ଉପବାସରେ ଖାଆନ୍ତୁ ସେଓ ପରଟା


ବ୍ରତ କିମ୍ବା ଉପବାସ ସମୟରେ ଗୋଟିଏ ପ୍ରକାରର ପରଟା ଖାଇ ଖାଇ ଯେ କୌଣସି ଲୋକେ ବିରକ୍ତ ହୋଇଯାଆନ୍ତି। ଏପରିସ୍ଥଳେ କେତେକ ନୂଆ ପ୍ରକାରର ପରଟା ଖାଇବା ଫଳରେ ଖାଇବାର ସ୍ବାଦ ମଧ୍ୟ ବଦଳି ଥାଏ ଓ ଭଲ ମଧ୍ୟ ଲାଗିଥାଏ। ଚାଲନ୍ତୁ ଜାଣିବା ସେଓ ପରଟା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୨ କପ୍‌ ଅଟା, ୧ଟି ସେଓ, ୩ ଟେବଲସ୍ପୁନ୍‌ କିମ୍ବା ଆପଣଙ୍କ ଆବଶ୍ୟକ ଅନୁସାରେ ଚିନି, ୧ ଚାମଚ ଡାଳଚିନି ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ପୁଦିନା ପତ୍ର, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ୪ ଚାମଚ, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଟାରେ ଅଳ୍ପ ତେଲ ପକାଇ ଭଲ ଭାବେ ଚକଟନ୍ତୁ। ସେଓକୁ ଗ୍ରେଟରରେ ଗ୍ରେଟେଡ୍‌ କରନ୍ତୁ। ଏଥିରେ ଡାଳଚିନି ଗୁଣ୍ଡ, ପୁଦିନା ପତ୍ର, ଚିନି, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ପକାଇ ମିଶାନ୍ତୁ। ଚିନି ଭଲ ଭାବେ ନ ମିଳାଇବା ଯାଏ ଏହି ମିଶ୍ରଣକୁ କିଛି ସମୟ ଅଲଗା ରଖନ୍ତୁ। ଏବେ ତେଲ ଗରମ କରନ୍ତୁ ଓ ଅଳ୍ପ ଅଟା ନେଇ ଏଥିରେ ଗୁଳା ତିଆରି କରନ୍ତୁ। ଏହି ଗୁଳାକୁ ପାପୁଲିରେ ଦାବି ବଡ଼ କରନ୍ତୁ। ଏଥିରେ ୧ କିମ୍ବା ୨  ଚାମଚ  ସେଓର ମିଶ୍ରଣ ପୂର ଆକାରରେ ଦେଇ ବନ୍ଦ କରି ଦିଅନ୍ତୁ। ଏବେ ଶୁଖିଲା ଅଟା ଦେଇ ଏହାକୁ ଧିରେ ଧିରେ ଗୋଲ ପରଟା ବେଲନ୍ତୁ। ବେଲା ହୋଇଥିବା ପରଟାକୁ ତାୱାରେ ପକାଇ ଉଭୟ ପାର୍ଶ୍ବରେ ତେଲ ପକାଇ ଭଲ ଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସେଓ ପରଟା। ଉପବାସ ସମୟରେ ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।