ବାସି ଖାଦ୍ୟ ଖାଇବା ହୋଇପାରେ ବିପଦପୂର୍ଣ୍ଣ


ଗରମ ଦିନେ ଖାଦ୍ୟପେୟକୁ ନେଇ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର। ପରିବେଶରେ ଅଧିକ ତାପମାତ୍ରା ରହୁଥିବାରୁ ଏହି ଦିନେ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ। ଯଦି ଆପଣ ଗରମ ଦିନେ ବାସି ଅର୍ଥାତ୍‌ ବଳକା ଖାଦ୍ୟ ଖାଉଛନ୍ତି, ତେବେ ବିଭିନ୍ନ ପ୍ରକାରର ସମସ୍ୟା ହୋଇପାରେ।

ଖାଇବା ସମୟରେ କାଟନ୍ତୁ ଫଳ ଓ ସାଲାଡ଼

ଡାକ୍ତରଙ୍କ କହିବାନୁସାରେ ଗରମ ଦିନେ ୪ରୁ ୫ ଘଣ୍ଟା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାବ୍ୟତୀତ ସାଲାଡ଼ ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଉଚିତ। ଯଦି ଆପଣ ବାସି ଖାଦ୍ୟ କିମ୍ବା ସାଲାଡ଼ ଖାଉଛନ୍ତି, ତେବେ ଆପଣଙ୍କରଠାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇପାରେ।

ଫୁଡ୍‌ ପଏଜନିଂ
ଏହି ଋତୁରେ ଫୁଡ୍‌ ପଏଜନିଂ ସମସ୍ୟା ବହୁତ ବଢ଼ିଯାଏ। ଏହାର କାରଣ ତାପମାତ୍ରା ଅଧିକ ରହୁଥିବାରୁ ଖାଦ୍ୟରେ ବ୍ୟାକ୍ଟେରିଆ ଶୀଘ୍ର ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଆରମ୍ଭ କରି ୬୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଦ୍ରୁତ୍‌ ଗତିରେ ବଢ଼ିଥାଏ। ୧-୨ ଘଣ୍ଟାରେ ଏହି ବ୍ୟାକ୍ଟେରିଆ ସଂଖ୍ୟା ୨ରୁ ୩ ଗୁଣା ବଢ଼ିପାରେ। ଯାହାଫଳରେ ଖାଦ୍ୟ ବିଷାକ୍ତ ହୋଇଯାଏ। ଏପରି ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା, ବାନ୍ତି ଓ ଫୁଡ୍‌ ପଏଜନିଂ ଲକ୍ଷଣ ଦେଖା ଯାଇପାରେ।

ଡାଇରିଆ

ଗରମଦିନେ ଅଧିକାଂଶ ପିଲା ଡାଇରିଆର ଶିକାର ହୋଇଥାନ୍ତି। ପିଲାଙ୍କ ପାଚନ ତନ୍ତ୍ର ଓ ପ୍ରତିରକ୍ଷାତନ୍ତ୍ର ବୟସ୍କଙ୍କ ତୁଳନାରେ ଦୁର୍ବଳ ହୋଇଥାଏ। ତେଣୁ ବାସି ଖାଦ୍ୟ ଖାଇବା ଦ୍ବାରା ପିଲା ଶୀଘ୍ର ପ୍ରଭାବିତ ହୋଇଥାନ୍ତି। ଡାଇରିଆ ହେଲେ ବାରମ୍ବାର ପତଳା ଝାଡ଼ା, ବାନ୍ତି ଓ ଜ୍ବର ହୋଇପାରେ।

ଦୁଗ୍ଧ ଜାତୀୟ ପଦାର୍ଥ

କେତେକ ଲୋକେ କ୍ଷୀରକୁ ଫ୍ରିଜ୍‌ରେ ରଖି ୨ରୁ ୩ ଦିନ ଯାଏ ବ୍ୟବହାର କରନ୍ତି। ଯଦି ଆପଣ ତାଜା କ୍ଷୀର କିଣୁଛନ୍ତି, ତେବେ ଏହାକୁ ଥରେ ସିଝାଇବା ପରେ ଥରକରେ ଶେଷ କରନ୍ତୁ। ଯଦି ଆପଣ ପ୍ୟାକେଟ୍‌ କ୍ଷୀର କିଣୁଛନ୍ତି, ତେବେ ଏହାକୁ ଏକ୍ସପାୟାରି ଡେଟ୍‌ ପୂର୍ବରୁ ବ୍ୟବହାର କରନ୍ତୁ। ଧ୍ୟାନ ଦିଅନ୍ତୁ ପ୍ୟାକେଟ୍‌ କ୍ଷୀର ଉପରେ ଯେଉଁ ଏକ୍ସପେୟାରୀ ଡେଟ୍‌ ଲେଖାଯାଇଥାଏ, ତାହା ନିହାତି ଚେକ୍‌ କରନ୍ତୁ।

କଟା ଫଳ

ଗରମ ଦିନେ ବେଶୀ ସମୟ ରଖାଯାଇଥିବା କଟା ଫଳ ଖାଇବା ଉଚିତ ନୁହେଁ। ଏହାଦ୍ବାରା ପେଟ ସହିତ ଜଡ଼ିତ ରୋଗ ହୋଇପାରେ।

ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ
ଯଦି ଆପଣ ରାତି କିମ୍ବା ଦିନରେ ରନ୍ଧା ଯାଇଥିବା ଖାଦ୍ୟ ଫ୍ରିଜ୍‌ରେ ରଖୁଛନ୍ତି ଓ ଆଗାମୀ ଦିନ ଖାଉଛନ୍ତି, ତେବେ ଏହା ଏକ ଖରାପ ଅଭ୍ୟାସ। ଫ୍ରିଜ୍‌ରେ ତାଜା ଫଳ ଓ ପନିପରିବା ରଖିପାରିବେ, ଯାହାର ଚୋପା ଛଡ଼ା ଯାଇନି କିମ୍ବା କଟା ହୋଇନି। କିନ୍ତୁ ବଳକା ଖାଦ୍ୟ ରଖି ଖାଇବା ଦ୍ବାରା ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ। କେବଳ ସେତିକି ନୁହେଁ, ପେଟ ସହିତ ଜଡ଼ିତ ସମସ୍ୟା ମଧ୍ୟ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?