ଆମେରିକୀୟ ବାଣିଜ୍ୟ କଟକଣା ନେଇ ହୁୱେଇର ଅସନ୍ତୋଷ


ହୁୱେଇ କମ୍ପାନୀର ପ୍ରତିଷ୍ଠାତା ରେନ ଜେଙ୍ଗଫେଇ ମଙ୍ଗଳବାର ଆମେରିକାରେ ଥିବା ତାଙ୍କ କମ୍ପାନୀ ବିରୋଧରେ ସରକାରୀ ଆଦେଶନାମା ପ୍ରଭାବକୁ ଅଣଦେଖା କରିବା ସହ କହିଛନ୍ତି ଯେ ଆମେରିକା ତାଙ୍କ କମ୍ପାନୀର ଶକ୍ତିକୁ ଠିକ୍‌ ଭାବେ ଜାଣିପାରି ନାହିଁ। ସେ ପୁଣି କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକରେ ତାଙ୍କ କମ୍ପାନୀ ଆଗାମୀ ପିଢ଼ିର ୫ଜି ଉଦ୍ୟୋଗ ପର୍ଯ୍ୟନ୍ତ ପହଞ୍ଚିବାକୁ ଦୁଇ ତିନି ବର୍ଷ ଲାଗିଯିବ। ଡୋନାଲ୍‌ଡ ଟ୍ରମ୍ପ ପ୍ରଶାସନ ହୁୱେଇ କମ୍ପାନୀ ଉପରେ କଟକଣା ଲଗାଇବା ପରେ ୯୦ ଦିନ ଲାଗି କଟକଣା କୋହଳ କରିଛନ୍ତି। କମ୍ପାନୀ ସଫ୍ଟୱେୟର ଅପ୍‌ଡେଟ୍‌ କରିବା ତଥା କମ୍ପାନୀ କରିଥିବା ଅନ୍ୟାନ୍ୟ ଚୁକ୍ତିର ମିଆଦ ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବା ପାଇଁ ଏହି ୯୦ ଦିନର ମହଲତ ଦିଆଯାଇଛି।

ଆମେରିକାର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଏହି ବିଳମ୍ବରର ଉଦ୍ଦେଶ୍ୟ ହୁୱେଇ ଉପରେ ଟ୍ରମ୍ପ ଲଗାଇଥିବା କଟକଣାରୁ ଛାଡ଼ ନୁହେଁ। ସରକାରୀ ଚାଇନା ସେଣ୍ଟ୍ରାଲ ଟେଲିଭିଜନର ଏକ ଆଲୋଚନାରେ ଏପରି କଟକଣାକୁ ନେଇ ଜେଙ୍ଗଫେଇ ନିଜ ଅସନ୍ତୋଷ ପ୍ରକଟ କରିଛନ୍ତି। ଇରାନ ବିରୋଧରେ ଆମେରିକୀୟ କଟକଣା ଉଲ୍ଲଂଘନ ଅଭିଯୋଗରେ ଜେଙ୍ଗଫେଇଙ୍କ କନ୍ୟା ତଥା ହୁୱେଇର ମୁଖ୍ୟ ଆର୍ଥିକ ଅଧିକାରୀ ମେଙ୍ଗ ୱାନଜାଓଙ୍କୁ ଏଥି ପୂର୍ବରୁ କାନାଡ଼ାରେ ଗିରଫ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ