ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଲେ ମମତାଙ୍କ ପୁତୁରା


କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀ ତାଙ୍କ ଓକିଲଙ୍କ ଜରିଆରେ ଏକ ମାନହାନି ନୋଟିସ୍‌ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ତାଙ୍କର ମାନହାନି କରିଥିବା କହିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ୩୬ ଘଣ୍ଟା ମଧ୍ୟରେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଅଭିଷେକ ପଠାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି। ଯଦି ୩୬ ଘଣ୍ଟା ଭିତରେ ମୋଦି କ୍ଷମା ପ୍ରାର୍ଥନା ନ କରନ୍ତି, ତାହେଲେ ସେ ମାନହାନି ମକଦ୍ଦମା କରିବେ ବୋଲି ଦର୍ଶାଇଛନ୍ତି।

ଅଭିଷେକ ତାଙ୍କ ଓକିଲ ଜରିଆରେ ପଠାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାବଦରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପତ୍ତିଜନକ, ଅସତ୍ୟ ଓ ପ୍ରମାଣ ଆଧାରିତ ନୁହେଁ। ଅନ୍ୟପକ୍ଷରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପରାଜୟ ଆଶଙ୍କା କରି ସେ ଏପରି ଅଭିଯୋଗ କରୁଛନ୍ତି। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖରେ ଡାଇମଣ୍ଡ ହାର୍ବର ସଂସଦୀୟ କ୍ଷେତ୍ରରେ ମୋଦି ନିର୍ବାଚନ ପ୍ରଚାର ବେଳେ ରାଜ୍ୟରେ ‘ବୁଆ ଭତୀଜା’ (ପିଇସି-ପୁତୁରା) ସରକାର ଶେଷ ହେବାକୁ ଯାଉଛି। ଆସନ୍ତା ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ମଧ୍ୟ ଦୃଢୋକ୍ତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ପୁତୁରା ଅଭିଷେକଙ୍କୁ ପରୋକ୍ଷରେ ମୋଦି ଏପରି ସମାଲୋଚନା କରିବା ଦ୍ବାରା ମାନହାନି ହୋଇଛି ବୋଲି ଟିଏମ୍‌ସି କର୍ମୀ ମଧ୍ୟ କହିବା ଆରମ୍ଭ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।