ହୃଦୟ ଛୁଆଁ: ୧୦୦ ବର୍ଷୀୟା ମା’ ନେଉଛନ୍ତି ୮୨ ବର୍ଷୀୟ ପୁଅର ଯତ୍ନ


ପିଲା ଜନ୍ମ କରିବା ପୂର୍ବରୁ ମା’ର ଦାୟିତ୍ବ ବଢ଼ିଯାଏ। ସେ ତାଙ୍କ ପିଲାର ସମସ୍ତ ଛୋଟ ବଡ଼ ଆବଶ୍ୟକତା ପ୍ରତି ଯତ୍ନ ନେଇଥାନ୍ତି। ପିଲା ଯେତେ ବି ବଡ଼ ହୋଇଯାଆନ୍ତୁ ନା କାହିଁକି କିନ୍ତୁ ମା’ଙ୍କୁ ସବୁବେଳେ ତାଙ୍କ ଚିନ୍ତା ଲାଗି ରହେ। ଯଦିଓ ବଡ଼ ହୋଇଗଲା ପରେ ପିଲା ନିଜର ଯତ୍ନ ନିଜେ ନେଇପାରିଥାନ୍ତି, କିନ୍ତୁ ଏଠାରେ ଏମିତି ଜଣେ ମା’ଙ୍କ ସମ୍ପର୍କରେ କୁହାଯାଉଛି, ଯିଏ ୧୦୦ ବର୍ଷ ବୟସରେ ବି ନିଜ ୮୨ ବର୍ଷୀୟ ପୁଅର ଯତ୍ନ ନେଉଛନ୍ତି।

ମାତୃତ୍ବର କରାମତି
ଇଂଲଣ୍ଡରେ ଲିଭରପୁଲ୍‌ରେ ରହୁଥିବା ୧୦୦ ବର୍ଷୀୟା ଏଡା କିଏଟିଙ୍ଗଙ୍କର ୪ ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରେ ଟମ୍‌ କିଏଟିଙ୍ଗ ସବୁଠାରୁ ବଡ଼ ସନ୍ତାନ। ୨୦୧୬ରେ ଟମ୍‌ ଆଡିସ୍‌ନାଲ କେୟାର ଓ ସପୋର୍ଟ ପାଇଁ ଲିଭରପୁଲସ୍ଥିତ ମସ୍‌ ଭ୍ୟୁ କେୟାର ହୋମ୍‌କୁ ଚାଲି ଯାଇଥିଲେ। ଟମ୍ ବିବାହ କରି ନ ଥିଲେ ଓ ସବୁବେଳେ ନିଜ ମା’ଙ୍କ ସହିତ ରହୁଥିଲେ। ଯେତେବେଳେ ତାଙ୍କ ମା’ ଏହା ଜାଣିବାକୁ ପାଇଥିଲେ, ଟମ୍‌ଙ୍କ ଯତ୍ନ କିଏ ନେବେ ଏହି ଚିନ୍ତା ତାଙ୍କୁ ଲାଗି ରହିଥିଲା।

ଏହାପରେ ଏଡା ନିଜ ପୁଅର ଯତ୍ନ ନେବା ଲାଗି ତାଙ୍କ ସହିତ ରହିବାକୁ ଯାଇଥିଲେ। ଏଡା ଗତ ୩ ବର୍ଷ ଧରି ଟମ୍‌ଙ୍କ ସହିତ ରହୁଛନ୍ତି ଓ ତାଙ୍କର ଯତ୍ନ ମଧ୍ୟ ନେଉଛନ୍ତି। ଏଡା ଜଣେ ନର୍ସ ହୋଇଥିବାରୁ କେୟାର ହୋମ୍‌ରେ ନିଜ ପୁଅର ଯତ୍ନ ନେବା ସହିତ ଷ୍ଟାଫ୍‌ଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। ଏହି ମା’ ପୁଅ ଯୋଡ଼ି ପୂରା ଦିନ ସାଥୀରେ ବିତାଇବା ସହିତ ଖେଳୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସକାଳୁ ଟମ୍‌ ଉଠିବା ପୂର୍ବରୁ ଏଡା ତାଙ୍କ ପାଇଁ ବ୍ରେକ୍‌ଫାଷ୍ଟ ପ୍ରସ୍ତୁତ କରି ରଖୁଛନ୍ତି। ରାତିରେ ଗୁଡ୍‌ନାଇଟ୍‌ କହିବା ପରେ ଯାଇ ବିଛଣାକୁ ଯାଆନ୍ତି।

ସବୁଠାରୁ ବଡ଼ କଥା ହେଉଛି ଏଡା ଏବେ ବି ନିଜ ପୁଅ ଟମ୍‌କୁ ପରାମର୍ଶ ଓ ନିର୍ଦେଶ ଦେଉଛନ୍ତି। ଏକ ସାକ୍ଷାତକାରରେ ଏଡା କହିଥିଲେ ଯେ ଜଣେ କିପରି ଭୁଲିଯବ ଯେ ଆପଣ ଜଣେ ମା’। ସେ କେବେ ବି ଭୁଲି ନାହାନ୍ତି ସେ ଜଣେ ମା’। ତେଣୁ ସେ ଟମ୍‌କୁ ଏବେ ବି ପରାମର୍ଶ ଦେଉଛନ୍ତି। ଏଡାଙ୍କ ନାତି ନାତୁଣୀମାନେ ସେମାନଙ୍କୁ ସାକ୍ଷାତ କରିବା ଲାଗି କେୟାର ହୋମ୍‌ ଆସନ୍ତି ବୋଲି ଏଡା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।