ବ୍ୟାଙ୍କ୍‌ ସବୁର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର କ୍ୟାଡର ସୃଷ୍ଟି କରିବ ଆରବିଆଇ


ରିଜର୍ଭ ବ୍ୟାଙ୍କ ଦେଶର ଆର୍ଥିକ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ କ୍ୟାଡର ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ଭିତରେ ଏହି କ୍ୟାଡର ସୃଷ୍ଟି କରି ବ୍ୟାଙ୍କ୍‌ ଓ ନନ୍‌-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (ଏନ୍‌ବିଏଫ୍‌ସି)କୁ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନେଇଛି ବ୍ୟାଙ୍କର୍ସ ବ୍ୟାଙ୍କ୍‌। ଗଭର୍ଣ୍ଣର ଶଶିକାନ୍ତ ଦାଶଙ୍କ ଅଧ୍ୟତାରେ ଅନୁଷ୍ଠିତ ସେଣ୍ଟ୍ରାଲ ବୋର୍ଡ ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

ଏଥିସହ ବର୍ତ୍ତମାନର ଆର୍ଥିକ ସ୍ଥିତି ଓ ବିଶ୍ବ ଅର୍ଥନୀତିରେ ଭାରତ ପ୍ରଭାବ ନେଇ ବିଶେଷ ଆଲୋଚନା ହୋଇଛି। କରେନ୍ସି ପରିଚାଳନା ଓ ସରକାରୀ କାର୍ଯ୍ୟରେ ବ୍ୟାଙ୍କର ଭୂମିକା ଆଦି ପ୍ରସଙ୍ଗରେ ଏହି ସେଣ୍ଟ୍ରାଲ ବୋର୍ଡ ବୈଠକରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ଡେପୁଟି ଗଭର୍ଣ୍ଣର ଏନ୍‌ଏସ ବିଶ୍ବନାଥନ୍‌, ବିରାଲ ଭି ଆଚାର୍ଯ୍ୟ, ବିପି କାନୁନୁଗୋ ଓ ମହେଶ କୁମାର ଜୈନଙ୍କ ପରି ବରିଷ୍ଠ ପଦାଧିକାରୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ