ନୀଟ୍‌ରେ ବାଜି ମାରିନେଲା ରାଜସ୍ଥାନ


ଚଳିତ ବର୍ଷର ନୀଟ୍‌ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏଥିରେ ସଫଳତାର ଶୀର୍ଷରେ ରହିଛି ରାଜସ୍ଥାନ। ରାଜସ୍ଥାନର ପରୀକ୍ଷା ଫଳକୁ ନେଇ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି। ଟପ୍‌ ୫୦ ପରୀକ୍ଷାର୍ଥୀଙ୍କ ତାଲିକାରେ ଏଥର ରାଜସ୍ଥାନର ୬ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଉତ୍କୃଷ୍ଟ ଫଳ ଦେବାରେ ରାଜସ୍ଥାନ ଆଗରେ ରହିଛି। ଏଠାରୁ ମୋଟ ୭୪.୩୦ ପ୍ରତିଶତ ପରୀକ୍ଷାର୍ଥୀ ସଫଳତାର ଶ୍ରେୟ ସାଉଁଣ୍ଟିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛି ଜାତୀୟ ରାଜଧାନୀ ଦିଲ୍ଲୀ। ଦିଳ୍ଲୀର ମୋଟ ୭୩.୭୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ସେହିପରି ହରିୟାଣାର ମୋଟ ୭୨.୫୯ ପ୍ରତିଶତ ବିଦ୍ୟାର୍ଥୀ ସଫଳତା ହାସଲ କରି ନୀଟ୍‌ରେ ଦେଶରେ ତୃତୀୟ ସ୍ଥାନରେ ଅଛନ୍ତି। ରାଜସ୍ଥାନର ବାସିନ୍ଦା ନଳିନ ଖଣ୍ଡେଲୱାଲ ୨୦୧୯ ନୀଟ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ନଳିନ ୭୨୦ରୁ ୭୦୨ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରି ନିଜ ରାଜ୍ୟକୁ ଗୌରବାନ୍ୱିତ କରାଇଛନ୍ତି। ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଳ୍ଲୀର ଭାବିକ ବଂଶଲ। ତୃତୀୟ ଟପ୍ପର ହେଉଛନ୍ତି ସେହି ଦିଳ୍ଲୀର ଅକ୍ଷତ କୌଶିକ। ଉଭୟ ଭାବିକ ଓ ଅକ୍ଷତ ୭୨୦ ମାର୍କରୁ ୭୦୦ ନମ୍ବର ହାସଲ କରିଥିବା ଜଣାଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ମାଧୁରୀ ରେଡ୍ଡୀ ଆଗରେ ଅଛନ୍ତି। ସେ ସପ୍ତମ ସ୍ଥାନରେ ଅଛନ୍ତି। ମୋଟ ୭୨୦ ମାର୍କ ମଧ୍ୟରୁ ମାଧୁରୀ ୬୯୫ ଅଙ୍କ ହାସଲ କରିଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ୍‌ ୧୦୦ ଜଣଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ଛାତ୍ରୀ। ତେଲେଙ୍ଗାନାର ବାସିନ୍ଦା ମାଧୁରୀ ମୋଟ ୭୨୦ ନମ୍ବର ମଧ୍ୟରୁ ୬୯୫ ରଖିଛନ୍ତି। ଚଳିତ ବର୍ଷ ୧୫.୧୯ ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ପାଇଁ ନିଜକୁ ପଞ୍ଜୀକୃତ କରାଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୧୪.୧୦ ଲକ୍ଷ ପରୀକ୍ଷାରେ ସାମିଲ ହୋଇଥିଲେ।

ପରୀକ୍ଷା ମେ ୫ ଓ ମେ ୨୦ରେ ଆୟୋଜିତ ହୋଇଥିଲା। ହିନ୍ଦୀ, ଇରାଜୀ, ଉର୍ଦ୍ଦୁ, ଗୁଜୁରାତି, ମରାଠୀ, ଓଡ଼ିଆ, ବଙ୍ଗଳା, ଆସାମିଜ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଦେଶର ପ୍ରତିଷ୍ଠିତ ମେଡିକାଲ କଲେଜ ଗୁଡିକରେ ଏମ୍‌ବିବିଏସ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ନିଟ୍‌ ପ୍ରବେଶିକାର ଆୟୋଜନ କରାଯାଇଥାଏ। ଏହି ପ୍ରବେଶିକାରେ ସଫଳ ହେବା ପ୍ରତ୍ୟେକ ଭାରତୀୟ ମେଧାବୀ ଛାତ୍ର ଛାତ୍ରୀଙ୍କ ସ୍ବପ୍ନ ରହିଥାଏ। ଏଭଳି ଚାହିଦାକୁ ଆଖି ଆଗରେ ରଖି ବହୁ ଘରୋଇ ଅନୁଷ୍ଠାନ ଖର୍ଚ୍ଚବହୁଳ କୋଚିଂ କ୍ଳାସମାନ ବିସ୍ତାରିତ କରାଇଛନ୍ତି। ମେଡିକାଲ ଏବଂ ଇଂଜିନିୟରିଂରେ ସଫଳତା ହାର ବେଶୀ ବୋଲି ପ୍ରଚାର କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ଅଗ୍ରଣୀ ହେଉଛି ଏଲନ। ଚଳିତ ବର୍ଷ ଆଲେନକୁ ଜବରଦସ୍ତ ସଫଳତା ମିଳିଛି। ସାରା ଦେଶରେ ଟପ୍ପର ହୋଇଥିବା ନଳିନ ଖଣ୍ଡେଲୱାଲ ହେଉଛନ୍ତି ଆଲେନ କ୍ଳାସରୁମ୍‌ର ଛାତ୍ର। ନିଟ୍‌ର ଟପ୍‌ ଟେନ ଛାତ୍ରଙ୍କ ମଧ୍ୟରେ ଆଲେନର ୮ ଜଣଙ୍କୁ ସ୍ଥାନ ମିଳିଛି। 

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ