ମତଦାନ ଠାରୁ ଇଭିଏମ୍‌ରେ ଅଧିକ ଭୋଟ୍‌


ଯେତିକି ମତଦାନ ହେଲା, ତା’ଠାରୁ ଢେର ଅଧିକ ସଂଖ୍ୟା ଇଭିଏମ୍‌ରେ ଥିବା ଜଣା ପଡିଲା। ଆଉ ଇଭିଏମ୍‌ରୁ ଅଧିକ ଭୋଟ୍ ବାହାରିବାକୁ ନେଇ ଏବେ ମାମଲା ରୁଜୁ ହୋଇଛି ହାଇକୋର୍ଟରେ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି  ବିଧାନସଭା ନିର୍ବାଚନମଣ୍ଡଳୀରେ। ନିର୍ବାଚନକୁ ଅସିଦ୍ଧ କରିବାକୁ ନେଇ କଣ୍ଟାବାଞ୍ଝିର ଦୁଇଜଣ ବ୍ୟକ୍ତି ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ମାମଲାରେ ଭାରତର ନିର୍ବାଚନ ଆୟୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, କଣ୍ଟାବାଞ୍ଝିର ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ମତଦାନ ଦିନ ହୋଇଥିବା ମୋଟ ଭୋଟ୍‌ ସଂଖ୍ୟା ଓ ପରେ ଇଭିଏମ୍‌ ତଥ୍ୟରେ ତାଳମେଳ ନ ଥିବା ନେଇ ସଙ୍ଗିନ ଅଭିଯୋଗ ଉଠାଇଛନ୍ତି। ମତଦାନ ପରେ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରଦତ୍ତ ସୂଚନା ଏବଂ ଇଭିଏମ୍‌ରେ ଥିବା ମତଦାନ ସଂଖ୍ୟା ମଧ୍ୟରେ ତାଳମେଳ ନାହିଁ। ରୂପେସ କୁମାର ବେହେରା ଓ ଭୁବନାନନ୍ଦ ମହାନ୍ତି  ଏହି ଅସଙ୍ଗତି ଓ  ଅନିୟମିତତାକୁ ନେଇ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ବାତିଲ ପାଇଁ  ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଘଟଣାଟିର ସିବିଆଇ ତଦନ୍ତ ଦାବି କରାଯାଇଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ, ୨୦୧୯  ଅପ୍ରିଲ୍ ୧୮ରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପାଇଁ  ମତଦାନ ହୋଇଥିଲା। ମତଦାନ ପରେ ଏଠାରେ ମୋଟ୍ ଏକ ଲକ୍ଷ ୮୨ ହଜାର ୪୧୧ ଜଣ ଭୋଟ୍ ଦେଇଥିବା ନେଇ ପ୍ରାର୍ଥୀମାନଙ୍କୁ  ହ୍ବାଟସଆପରେ ଜଣାଇ ଦିଆଯାଇଥିଲା। ପୋଲିଂ ବୁଥ୍‌ରେ ନିୟୋଜିତ ଏଜେଣ୍ଟମାନଙ୍କୁ ଏହି ତଥ୍ୟ ଦିଆଯାଇଥିଲା। ନିର୍ବାଚନ ଆୟୋଗଙ୍କ ୱେବ ପୋର୍ଟାଲରେ ମଧ୍ୟ ଏହି ସୂଚନା ଦର୍ଶାଯାଇଥିଲା। କିନ୍ତୁ ଯେତେବେଳେ ଭୋଟ୍ ଗଣନା କରାଗଲା, ସେତେବେଳେ ଇଭିଏମ୍‌ରେ ଆଉ ଅଧିକ ୮ ହଜାର ୬୬୬ ଟି ଭୋଟ୍‌ ବାହାରିଥିଲା। ତେବେ କିପରି ଇଭିଏମ୍ ମେସିନରେ ଅଧିକ ୮ହଜାରରୁ ଅଧିକ ଭୋଟ୍‌ ବାହାରିଲା ତାହା ବିବାଦୀୟ ହୋଇଛି। ଏ ନେଇ ରିଟର୍ଣ୍ଣିଂ ଅଫିସର ନିରବ।

ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ପାଇବା କାରଣରୁ ଆବେଦନକାରୀ ଅଦାଲତର ଦ୍ୱାରସ୍ଥ ହୋଇଥିବା କହନ୍ତି। ଅଦାଲତରେ ସ୍ୱତନ୍ତ୍ର ପ୍ରାର୍ଥନା କରି ଆବେଦନକାରୀ କହିଛନ୍ତି ଯେ ଯଦି ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇଛି ତେବେ ନିର୍ବାଚନକୁ ବାତିଲ୍ କରାଯାଉ ଏବଂ ସାନି ମତଦାନ କରାଯାଉ। ଅନ୍ୟପଟେ ଏପରି ଅଭିଯୋଗ ପରେ ରୂପେସଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା ଯେଉଁଥିରେ ତାଙ୍କୁ ମାରିଦେବା ପାଇଁ ଧମକ ଦିଆଯାଇଥିବା ନେଇ  ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ମୋଟ ୬୪୨୪୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲଖମଣବାଗ ୬୪୧୧୮ ଭୋଟ୍‌ ପାଇଛନ୍ତି। ଏଠାରେ ବିଜେଡି ତୃତୀୟ ସ୍ଥାନରେ ଅଛି। କଂଗ୍ରେସ ପ୍ରାର୍ଥୀ ସାଲୁଜା ବିଜେପି ପ୍ରାର୍ଥୀ ବାଗଙ୍କ ଠାରୁ ମାତ୍ର ୧୨୨ ଟି ଭୋଟରେ ବିଜୟୀ ହୋଇଛନ୍ତି ଏବଂ ଏଥିରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବାର ଗୁରୁତର ଅଭିଯୋଗ ଉଠିଛି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।