ମୋଦିଙ୍କୁ ‘କାୟର୍‌’ କହିଲେ ଆୟର୍‌: ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର


ନିକଟରେ ଏକ ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନୀଚ୍ଚ ଆଦ୍‌ମୀ’ ବୋଲି ଉଲ୍ଲେଖ କରି ବିବାଦରେ ଥିବା କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟର୍‌ ମଙ୍ଗଳବାର ସାମ୍ବାଦିକମାନଙ୍କୁ ଗାଳି କରି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ମଙ୍ଗଳବାର ସେ ପୁନର୍ବାର ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଧିକନ୍ତୁ ତାଙ୍କୁ ମୋଦିଙ୍କୁ ନୀଚ୍ଚ ବୋଲି ସମ୍ବୋଧନ କରିବା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବା ବେଳେ ଆୟର୍‌ ଯେପରି ଭାବେ ହିଂସ୍ର ହୋଇଉଠିଥିଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ସାମ୍ବାଦିକମାନଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ଆୟର୍‌ ବୁମ୍‌ ଫିଙ୍ଗିବା ସହ ସେମାନଙ୍କୁ ଗାଳି କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଏହାଛଡ଼ା ଆୟର୍‌ ସାମ୍ବାଦିକମାନଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।

ପଞ୍ଜାବ ଗେଷ୍ଟ୍‌ ହାଉସ୍‌ରେ ସାମ୍ବାଦିକମାନେ ଆୟର୍‌ଙ୍କୁ ପ୍ରଶ୍ନ କରିବା ବେଳେ ତାଙ୍କୁ ପ୍ରଶ୍ନ ନ କରି ସେମାନେ ମୋଦିଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ଉଚ୍ଚ ଗଳାରେ କହିଥିଲେ। ସେ କହିଥିଲେ, ଭାରତରେ ଜଣେ ବ୍ୟକ୍ତି ଅଛି, ଯାହାର ନାମ ନରେନ୍ଦ୍ର ମୋଦି। ସେ କିପରି ଭାବେ ଉଗ୍ର ହୋଇ ଆକ୍ରମଣ କରେ, ତାହା ତୁମେ ଶୁଣିନ ବୋଲି ଆୟର୍‌ ପ୍ରଶ୍ନ କରିବା ସହ ତୁମେମାନେ ତାକୁ ଯାଇ ପ୍ରଶ୍ନ କର ବୋଲି ଚିତ୍କାର କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୁଁ ଜାଣେ ସେ ତୁମମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ। କାରଣ ସେ ଜଣେ କାୟର୍‌ ବା ଭୀରୁ। ତା’ର ସାମ୍ବାଦିକମାନଙ୍କୁ ସାମ୍‌ନା କରିବାର ସାହସ ନାହିଁ ବୋଲି ଆୟର୍‌ କହିଥିଲେ। ଏହାପରେ ସେ ମୋଦିଙ୍କ ଷ୍ଟାଇଲ୍‌ର ନକଲ କରି ସାମ୍ବାଦିକମାନଙ୍କୁ ଛିଗୁଲାଇବାକୁ ଉଦ୍ୟମ କରିଥିଲେ। ନିଜ ଉପରୁ ନିୟନ୍ତ୍ରଣ ହରାଇ ଆୟର୍‌ ସାମ୍ବାଦିକମାନଙ୍କ ଉପରକୁ ମୁଥ ଉଠାଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣକୁ ତୁମେ ମୋତେ କୌଣସି ପ୍ରକାର ପ୍ରଶ୍ନ କରିପାରିବ ନାହିଁ ଚେତାବନୀ ଦେଇଥିଲେ। ଏହାପରେ ସେ ଅପଶବ୍ଦ ବ୍ୟବହାର କରି ସେଠାରୁ ସାମ୍ବାଦିକମାନଙ୍କୁ ଘଉଡ଼ାଇ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?