡ ବୁଲାଇବା, ନିଦ ସମସ୍ୟା ସହିତ ସ୍ମରଣ ଶକ୍ତି ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ଯାହା ଗମ୍ଭୀର ଇନ୍‌ସେଫେଲାଇଟିସ୍‌ର ସଙ୍କେତ ଅଟେ।

ଇନ୍‌ସେଫେଲାଇଟିସ୍‌ରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ଶାରୀରିକ ଭାବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି, କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଅନେକ ରୋଗୀଙ୍କ ସ୍ନାୟୁ ସମ୍ବନ୍ଧିତ ସମସ୍ୟା ଦୀର୍ଘ ଦିନ ଲାଗି ରହିଥାଏ। ଏହି ରୋଗର ମୃତ୍ୟୁ ହାର ୪୦ରୁ ୭୫ ପ୍ରତିଶତ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

କେବେ ହୋଇଥିଲା ଏହି ମହାମାରୀର ଆରମ୍ଭ
୧୯୯୯ରେ ଘୁଷୁରୀ ପାଳୁଥିବା ଚାଷୀଙ୍କ ମଧ୍ୟରେ ନିପାହ ମହାମାରୀ ଭଳି ବ୍ୟାପିବା ପରେ ଏ ସମ୍ପର୍କରେ ସର୍ବପ୍ରଥମେ ସୂଚନା ମିଳିଥିଲା। ୨୦୦୧ରେ ପ୍ରଥମେ ବାଂଲାଦେଶରେ ଏହି ରୋଗ ଚିହ୍ନଟ କରାଯାଇଥିଲା। ସେବେଠାରୁ ଏସବୁ ଦେଶରେ ଏହି ମହାମାରୀ ସବୁବର୍ଷ ବ୍ୟାପିବାରେ ଲାଗିଛି। ସମୟ ସମୟରେ ଭାରତରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳୁଛି। ଗତବର୍ଷ କେରଳରେ ଏହି ଜୀବାଣୁ ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା।

କିପରି ବ୍ୟାପିଥାଏ ନିପାହ

ଡବ୍ଲ୍ୟୁଏଚ୍‌ଓ ଅନୁସାରେ ପ୍ରଥମ ଥର ମାଲେସିଆରେ ଏହି ରୋଗ ଚିହ୍ନଟ ହୋଇଥିଲା। ସିଙ୍ଗାପୁରରେ ମଧ୍ୟ ଏହି ଭାଇରସ ବ୍ୟାପିବା ପରେ ଜଣାପଡ଼ିଥିଲା ଯେ ଏହି ଭାଇରସରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ଘୁଷୁରୀ କିମ୍ବା ସେମାନଙ୍କର ଦୂଷିତ ମଳ ଓ ଅନ୍ୟାନ୍ୟ ଜିନିଷର ସିଧାସଳଖ ସମ୍ପର୍କରେ ଆସିଥିଲେ। ଏହାପରେ ବାଂଲାଦେଶ ଓ ଭାରତରେ ଏହି ରୋଗ ବ୍ୟାପିବାର ସବୁଠାରୁ ସମ୍ଭାବିତ ସ୍ରୋତ ହେଉଛି ବାଦୁଡ଼ି ମୂତ୍ର, ଲାଳ ଦ୍ବାରା ସଂକ୍ରମିତ ଫଳ କିମ୍ବା ସେଥିରେ ନିର୍ମିତ ଉତ୍ପାଦ। ତାଡ଼ି ସେବନ କରିବା ଦ୍ବାରା ମଧ୍ୟ ଏହି ରୋଗ ବ୍ୟାପି ଥାଏ ବୋଲି ଜଣାପଡ଼ିଛି। ନିପାହ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସେବା କରୁଥିବା ତଥା ସେମାନଙ୍କ ସଂସ୍ପର୍ଷରେ ଆସୁଥିବା ପରିବାର ଲୋକଙ୍କଠାରେ ମଧ୍ୟ ଏହି ଭାଇରସରେ ସଂକ୍ରମିତ ହେଉଥିବା ଜଣାପଡ଼ିଥିଲା। ତେଣୁ ନିପାହ ଭାଇରସ ବ୍ୟାପିଥିବା ସ୍ଥାନକୁ ନ ଯିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ରୋଗର ନିଦାନ
ନିପାହ ଭାଇରସର ପ୍ରାଥମିକ ଲକ୍ଷଣ ସାଧାରଣତଃ ଜଣାପଡ଼ି ନ ଥାଏ। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର କରିହୁଏ ନାହିଁ। ତେଣୁ ଠିକ୍‌ ସମୟରେ ଉପଚାର କରିବାରେ ବାଧା ସୃଷ୍ଟି ହୋଇଥାଏ। ପ୍ରଥମରୁ ଜଣାପଡ଼ୁ ନ ଥିବାରୁ ଏହି ମହାମାରୀକୁ ଚିହ୍ନଟ କରିବା, ଏହି ସଂକ୍ରମଣକୁ ନିୟନ୍ତ୍ରିତ କରିବା ଲାଗି ଉପାୟ ବାହାର କରିବା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେଣୁ ରୋଗୀର ଲାଳ, ରକ୍ତରେ ରିଅଲ ଟାଇମ୍‌ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆର୍‌ଟି-ପିସିଆର୍‌)ର ପରୀକ୍ଷା ଓ ଏଞ୍ଜାଇମ୍‌ ଲିଙ୍କଡ୍‌ ଇମ୍ୟୁନୋସୋରବେଣ୍ଟ ପରୀକ୍ଷା ଦ୍ବାରା ଏହି ଭାଇରସ ସମ୍ପର୍କରେ ଜଣାପଡ଼ିଥାଏ।

ଉପଚାର
ଏପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟୀକା ବାହାର କରାଯାଇନାହିଁ। ଡବ୍ଲୁଏଚ୍‌ଓ ଏହି ରୋଗର ଚିହ୍ନଟ ଡବ୍ଲୁଏଚ୍‌ଓ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ପାଇଁ ପ୍ରାଥମିକ ରୋଗ ଭାବେ କରାଯାଇଛି। ଗାଜିଆବାଦସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲର ଡା. ଦୀପକ ବର୍ମା କହିଛନ୍ତି ଯେ ନିପାହ ପାଇଁ ଏବେ କୌଣସି ଟୀକା ଉପଲବ୍ଧ ହୋଇନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।