୬୫ ଅଣ୍ଡା ସହ ବଉଳା କୁମ୍ଭୀର ଉଦ୍ଧାର


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ବିଜୟନଗର ନିକଟବର୍ତ୍ତିୀ ଅରଡ଼ ଗାଁର ଏକ ବାଉଁଶ ବୁଦାରୁ ରବିବାର ଏକ ୧୦ ଫୁଟର ମାଈ କୁମ୍ଭୀର ସହ ୬୫ଟି ଅଣ୍ଡା ଠାବ କରାଯାଇଛି। ଗ୍ରାମବାସୀମାନେ ବାଉଁଶବୁଦାରୁ କୁମ୍ଭୀର ଅଣ୍ଡାଗୁଡ଼ିକୁ ଆଣି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ, ବାଉଁଶ କାଟିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ କୁମ୍ଭରୀ ଗୋଡ଼ାଇବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା। କୁମ୍ଭୀରକୁ କାବୁ କରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କୁମ୍ଭୀରକୁ ଉଦ୍ଧାର କରିବା ସହ ଅଣ୍ଡା ଦେବା ଉଦ୍ଦେଶ୍ୟରେ ବାଉଁଶ ବୁଦାକୁ ଏହା ଆସିଥିବା ଅନୁମାନ କରାଯାଉଛି। ମହାକାଳପଡ଼ା ରେଞ୍ଜର୍‌ ବିଜୟ ପରିଡ଼ା ଓ କର୍ମଚାରୀମାନେ ଲୁଣାନଦୀରୁ ଉଠି ଆସିଥିବା ସେ କୁମ୍ଭୀରଟିକୁ ନିକଟବର୍ତ୍ତୀ ନାଳରେ ଛାଡ଼ିବାକୁ ନେଇ ଯାଇଛନ୍ତି। ଅଣ୍ଡାଗୁଡ଼ିକୁ ରେଞ୍ଜର୍‌ ଓ ବନକର୍ମଚାରୀମାନେ ଜମ୍ବୁ ରେଞ୍ଜ୍‌ ଅଫିସକୁ ନେଇ ଯାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।