ଅନୁଭବଙ୍କୁ ହତ୍ୟା ଧମକ ଘଟଣା: ଅଭିଯୁକ୍ତ ଗିରଫ


କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍‌ ସ୍କ୍ବାଡ୍‌ ଗୁଜରାଟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଭଡ଼ାଘରେ ରହି ମିସ୍ତ୍ରି କାମ କରୁଥିଲା। ନିର୍ବାଚନ ସମୟରେ ସେ ଅନୁଭବଙ୍କୁ ହତ୍ୟା ଧମକ ଦେବା ସହ ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲା। ଏନେଇ ଅନୁଭବ ଗତ ଏପ୍ରିଲ୍‌ ୩୦ରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କୁ ଏଥର ସାଧାରଣ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଛି। ସେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି। ସେ ବିଜେପିର ହେଭିୱେଟ୍‌ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି। ଅନୁଭବ ଗତ ୨୦୧୪ ମସିହାରୁ ରାଜ୍ୟସଭା ସାଂସଦ ଅଛନ୍ତି। ଏଥିସହ ସେ ଏକାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ନିର୍ବାଚନ ପରେ ଅଭିଯୁକ୍ତ ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗି ଥିଲେ। ଟଙ୍କା ନ ଦେଲେ ତାଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।