ଅମିତ ଶାହଙ୍କ ରୋଡ ଶୋ’ରେ ହିଂସା ନେଇ ଇସିଙ୍କୁ ଫେରାଦ ହେଲା ବିଜେପି


ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୋଲାକାତାରେ ରୋଡ ଶୋ’ ବେଳେ ବ୍ୟାପକ ହିଂସକାଣ୍ଡ ଘଟିଛି। ଟିଏମ୍‌ସି ଓ ବାମପନ୍ଥୀ ଦଳର କର୍ମୀଙ୍କ ସହ ବିଜେପି କର୍ମୀଙ୍କର ହାତାହାତି ହୋଇଛି। ବିଜେପି ଏନେଇ ସିଧାସଳଖ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛି। ଅନ୍ୟପକ୍ଷରେ ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଶାହ ରାଜ୍ୟ ବାହାରର ଲୋକଙ୍କୁ ଆଣି କୋଲକାତାରେ ହିଂସାକାଣ୍ଡ ସୃଷ୍ଟି କରିଛନ୍ତି। ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନ (ଇସି)ଙ୍କୁ ଭେଟି ଫେରାଦ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଏକ ଟିମ୍‌ ଇସିଙ୍କୁ ଫେରାଦ ହୋଇଛନ୍ତି।

ହିଂସାକାଣ୍ଡ ସତ୍ତ୍ବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କ ରୋଡ୍‌ ଶୋ’ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କରିବାରେ ସଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଶାହ କହିଛନ୍ତି ଯେ ଟିଏମ୍‌ସି କର୍ମୀ ମାନେ ଯେତେ ଗୁଣ୍ଡାଗର୍ଦ୍ଦି କଲେ ବି ବିଜେପି କର୍ମୀ ଡରି ନାହାନ୍ତି। ତାଙ୍କ ରୋଡ ଶୋ’ରେ ଯେପରି ଜନସମର୍ଥନ ମିଳିଛି ଏଥିରୁ ପଶ୍ଚିମବଙ୍ଗରେ ପଦ୍ମ ଫୁଟିବା ଏକପ୍ରକାର ନିଶ୍ଚିତ ବୋଲି ସେ ଆଶାବାଦୀ ହୋଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ନିର୍ବାଚନରେ ସର୍ବାଧିକ ହିଂସାକାଣ୍ଡ ପଶ୍ଚିମବଙ୍ଗରେ ହୋଇଛି। ଏଯାବତ୍‌ ସେଠାରେ ଅନୁଷ୍ଠିତ ହୋଇଥିବା ୬ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟି ଜୀବନହାନି ମଧ୍ୟ ହୋଇଛି। ଉଭୟ ଟିଏମ୍‌ସି ଓ ବିଜେପି ନେତୃବୃନ୍ଦ ବ୍ୟକ୍ତିଗତ ସ୍ତରକୁ ଯାଇ ପରିସ୍ପରକୁ ଆକ୍ଷେପ କରୁଥିବା ମଧ୍ୟ ଦେଖବାକୁ ମିଳିଛି। ଆସନ୍ତା ୧୯ରେ ରାଜ୍ୟରେ ଅନ୍ତମ ପର୍ଯ୍ୟା ନିର୍ବାଚନ ହେବାକୁ ଯାଉଥିବା ବେଳେ ପୁଣି ହିଂସକାଣ୍ଡ ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?