କଦଳୀ ଖଆନ୍ତୁ, ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ


ସାଧାରଣତଃ କୁହାଯାଏ ଯେଉଁ ଜିନିଷ ଖାଇବାକୁ ସ୍ବାଦିଷ୍ଟ, ତାହା ସ୍ବାସ୍ଥ୍ୟକର ହୋଇ ନ ଥାଏ। କିନ୍ତୁ କଦଳୀ ସେବନ କ୍ଷେତ୍ରରେ ଏପରି ହୋଇ ନ ଥାଏ। କଦଳୀ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟ ପାଇଁ ଅନେକ ପ୍ରକାରର ଲାଭ ମଧ୍ୟ ଦେଇଥାଏ। କଦଳୀ ସହିତ ଏହାର ଚୋପା ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ।

ପେଟ ସଫା ରହିବ

ଯଦି ଆପଣଙ୍କ ପେଟ ସଫା ହେଉ ନାହିଁ ଓ ଲଗାତର କୋଷ୍ଠକାଠିନ୍ୟ ସମସ୍ୟା ରହୁଛି, ତେବେ ଆପଣ କଦଳୀ ଖାଇବା ଉଚିତ। କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଯେଉଁଥିପାଇଁ ପେଟ ସହଜରେ ସଫା ହୋଇଯାଏ।

ଓଜନ କମ୍‌ କରିବାରେ କରେ ସାହାଯ୍ୟ
ଯଦି ଆପଣ କଦଳୀ ଖାଉଛନ୍ତି, ତେବେ ଆପଣଙ୍କୁ ଶୀଘ୍ର ଭୋକ ଲାଗିବ ନାହିଁ। କଦଳୀରେ ଏକ ଖାସ୍‌ ଧରଣର ଷ୍ଟାର୍ଚ ରହିଛି, ଯାହା ଆପଣଙ୍କ ଭୋକକୁ କାବୁରେ ରଖିଥାଏ। ଏହାସହିତ ଆପଣଙ୍କ ଶରୀରର ଇନ୍‌ସୁଲିନ୍‌ ଲେବଲ୍‌କୁ ମଧ୍ୟ ଏହା ନିୟନ୍ତ୍ରଣରେ ରଖିଥାଏ।

ଧୂମପାନ ଛଡ଼ାଇବାରେ ସାହାଯ୍ୟ କରେ
ଯେଉଁ ଲୋକମାନେ ଧୂମପାନ ଅଭ୍ୟାସରୁ ମୁକ୍ତି ପାଇବାକୁ ଚାହୁଛନ୍ତି, ସେମାନେ କିଛି ସମୟ ବ୍ୟବଧାନରେ କଦଳୀ ସେବନ କରିବା ଉଚିତ। ଯାହାଫଳରେ ଶରୀରକୁ ନିକୋଟିନ୍‌ ପ୍ରଭାବରୁ ଏହା ମୁକ୍ତ କରିବାରେ ସାହାଯ୍ୟ କରିବ।

ଆନେମିଆ ସମସ୍ୟାରୁ ମୁକ୍ତି
କଦଳୀରେ ଆଇରନ୍‌ ପ୍ରଚୁର ମାତ୍ରାରେ ରହିଛି। ଏହି କାରଣରୁ ଆନେମିଆରେ ପୀଡ଼ିତ ରୋଗୀ ଯଦି ନିୟମିତ ଭାବେ କଦଳୀ ସେବନ କରୁଛନ୍ତି, ତେବେ ସେମାନଙ୍କ ଏହି ସମସ୍ୟା ଦୂର ହୋଇଯିବ। ଏହାବ୍ୟତୀତ ରକ୍ତରେ ହିମୋଗ୍ଲୋବିନ୍‌ ସ୍ତର ବଢ଼ାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ।

ତ୍ବଚାରେ ଘଷନ୍ତୁ କଦଳୀ ଚୋପା
ମଶା କାମୁଡ଼ିବା ଫଳରେ ଯଦି ତ୍ବଚା ଲାଲ ପଡ଼ିଯାଏ କିମ୍ବା ପୋଡ଼ିବା ଭଳି ଅନୁଭବ ହୁଏ, ତେବେ ଏହା ଉପରେ କଦଳୀ ଚୋପା ଘଷନ୍ତୁ। ଏହାଫଳରେ ତ୍ବଚାର ଲାଲ୍‌ ଦୂର ହେବା ସହିତ ପୋଡ଼ିବା ମଧ୍ୟ ଶାନ୍ତ ହୋଇଯାଏ।

ରକ୍ତଚାପ ପାଇଁ ଲାଭଦାୟକ
ଆମ ଦେଶରେ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ରୋଗୀ ଅଟନ୍ତି। ତେଣୁ ହୃଦ୍‌ଘାତ ଆଶଙ୍କା ବଢ଼ିବାରେ ଲାଗିଛି। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ଚାହୁଛନ୍ତି, ତେବେ କଦଳୀ ସେବନ କରିପାରିବେ। ଗୋଟିଏ କଦଳୀରେ ପ୍ରାୟ ୪୨୦ ମିଲିଗ୍ରାମ୍‌ ପୋଟାସିୟମ ରହିଥାଏ, ଯାହା ଧମନୀ ପାଇଁ ବହୁତ ଲାଭଦାୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ