ମଡ୍‌ ରେସ୍‌ର ନିଆରା ମଜା ଉଠାଉଛନ୍ତି ପର୍ଯ୍ୟଟକ


ବିଶ୍ବରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି କାଦୁଅରେ ରେସ୍‌ କରିବା ଭଳି ନିଆରା ଓ ଆକର୍ଷକ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏମିତି କେତେକ ମଡ୍‌ ରେସ୍‌ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି। ଯେଉଁ ପ୍ରତିଯୋଗିତା ସମ୍ପର୍କରେ ଜାଣିବା ପରେ ହୁଏତ ଆପଣ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଇଚ୍ଛା କରିପାରନ୍ତି। ଚାଲନ୍ତୁ ଜାଣିବା କେଉଁଠି ଓ କିପରି ହୋଇଥାଏ ଏହି ମଡ୍‌ ରେସ୍‌।

ଇସ୍ରାଇଲ୍‌ର ମଡ୍‌ ରନ୍‌

ପ୍ରତ୍ୟେକ ବର୍ଷ ଇସ୍ରାଇଲର ସହର ତେଲ ଅଭିଭରେ ମଡ୍‌ ରନ୍‌ ନାମକ ଏକ ପ୍ରତିଯୋଗିତାର ଆୟୋଜନ କରାଯାଏ। ଯେଉଁଥିରେ କାଦୁଅ ଓ ବିଭିନ୍ନ ବାଧା ପ୍ରତିବନ୍ଧକ ଭରା ୧୦ କିମି ଲମ୍ବା ଟ୍ରାକ୍‌ ପାର୍‌ କରିବାକୁ ପଡ଼ିଥାଏ। ଏହି କାଦୁଅରେ ରେସ୍‌ କରିବା ଲାଗି ପ୍ରତ୍ୟେକ ବର୍ଷ ୬୦୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥାନ୍ତି। ମଡ୍‌ ରେସ୍‌ ଟ୍ରାକ୍‌କୁ ୩ ଭାଗରେ ବିଭକ୍ତ କରାଯାଏ। ପ୍ରତ୍ୟେକ ଭାଗରେ ୧୮ଟି ପ୍ରତିବନ୍ଧକ ରହିଥାଏ। ଆୟୋଜକମାନେ ଟ୍ରାକ୍‌କୁ ଅଧିକରୁ ଅଧିକମୁସ୍କିଲ ଭରିବା ପାଇଁ ଚେଷ୍ଟା କରିଥାଏ। ଟାୟାରକୁ ଡେଇଁ, ପାଣିରେ ଓଦା ହୋଇ ପ୍ରତିଯୋଗୀମାନେ ରେସ୍‌ ଆରମ୍ଭ କରନ୍ତି। ପ୍ରଥମେ ପ୍ରଥମେ ପ୍ରତିଯୋଗୀମାନେ ଏକୁଟିଆ କାଦୁଅରେ ଦୌଡ଼ ଲଗାଉଥିବାବେଳେ ପରେ ଅନୁଭବ କରନ୍ତି, ଜଣେ ଅନ୍ୟ ଜଣଙ୍କ ସହାୟତା ବିନା ଆଗକୁ ଯିବା ଅସମ୍ଭବ। ତେଣୁ ଏମାନେ ରାସ୍ତାରେ ଟିମ୍‌ ତିଆରି କରି ଦିଅନ୍ତି।

ଏସେକ୍ସର ମଡ୍‌ ରେସ୍‌

ଇଂଲଣ୍ଡର ଏସେକ୍ସସ୍ଥିତ ମାଲ୍ଡନ୍‌ରେ ବ୍ଲାକ୍‌ୱାଟର ନଦୀ କୂଳରେ କଳା ରଙ୍ଗର କାଦୁଅରେ ପ୍ରତ୍ୟେକ ବର୍ଷ ଏକ ନିଆରା ରେସ୍‌ର ଆୟୋଜନ କରାଯାଏ। ଚଳିତ ବର୍ଷ କିଛି ଦିନ ତଳେ ଆୟୋଜିତ ହୋଇଥିବା ଏହି ରେସ୍‌ରେ ହଜାର ହଜାର ଲୋକ ଭାଗ ନେଇଥିଲେ। ନଦୀ କୂଳରେ କଳା ରଙ୍ଗର କାଦୁଅରେ ୪୦୦ ମିଟର ଟ୍ରାକ୍‌ରେ ରେସ୍‌ ଲଗାଇବାକୁ ପଡ଼ିଥାଏ। ଏଥିରେ ଆଗକୁ ଯିବା ଲାଗି ପ୍ରତିଯୋଗୀମାନଙ୍କୁ ବହୁତ ଜୋର୍‌ ଲଗାଇବାକୁ ପଡ଼ିଥାଏ। ଗାଢ଼ କାଦୁଅପୂର୍ଣ୍ଣ ରାସ୍ତା ପାର୍‌ କରିବା ଲାଗି ବହୁତ କଷ୍ଟକର ହୋଇଥାଏ।

ଏହି ନିଆରା ପ୍ରତିଯୋଗିତାର ଆରମ୍ଭ ୧୯୭୩ରୁ ହୋଇଥିଲା। ଜଣେ ବ୍ୟକ୍ତି ନଦୀ କୂଳରେ ଅବସ୍ଥିତ ଏକ ରେସ୍ତୋରାଁର ମାଲିକଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସେ କାଦୁଅରେ ପରିପୂର୍ଣ୍ଣ ସ୍ଥାନରେ ବିଅର ପରଷିବେ। ରେସ୍ତୋରାଁ ମାଲିକ ଏହି ଚ୍ୟାଲେଞ୍ଜ ସ୍ବୀକାର କରି ନେଇଥିଲେ। ପାଖାପାଖି ୨୦ ଜଣ ଲୋକଙ୍କୁ ଏହି କାଦୁଅରେ ରେସ୍‌ କରି ବିଅର ପାଇବା ପାଇଁ କହିଥିଲେ। ଏହାପରେ ପ୍ରତ୍ୟେକ ବର୍ଷ ଏହି ନଦୀ କୂଳରେ ମଡ୍‌ ରେସ୍‌ର ଆୟୋଜନ କରାଯାଉଛି। ଏହି ରେସ୍‌ ଖୁବ୍‌ ଶୀଘ୍ର ଲୋକପ୍ରିୟ ହୋଇଯାଇଥିଲା। ଏହି ରେସ୍‌ ଦ୍ବାରା ସମାଜସେବା ପାଇଁ ଚାନ୍ଦା ମଧ୍ୟ ଏକାଠି କରାଯାଉଛି। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ଫ୍ୟାନ୍ସି କପଡ଼ା ପିନ୍ଧିବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।