ମୋଦି ଭାବୁଛନ୍ତି କେବଳ ଜଣେ ଲୋକ ଦେଶ ଚଳାଇ ପାରିବ: ରାହୁଲ


ବାର୍ଗରୀ: ପଞ୍ଜାବର ବାର୍ଗରୀରେ ନିର୍ବାଚନ ପ୍ରଚାର କରିବା ଅବସରରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ମୋଦି ଭାବୁଛନ୍ତି ଯେ କେବଳ ଜଣେ ଲୋକ ହିଁ ଏହି ଦେଶକୁ ଚଳାଇ ପାରିବ। ମାତ୍ର ସେ ଜାଣି ରଖିବା ଉଚିତ ଯେ ଏହି ଦେଶ କେବଳ ଲୋକମାନଙ୍କ ଦ୍ବାରା ହିଁ ପରିଚାଳିତ ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ନେଇ ମୋଦି ଥଟ୍ଟା କରୁଥିଲେ। ଏବେ ତାଙ୍କ ୫ ବର୍ଷର ଶାସନ କାଳରେ ଲୋକେ ତାଙ୍କୁ ଥଟ୍ଟା କରିବା ସମସ୍ତେ ଦେଖିବାକୁ ପାଉଛନ୍ତି।

ଫରିଦକୋଟ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ମହମ୍ମଦ ସିଦ୍ଦିକଙ୍କ ସକାଶେ ନିର୍ବାଚନ ପ୍ରଚାର କରିବା ଅବସରରେ ରାହୁଲ ସମାନ ପୁରୁଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ଦେଖିବାକୁ ମିଳିଛି। ୨ କୋଟି ବେକାରୀଙ୍କୁ ନିଯୁକ୍ତି ଓ ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଆସିବା ନେଇ ମୋଦି ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ରାହୁଲ ସମାଲୋଚନା କରିଥିଲେ। ଏଥିସହ ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତିରେ ତାଙ୍କୁ ସାମ୍ନା କରିବା ପାଇଁ ଖୋଲା ବିତର୍କକୁ ଆସିବାକୁ ମୋଦିଙ୍କର ଡର କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଭଟିଣ୍ଡାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳକୁ ସମାଲୋଚନା କରିବା ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ