ଗଡ୍‌ସେ ପ୍ରକରଣରେ କମଲ ହାସନ୍‌ଙ୍କୁ ଆଗୁଆ ଜାମିନ୍‌


ତାମିଲନାଡ଼ୁ: ଗତ ସପ୍ତାହରେ ଦକ୍ଷିଣ ଭାରତ ଚଳଚ୍ଚିତ୍ରର ଅପ୍ରତିଦ୍ବନ୍ଦ୍ବୀ ନାୟକ ତଥା ରାଜନୈତିକ ଦଳ ମକ୍କଲ ନିଧି ମୈୟମ୍‌ (ଏମ୍‌ଏନ୍‌ଏମ୍‌)ର ପ୍ରତିଷ୍ଠାତା କମଲ ହାସନ୍‌ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ୍‌ ଗଡ୍‌ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିବା ବେଳେ ଏହି ବିବାଦ କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାରେ କମଲ୍‌ଙ୍କୁ ସୋମବାର ମଦୁରାଇ ହାଇକୋର୍ଟ ଆଗୁଆ ଜାମିନ୍‌ ପ୍ରଦାନ କରିଛନ୍ତି। ତାମିଲନାଡ଼ୁର ଆରାଭକୁରିଚି ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିବା ବେଳେ ଗଡ୍‌ସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ। ଏହି ମାମଲାରେ ଏକ ଚରମପନ୍ଥୀ ଗୋଷ୍ଠୀ ପକ୍ଷରୁ କରୁର୍‌ ଜିଲ୍ଲା ଅନ୍ତର୍ଗତ ଆରାଭକୁରୁଚି ପୋଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ କରାଯାଇଥିଲା। ତେବେ ଗିରଫ କରି କମଲ ତୁରନ୍ତ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ ଓ ସୋମବାର ହାଇକୋର୍ଟ ତାଙ୍କର ଏହି ଆବେଦନକୁ ଗ୍ରହଣ କରିଛନ୍ତି।

କମଲ୍‌ଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ୧୫୩-କ’ ଓ ୨୯୫-କ’ ଧାରା ଅନୁସାରେ ମାମଲା ରୁଜୁ ହୋଇଥିଲା। କମଲଙ୍କ ଭାଷଣ ଦେଶର ଜନସାଧାରଣଙ୍କ ଧାର୍ମିକ ଭାବନାକୁ ପ୍ରତିହତ କରିବା ସହ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଶତ୍ରୁତା ଭାବ ସୃଷ୍ଟିକୁ ପ୍ରୋତ୍ସାହିତ କରିବ ବୋଲି ଅଭିଯୋଗ କରି ଏକ ସଂଗଠନ ପୋଲିସ୍‌ରେ ମାମଲା ରୁଜୁ କରିଥିଲା। ନିଜର ଜାମିନ୍‌ ଆବେଦନରେ କମଲ ଦର୍ଶାଇଥିଲେ ଯେ ସେ ଗଡ୍‌ସେଙ୍କୁ ହିନ୍ଦୁ ଆତଙ୍କବାଦୀ କହି କୌଣସି ଭୁଲ୍‌ କରିନାହାନ୍ତି। କାରଣ ଗାନ୍ଧିଙ୍କ ହତ୍ୟା ମାମଲାର ଶୁଣାଣି ବେଳେ ଗଡ୍‌ସେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି। ଏହାଛଡ଼ା ଗଡ୍‌ସେ ତାଙ୍କ ପୁସ୍ତକ ‘ହ୍ବାଇ ଆଇ କିଲ୍‌ଡ ଗାନ୍ଧି’ରେ ମଧ୍ୟ ସେ ଜଣେ ଜଣେ ହିନ୍ଦୁ ଓ ଦେଶ ବିଭାଜନର କାରଣ ଗାନ୍ଧି ବୋଲି ଦର୍ଶାଇଥିଲେ ବୋଲି କମଲ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ଏହାଛଡ଼ା ତାଙ୍କୁ ଆଗୁଆ ଜାମିନ୍‌ ପ୍ରଦାନ ପାଇଁ କୋର୍ଟ ଯାହା ସର୍ତ୍ତ ରଖିବେ, ଉକ୍ତ ସର୍ତ୍ତକୁ ସେ ମାନିବେ ବୋଲି ମଧ୍ୟ କମଲ ସହମତ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।