ୱାଲ୍‌ନଟ୍‌ କବାବ ମଜା ନିଅନ୍ତୁ


ୱାଲ୍‌ନଟ୍‌ ବା ଅଖରୋଟ କବାବ ଏକ ସ୍ବାଦିଷ୍ଟ ଓ ସିମ୍ପଲ ଉତ୍ତର ଭାରତୀୟ ରେସିପି। ଏହି ଆପ୍ପେଟାଇଜର ରେସିପିକୁ ଆପଣ ଘରେ ବହୁତ କମ୍‌ ପରିଶ୍ରମରେ ତିଆରି କରିପାରିବେ। ଏମିତିରେ ଆପଣ ଯେତେବେଳେ ଚାହିବେ, ଏହି ରେସିପି ତିଆରି କରିପାରିବେ। କିନ୍ତୁ ବିଶେଷକରି ବିବାହ ବାର୍ଷିକୀ, ଗେଟ୍‌ ଟୁଗେଦର କିମ୍ବା ପାର୍ଟି ଅବସରରେ ତିଆରି କରିପାରିବେ। ଯଦି ଆପଣଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ, ତେବେ ଆପଣ ପସନ୍ଦ ଅନୁସାରେ ଏହି କବାବରେ ପରିବର୍ତ୍ତନ କରିପାରିବେ। ଚାଲନ୍ତୁ ଜାଣିବା ଏହି ୱାଲ୍‌ନଟ୍‌ କବାବ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୩୦ଟି ଅଧା ଅଖରୋଟ, ୧୫୦ ଗ୍ରାମ୍‌ ପନୀର, ୨ ଚାମଚ ରସୁଣ ପେଷ୍ଟ, ୩ ଚାମଚ କଟା ଧନିଆ ପତ୍ର, ଦେଢ଼ ଚାମଚ ଚାଟ୍‌ ମସଲା, ଦେଢ଼ ଚାମଚ ଗରମ ମସଲା ଗୁଣ୍ଡ, ତିନି ଚତୁର୍ଥାଂଶ କପ୍‌ ବ୍ରେଡ୍‌କ୍ରମ୍ବସ୍‌, ୩ ଟେବଲସ୍ପୁନ୍‌ ଭେଜିଟେବଲ ଅଏଲ, ୩ଟି ମଧ୍ୟମ ଧରଣର ଗ୍ରେଟେଡ୍‌ ଗାଜର, ୨ ଚାମଚ ଅଦା ପେଷ୍ଟ, ୩ ଟି ମଧ୍ୟମ ଧରଣର ଆଳୁ, ଦେଢ଼ ଚାମଚ କଟା କଞ୍ଚା ଲଙ୍କା, ଦେଢ଼ ଚାମଚ ଜିରା ଗୁଣ୍ଡ, ତିନି ଚତୁର୍ଥାଂଶ ରୋଷ୍ଟେଡ୍‌ ବେସନ, ଦେଢ଼ କପ୍‌ ୱାଲନଟ୍‌ ପାଉଡର ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ୱାଲ୍‌ନଟ୍‌ କବାବ ତିଆରି କରିବା ଲାଗି ସର୍ବପ୍ରଥମେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗ୍ୟାସ୍‌ରେ ବସାନ୍ତୁ। ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଅଖରୋଟ୍‌, ଗାଜର ଓ ଲୁଣ ପକାଇ ୨ରୁ ୩ ମିନିଟ୍‌ ପାଇଁ ଧିମା ଆଞ୍ଚରେ ଭାଜନ୍ତୁ। ଏସବୁରୁ ପାଣି ମରିବା ଯାଏ ଏହାକୁ ଭାଜନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାନ୍ତୁ। ଏବେ ପ୍ୟାନ୍‌କୁ ଗ୍ୟାସ୍‌ରୁ ଓହ୍ଲାଇ ଏଥିରେ ଗ୍ରେଟେଡ୍‌ ପନୀର, ଚକଟା ଆଳୁ ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ କଞ୍ଚା ଲଙ୍କା, ଚାଟ୍‌ ମସଲା, ରୋଷ୍ଟେଡ୍‌ ଜିରା ଗୁଣ୍ଡ, ଗରମ ମସଲା ପକାଇ ପୁଣିଥରେ ଗ୍ରାଇଣ୍ଡିଂ କରନ୍ତୁ।

ଗ୍ରାଇଣ୍ଡିଂ ହୋଇଯିବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହି ମିଶ୍ରଣରେ ରୋଷ୍ଟେଡ୍‌ ବେସନ୍‌, ୱାଲ୍‌ନଟ୍‌ ପାଉଡର, ବ୍ରେଡ୍‌କ୍ରମ୍ବସ୍‌ ପକାନ୍ତୁ। ସବୁ ଉପକରଣକୁ ଏକାଠି ମିଶାଇ ଫ୍ରିଜ୍‌ରେ ରଖନ୍ତୁ। ଫ୍ରିଜ୍‌ରୁ ବାହାର କରି ଏହି ମିଶ୍ରଣକୁ ସମାନ ଭାବେ ଦୁଇ ଭାଗରେ ଭାଗ କରି ନିଅନ୍ତୁ। ଏଥିରେ ଆଙ୍ଗୁଠି ଆକାରର କବାବ ତିଆରି କରନ୍ତୁ। ଏବେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ରଖନ୍ତୁ। ଏହା ଗରମ ହୋଇଗଲା ପରେ ଏଥିରେ ତେଲ ଗରମ କରନ୍ତୁ। ଏହି କବାବକୁ ଚାରିପଟୁ ଭଲ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ୱାଲ୍‌ନଟ୍‌ କବାବ। ଏହାକୁ କଟା ୱାଲ୍‌ନଟ୍‌ରେ ସଜାଇ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।