ପିଲାଙ୍କ ସ୍ପାଇନାଲ କର୍ଡକୁ କ୍ଷତି ପହଞ୍ଚାଉଛି ଗ୍ୟାଜେଟ୍‌


ଯେଉଁ ଯୁବପିଢ଼ି ଅଧିକ ମାତ୍ରାରେ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି ଓ ଗୋଟିଏ ପୋଜିସନ୍‌ରେ ଦୀର୍ଘ ସମୟ ଯାଏ ବସି କାମ କରୁଛନ୍ତି, ସେମାନଙ୍କୁ ରିପିଟିଟିଭ୍‌ ଇନ୍‌ଜୁରୀ ହେବାର ଆଶଙ୍କା ବଢ଼ିଯାଏ। ଏପରି ୮୦ ପ୍ରତିଶତ ମାମଲାର ସମାଧାନ ଜୀବନଶୈଳୀରେ ପରିବର୍ତ୍ତନ କରି କରାଯାଇପାରିବ। ଉତ୍ତମ ପୋଷକତତ୍ତ୍ମ ଓ ଭରପୂର ବ୍ୟାୟାମ କରି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

୨୦ରୁ ୪୦ ବର୍ଷ ବୟସର ଲୋକେ ଅଧିକ ଶିକାର

ନୂଆଦିଲ୍ଲୀସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲର ସ୍ପାଇନ୍‌ ରୋଗ ବିଶେଷଜ୍ଞ ଡା. ଅରୁଣ ଭନୋଟଙ୍କ କହିବାନୁସାରେ ୨୦ରୁ ୪୦ ବର୍ଷ ବୟସର ପ୍ରଫେସନାଲ ଲୋକଙ୍କଠାରେ ଏହି ସ୍ପାଇନାଲ କର୍ଡ ସମସ୍ୟା ଅଧିକ ଦେଖାଯାଏ। ଡା. ଭନୋଟ କହିଛନ୍ତି ଯେ ରିପିଟିଟିଭ୍‌ ଷ୍ଟ୍ରେସ୍‌ ଇନ୍‌ଜୁରୀ (ଆର୍‌ଏସ୍‌ଆଇ) ବାରମ୍ବାର ଗୋଟିଏ ପ୍ରକାରର କାମ କରିବା ଓ ଅଧିକ ମାତ୍ରାରେ କାମ କରିବା ଫଳରେ ମାଂସପେଶୀ, ଶିରା ପ୍ରଶିରା ଓ ନର୍ଭସ୍‌ରେ ଯନ୍ତ୍ରଣା ହୋଇଥାଏ। ଏହି ସ୍ଥିତିକୁ ଓଭର ୟୁଜ୍‌ ସିଣ୍ଡ୍ରୋମ, ଓ୍ବାର୍କ ରିଲେଡେଟ୍‌ ଅପର ଲିମ୍ବ ଡିଜଅର୍ଡର ବା ନନ୍‌ ସ୍ପେସିଫିକ୍‌ ଅପର ଲିମ୍ବ ଭାବେ ଜଣାଶୁଣା ବୋଲି ଡ.ଭନୋଟ କହିଛନ୍ତି।

ୱାର୍କିଂ ପ୍ରଫେସନାଲଙ୍କଠାରେ ବଢ଼ୁଛି ଏହି ସମସ୍ୟା
ଡ.ଭନୋଟ କହିଛନ୍ତି ଯେ ୨୦ରୁ ୪୦ ବର୍ଷ ଆୟୁବର୍ଗର ଅଧିକାଂଶ ଲୋକେ ୱାର୍କି ପ୍ରଫେସନାଲ ଅଟନ୍ତି। ଯେଉଁମାନେ ଅଫିସ୍‌ରେ ପହଞ୍ଚିବା ଲାଗି ଦୀର୍ଘ ସମୟ ଯାତ୍ରା କରି, ଗାଡ଼ି ଚାଳନା କରି ପହଞ୍ଚିଥାନ୍ତି ଓ ପୂରା ଦିନ ଅଧିକାଂଶ ସମୟ ଗୋଟିଏ ସ୍ଥାନରେ ବସି କାମ କରିଥାନ୍ତି। କମ୍ପ୍ୟୁଟର ଓ ଲ୍ୟାପ୍‌ଟପ୍‌ରେ ଗୋଟିଏ ସ୍ଥାନରେ ବସି କାମ କରନ୍ତି, ଦୀର୍ଘ ସମୟ ମିଟିଂରେ ବସି ରହନ୍ତି କିମ୍ବା ମୋବାଇଲ୍‌ରେ ଉପଲବ୍ଧ ସୋସାଲ ମିଡିଆରେ ବ୍ୟସ୍ତ ରହନ୍ତି। ଘରେ ପହଞ୍ଚିବା ପରେ ପଢ଼ାପଢ଼ି କରିବା ଲାଗି ଗ୍ୟାଜେଟ୍‌ର ବ୍ୟବହାର କରନ୍ତି ଓ ପଢ଼ୁ ପଢ଼ୁ ଶୋଇ ଯାଆନ୍ତି। ଯାହାଫଳରେ ସ୍ପାଇନାଲ କର୍ଡରେ ସମସ୍ୟା ଦେଖାଯାଏ ବୋଲି ଡ.ଭନୋଟ କହିଛନ୍ତି।

ଏକ୍ସପୋଜର ସ୍ପାଇନ୍‌ ଉପରେ ସ୍କ୍ରିନ୍‌ ପ୍ରଭାବ ପକାଏ
ଡ.ଭନୋଟ କହିଛନ୍ତି ଯେ ସ୍କ୍ରିନ୍‌କୁ ଦୀର୍ଘ ସମୟ ଚାହିଁ ରହିବା ଫଳରେ ଏକ୍ସପୋଜର ସ୍ପାଇନ୍‌ ଉପରେ ଚାପ ପଡ଼ିଥାଏ। ଏହାଫଳରେ ଲିଗାମେଣ୍ଟରେ ସ୍ପ୍ରେନ୍‌ ଆଶଙ୍କା ବଢ଼ିଯାଏ, ଯାହା ମେରୁଦଣ୍ଡକୁ ବାନ୍ଧି ରଖିଥାଏ। ଏହାଫଳରେ ମାଂସପେଶୀରେ ସମସ୍ୟା ଦେଖାଯିବା ସହିତ ଡିସ୍କ ସମସ୍ୟା ହେବା ଆଶଙ୍କା ବଢ଼ିଯାଏ ବୋଲି ଡ. ଭନୋଟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଣିଷର ମେରୁଦଣ୍ଡର ମୁଭ୍‌ମେଣ୍ଟକୁ ସର୍ପୋଟ କରିବା ଲାଗି ଏକ ଡିଜାଇନ୍‌ କରାଯାଇଛି। ଏହା ନିୟମିତ ବ୍ୟବହାର କରାଗଲେ ସୁସ୍ଥ ରହିଥାଏ। ଏବର ଯୁବପିଢ଼ି ନିଷ୍କ୍ରିୟ ଜୀବନଶୈଳୀ ବଞ୍ଚୁଛନ୍ତି, ଯେଉଁଥିରେ ଗ୍ୟାଜେଟ୍‌ ଉପରେ ଅଧିକ ନିର୍ଭର କରୁଛନ୍ତି। ତେଣୁ ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଅଧିକାଂଶ ଯୁବପିଢ଼ିଙ୍କଠାରେ ଏବେ ସର୍ଭିକାଲ ସ୍ପାଇନ୍‌, ପିଠି ଯନ୍ତ୍ରଣା ଭଳି ସ୍ଲିପ୍‌ ଡିସ୍କ, ରିପିଟିଟିଭ୍‌ ଷ୍ଟ୍ରେସ୍‌ ଇନ୍‌ଜୁରୀ, ଲିଗାମେଣ୍ଟରେ ସମସ୍ୟା ଭଳି ଅନେକ ରୋଗ ଦେଖିବାକୁ ମିଳୁଛି ବୋଲି ଡ.ଭନୋଟ୍‌ କହିଛନ୍ତି।

ଡ.ଭନୋଟ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ମାସରେ ତାଙ୍କ ପାଖକୁ ପାଖାପାଖି ୧୫ରୁ ୨୦ ପ୍ରତିଶତ ଏପରି ରୋଗୀ ଆସିଛନ୍ତି, ଯେଉଁମାନଙ୍କ ବୟସ ୪୦ରୁ କମ୍‌ ଓ ସେମାନେ ଗମ୍ଭୀର ସ୍ପାଇନ୍‌ ରୋଗରେ ପୀଡ଼ିତ। ଏଥିମଧ୍ୟରୁ ରିପିଟିଟିଭ୍‌ ଷ୍ଟ୍ରେସ୍‌ ଇନ୍‌ଜୁରୀ ଏକ ସାଧାରଣ ସମସ୍ୟା। ତେଣୁ ରୋଗ ଚିହ୍ନଟ କରିବା ସବୁଠାରୁ ଜରୁରୀ କାମ। ଯେଉଁଥିରେ ମେଡିକାଲ ଓ ସର୍ଜିକାଲ ଇଣ୍ଟରଭେନ୍‌ସନର ଆବଶ୍ୟକତା କମ୍‌ ରହିଛି। ଜୀବନଶୈଳୀରେ ପରିବର୍ତ୍ତନ, ଉତ୍ତମ ପୋଷକତତ୍ତ୍ବ ସେବନ, ହାଲୁକା ବ୍ୟାୟାମ ଓ କିଛି ସମୟ ଅନ୍ତରାଳରେ ଚଲାବୁଲା କରି ସିଟିଂ ଟାଇମ୍ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ଡ. ଭନୋଟ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ