ବ୍ରାଜିଲର ବାର୍‌ରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ: ୧୧ ଜଣଙ୍କ ପ୍ରାଣହାନି


ବ୍ରାଜିଲର ଉତ୍ତର ଭାଗରେ ଥିବା ଏକ ବାର୍‌ରେ ଅଞାତ ମୁଖାପିନ୍ଧା ବନ୍ଧୁକଧାରୀମାନେ ଅଚାନକ ଆକ୍ରମଣ କରିଛନ୍ତି। ଏହି ଗୁଳିକାଣ୍ଡରେ ବାର୍‌ରେ ଉପସ୍ଥିତ ଥିବା ୧୧ ଜଣ ଲୋକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।  ବ୍ରାଜିଲର ପାରା ରାଜ୍ୟର ଜନସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଗୁଳିକାଣ୍ଡ ବେଲେମ ସହରରେ ଥିବା ଏକ ବାର୍‌ରେ ହୋଇଛି।

ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ଏବେ ଯାଏ ଜଣାପଡ଼ି ନାହିଁ। ଆକ୍ରମଣକାରୀମାନେ ଗୁଳିକାଣ୍ଡ କରି ଫେରାର ହୋଇଯାଇଛନ୍ତି। ମାତ୍ର ଏକ ସମାଚାର ୱେବସାଇଟ ଜି୧ କୁ ପୋଲିସ ତରଫରୁ କୁହାଯାଇଛି ଯେ ଜଣେ ଆକ୍ରମଣକାରୀ ଆହତ ହୋଇଯିବା ପରେ ସେ ଏବେ ପୋଲିସ ହେପାଜତରେ ରହିଛି। ତେବେ ଜି୧ ପକ୍ଷରୁ କୁହାଯାଇଛି ଯେ ଏହି ଗୁଳିକାଣ୍ଡରେ ୬ ଜଣ ମହିଳା ଓ ୫ ଜଣ ପୁରୁଷଙ୍କ ପ୍ରାଣହାନି ଘଟିଛି। ୭ ଜଣ ଲୋକ ମୋଟରସାଇକେଲ ଓ ୩ ଜଣ ଏକ କାର୍‌ରେ ଆସି ଅଚାନକ ଅନ୍ଧାଧୁନ ଗୁଳିଚଳାଇଥିଲେ। ଗୁଳିକାଣ୍ଡ ଘଟାଇ ସାରିବା ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?