ସେଲିବ୍ରିଟିଙ୍କ ପସନ୍ଦ ପାଲଟିଛି ଡେନିମ୍‌ ସ୍କର୍ଟ, ଆପଣ ବି କରିପାରିବେ ଟ୍ରାଏ


ଯଦି ଆପଣ ଭାବୁଛନ୍ତି ଗରମ ଦିନେ ଡେନିମ୍‌ ପିନ୍ଧି ପାରିବେ ନାହିଁ, ତେବେ ଆପଣ ଭୁଲ୍‌ ଭାବୁଛନ୍ତି। ଗରମ ଦିନେ ମଧ୍ୟ ଆପଣ ଖୁବ୍‌ ସହଜରେ ଡେନିମ୍‌ ପିନ୍ଧି ପାରିବେ। ଏଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଯେ କିପରି ଭାବେ ଏହାକୁ ପିନ୍ଧିବେ। ତେଣୁ ଡେନିମ୍‌ ପିନ୍ଧିବା ପୂର୍ବରୁ ସେଲିବ୍ରିଟିଙ୍କଠାରୂ ଟିପ୍ସ ନେଇପାରିବେ। ଏବେ ବଲିଉଡ୍‌ ଦିଭାମାନଙ୍କର ଡେନିମ୍‌ ସ୍କର୍ଟ ପ୍ରଥମ ପସନ୍ଦ ପାଲଟିବାରେ ଲାଗିଛି। ଅନେକ ସେଲିବ୍ରିଟି ଡେନିମ୍‌ ସ୍କର୍ଟ ସହିତ ଅଲଗା ଅଲଗା ଷ୍ଟାଇଲ୍‌ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଆପଣ ମଧ୍ୟ ଏହାକୁ ଦେଖି ନିଜ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ତିଆରି କରିପାରିବେ।

ଅନନ୍ୟାଙ୍କ ଡେନିମ୍‌ ପ୍ରେମ

ପ୍ରଥମେ ଚାଲନ୍ତୁ ଜାଣିବା ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡେନିମ୍‌ ପ୍ରେମ ସମ୍ପର୍କରେ। ଅନନ୍ୟା ମଧ୍ୟ ଏବେ ଖରାଦିନକୁ ଦୃଷ୍ଟିରେ ରଖି ଅଧିକାଂଶ ଆଉଟିଂରେ ଡେନିମ୍‌ ସ୍କର୍ଟ କିମ୍ବା ଡେନିମ୍‌ ହଟ୍‌ ପ୍ୟାଣ୍ଟ ପିନ୍ଧୁଥିବା ନଜର ଆସୁଛନ୍ତି। ଅନନ୍ୟାଙ୍କୁ ଡେନିମ୍‌ ଅନ୍‌ ଡେନିମ୍‌ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ ଅନ୍ୟ କେତେକ ସ୍ଥାନରେ ଡେନିମ୍‌ ସ୍କର୍ଟ ଓ ହଟ୍‌ ପ୍ୟାଣ୍ଟ ସହ ଟି’ଶାର୍ଟ ଟିମ୍‌ଅପ୍‌ କରି ପିନ୍ଧୁଥିବା ଦେଖିବାକୁ ମିଳିଛି। ଅନନ୍ୟାଙ୍କ ଏହି ଦୁଇଟିଯାକ ଲୁକ୍‌ ବହୁତ କୁଲ୍‌।

କୃତି ସେନନଙ୍କ ଡେନିମ୍‌ ଲୁକ୍‌

ଫିଲ୍ମ ‘ଲୁକାଛୁପି’ର ଅଭିନେତ୍ରୀ କୃତି ସେନନଙ୍କୁ ଅନେକ ଅବସରରେ ଡେନିମ୍‌ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ଫ୍ରଣ୍ଟ ଡେନିମ୍‌ ସ୍କର୍ଟକୁ ସେ ଗ୍ରୀନ୍‌ ରଙ୍ଗର ସ୍ପେଗେଟ୍ଟି ଟପ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏକ କାର୍ଯ୍ୟକ୍ରମରେ କୃତିଙ୍କୁ ଗ୍ରେ ରଙ୍ଗର ଡେନିମ୍‌ ସ୍କର୍ଟ ସହିତ କଲରଫୁଲ୍‌  ଶିମରି ଟପ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଦୁଇଟିଯାକ ଲୁକ୍‌ରେ କୃତି ବହୁତ ସୁନ୍ଦର ଦେଖାଯାଉଥିଲେ।

ଡେନିମ୍‌ରେ ଦିଶାଙ୍କ ହଟ୍‌ ଅନ୍ଦାଜ
‘ବାଗୀ’ ଅଭିନେତ୍ରୀ ଦିଶା ପଟାନୀ ଅନେକ ଅବସରରେ ଡେନିମ୍‌ ସ୍କର୍ଟ ଲୁକ୍‌ରେ ନଜର ଆସି ସାରିଛନ୍ତି। ଗ୍ରେଇଶ୍‌ ବ୍ଲୁ ରଙ୍ଗର ଅଫ୍‌ ଶୋଲ୍ଡର କ୍ରପ୍‌ ଟପ୍‌ ସହିତ ଦିଶା ଡେନିମ୍‌ ସ୍କର୍ଟକୁ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଅନ୍ୟ ଏକ କାର୍ଯ୍ୟକ୍ରମରେ ଦିଶାଙ୍କୁ ଧଳା ରଙ୍ଗର ସିମ୍ପଲ ଟପ୍‌ରେ ଡେନିମ୍‌ ଜ୍ୟାକେଟ୍‌ ଓ ଡେନିମ୍‌ ସ୍କର୍ଟ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଲୁକ୍‌ରେ ଦିଶା ବହୁତ କୁଲ୍‌ ଓ ସ୍ମାର୍ଟ ଦେଖାଯାଉଥିଲେ।

ହୀନାଙ୍କ ଡେନିମ୍‌ ଲୁକ୍‌
ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଓ କାନ୍ସ ୨୦୧୯ରେ ଡେବ୍ୟୁ କରିଥିବା ହୀନା ଖାନଙ୍କୁ ଅନେକ ଅବସରରେ ଡେନିମ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଫ୍ରଣ୍ଟ କଟ୍‌ ଲଙ୍ଗ ଡେନିମ୍‌ ସ୍କର୍ଟ ସହିତ ପିଙ୍କ୍‌ କ୍ରପ୍‌ ଟପ୍‌ ଲୁକ୍‌ ହେଉ ବା ଡେନିମ୍‌ ଶର୍ଟ ଡ୍ରେସ୍‌ ଲୁକ୍‌, ଉଭୟ ଥରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ ହୀନା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ