ଶାଗୁଦାନା ଟିକ୍କି ରେସିପି


ନବରାତ୍ରି ପାଇଁ ସ୍ବତନ୍ତ୍ର ଭାବେ କ୍ରିସ୍‌ପି ଡିପ୍‌ ଫ୍ରାଏ ଶାଗୁଦାନା ଟିକ୍କି ପ୍ରସ୍ତୁତି ହୋଇଥାଏ। ଏହାକୁ ଆପଣ ଯେ କୌଣସି ସମୟରେ ପ୍ରସ୍ତୁତ କରି ଖାଇପାରିବେ। ନବରାତ୍ରି ଉପବାସ କରୁଥିବା ଲୋକେ ମଧ୍ୟାହ୍ନଭୋଜନ କିମ୍ବା ରାତ୍ରି ଭୋଜନରେ ଏହାକୁ କରି ଖାଇଥାନ୍ତି। ନବରାତ୍ରି ସମୟରେ ରକ୍‌ ସଲ୍ଟ ବ୍ୟବହାର କରାଯାଏ। ଏହି ଟିକ୍କିକୁ ଆହୁରି କ୍ରଞ୍ଚି କରିବା ଲାଗି ଆପଣ ଭଜା ଚିନା ବାଦାମ ମଧ୍ୟ ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ ଶାଗୁଦାନା ଟିକ୍କିକୁ କିଟି ପାର୍ଟି, ପିକ୍‌ନିକ୍‌ ଆଦିରେ ମଧ୍ୟ ତିଆରି କରିପାରିବେ। କାରଣ ଏହାକୁ ପ୍ୟାକ୍‌ କରି ସାଙ୍ଗରେ ନେଇଯିବା ବହୁତ ସହଜ। ଚା’ ଓ କଫି ସହିତ ଏହା ବହୁତ ସ୍ବାଦିଷ୍ଟ ମଧ୍ୟ ଲାଗିଥାଏ।

କ’ଣ ଦରକାର
୨୫୦ ଗ୍ରାମ୍‌ ବତୁରା ଶାଗୁ, ୧ ଟି ସିଝା ଆଳୁ, ଏକ ଚତୁର୍ଥାଂଶ କପ୍‌ ଧନିଆ ପତ୍ର, ଦରକାର ଅନୁସାରେ ଲଙ୍କା ଗୁଣ୍ଡ, ୧ କପ୍‌ ରିଫାଇନ୍‌ ତେଲ, ୨ଟି କଟା କଞ୍ଚା ଲଙ୍କା, ଆବଶ୍ୟକ ଅନୁସାରେ ରକ୍‌ ସଲ୍ଟ, ଏକ ଚତୁର୍ଥାଂଶ କପ୍‌ ଅଧା ଛେଚା ଯାଇଥିବା ରୋଷ୍ଟେଡ୍‌ ଚିନା ବାଦାମ।

ପ୍ରସ୍ତୁତି ପ୍ରଣାଳୀ

ସ୍ବାଦରେ ଭରପୂର ଏହି ନବରାତ୍ରି ସ୍ପେସାଲ ରେସିପି ତିଆରି କରିବା ଲାଗି ଶାଗୁକୁ ପାଣିରେ ୨ରୁ ୩ ଘଣ୍ଟା ଭିଜାଇ ଦିଅନ୍ତୁ। ଶାଗୁଦାନା ଭଲରେ ଫୁଲି ଗଲା ପରେ ଏଥିରୁ ପାଣି ବାହାର କରି ଏକ ପାତ୍ରକୁ ବାହାର କରନ୍ତୁ। ଏହା ପରେ ଟିକ୍କିର ମିଶ୍ରଣ ତିଆରି କରିବା ଲାଗି ଏକ ପାତ୍ରରେ ସିଝା ଆଳୁକୁ ଚକଟି ଦିଅନ୍ତୁ। ଏଥିରେ ଭଜା ବାଦାମ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ଓ ଲୁଣ ସହିତ ଶାଗୁକୁ ପକାଇ ମଧ୍ୟ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଛୋଟ ଛାଟ ଟିକ୍କି ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଟିକ୍କିର ମିଶ୍ରଣ ଅଧିକ ପତଳା କରିବେ ନାହିଁ। ଏବେ ଏକ ପ୍ୟାନ୍‌ରେ ମିଡିୟମ ଆଞ୍ଚରେ ତେଲ ଗରମ କରି ଧିରେ ଏହି ଟିକ୍କିକୁ ପକାନ୍ତୁ। ଏହା କ୍ରିସ୍‌ପୀ ବ୍ରାଉନ୍‌ ହେବା ଯାଏ ଡିପ୍‌ ଫ୍ରାଏ କରନ୍ତୁ। ଏହି କ୍ରିସ୍‌ପୀ ଶାଗୁଦାନା ଟିକ୍କିକୁ ଚିନା ବାଦାମ ଓ ଫେଣ୍ଟା ଯାଇଥିବା ହାଲୁକା ମସଲାଦାର ଦହି ସହିତ ଗରମ ଗରମ ପରଷନ୍ତୁ। ଏହାକୁ ଆପଣ ଚା’ ଓ କଫି ସହିତ ମଧ୍ୟ ଏନ୍‌ଜୟ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।