୩ ପାକ୍‌ ଅଧିକାରୀଙ୍କୁ ଭିସା ଦେଲାନି ଆମେରିକା


ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈଶୀ କହିଛନ୍ତି ଯେ ଅବୈଧ ଭାବେ ଆମେରିକାରେ ବସବାସ କରୁଥିବା ପାକିସ୍ତାନୀ ପ୍ରବାସୀଙ୍କୁ ଫେରାଇ ନ ଅଣାଯିବା ମାମଲାରେ ପାକିସ୍ତାନର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ଭିସା ଦେବାକୁ ମନା କରିଦେଇଛି। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବୈଦେଶିକ ମାମଲା ସମ୍ପର୍କିତ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ସ୍ଥାୟୀ ସମିତି ବୈଠକରେ ବୈଦେଶିକ ମନ୍ତ୍ରୀ ଉପରୋକ୍ତ ଘୋଷଣା କରିଛନ୍ତି।

ପାକିସ୍ତାନର ଏହି ତିନି ବରିଷ୍ଠ ଅଧିକାରୀ ହେଲେ ଯୁଗ୍ମ ସଚିବ, ସଚିବ ଓ ଜଣେ ଅନ୍ତରୀଣ ମହାନିର୍ଦେଶକ। କୁରୈଶୀ କହିଛନ୍ତି ଯେ ଆମେରିକାରେ ଥିବା ୭୦ରୁ ଅଧିକ ପାକିସ୍ତାନୀ ଅଧିକାରୀଙ୍କୁ ପାକିସ୍ତାନକୁ ଫେରାଇ ଆଣିବା ଲାଗି ଚାହୁଁଛି ଆମେରିକା। କୁରୈଶୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ୭୦ ଜଣ ପାକିସ୍ତାନୀ ଅଧିକାରୀଙ୍କୁ ଜରୁରୀ ଔପଚାରିକତା ପୂରଣ ପରେ ଆସନ୍ତା ବୁଧବାର ଦିନ ଏକ ସ୍ବତନ୍ତ୍ର ଧରଣର ଚାର୍ଟର୍ଡ ବିମାନରେ ଆମେରିକାରୁ ପାକିସ୍ତାନ ଫେରାଇ ଅଣାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ