‘ପିୟୁବିଜି’ ଗେମ୍‌ର ମାୟାଜାଲରୁ ମୁକୁଳିବେ କିପରି?


ଆସନ୍ତାକାଲି ଠାରୁ ବିହାର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। କେବଳ ବିହାର ନୁହେଁ, ସାରା ଦେଶରେ ଆରମ୍ଭ ହୋଇଯାଇଛି ପରୀକ୍ଷା ୠତୁ। ପରୀକ୍ଷା ପାଇଁ ମୁଡ୍‌ କିନ୍ତୁ ସମସ୍ତଙ୍କର ସମାନ ସ୍ଥିତିରେ ନାହିଁ। ବଡ଼ ବଡ଼ ସହରରେ ଏବେ ଅନ୍‌ଲାଇନ ଗେମ୍‌ ‘ପିୟୁବିଜି’ ଚିନ୍ତା ବଢ଼ାଇଛି। ରବିବାର ସକାଳେ ଜଣେ ନାବାଳକ ଆତ୍ମହତ୍ୟା କରିବା ଘଟଣା ମୁମ୍ବାଇରେ ଚହଳ ସୃଷ୍ଟି କରିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅନ୍‌ଲାଇନ ଗେମ୍‌ ନିଶା ପାଲଟି ଯାଇଥିବା ବେଳେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ହିଂସା ବଢ଼ିଚାଲିଛି।

ନିକଟରେ ମହାରାଷ୍ଟ୍ରର ଜଣେ ୧୧ ବର୍ଷୀୟ ବାଳକ ଏହି ଗେମ୍‌କୁ ନିଷିଦ୍ଧ କରିବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ମୁମ୍ବାଇର ଜଣେ ବାଳକ ଏହି ଖେଳ ଖେଳିବା ପାଇଁ ନିଜ ପରିବାର ସଦସ୍ୟଙ୍କ ଠାରୁ ୩୭ ହଜାର ଟଙ୍କାର ଏକ ଫୋନ ଦାବି କରି ନ ମିଳିବା ଫଳରେ ନିଜ ଘରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଖେଳ ଦେଖୁଥିବା ପିଲାମାନେ ଏକାକୀ ରହିବାକୁ ଭଲ ପାଉଥିବା ଓ ହିଂସାତ୍ମକ ଆଚରଣ କରୁଥିବା ଖବରମାନ ପ୍ରକାଶିତ ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କର ମନ୍‌କୀ ବାତ୍‌ରେ ପିଲାମାନଙ୍କୁ ବୁଝାଇସୁଝାଇ ଏଥିରୁ ନିବୃତ୍ତ କରିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି।

କେବଳ ଛାତ୍ର ନୁହେଁ, ପିୟୁବିଜି ପଛରେ ପ୍ରତ୍ୟେକ ବୟସର ଲୋକ ପାଗଳ ହୋଇଛନ୍ତି। ଅନ୍‌ଲାଇନ ଗେମିଂର ଦୁନିଆରେ ବର୍ତ୍ତମାନ ପିୟୁବିଜି ସବୁଠୁ ଅଧିକ ଲୋକପ୍ରିୟ। ଏ ଗେମ୍‌ ଏତେ ପ୍ରଭାବଶାଳୀ ଯେ ଜଣେ ଅଭ୍ୟସ୍ତ ହୋଇଗଲେ ଏଥିରୁ ମୁକ୍ତି ପାଇବା କଷ୍ଟସାଧ୍ୟ। ଗେମ୍‌ ଖେଳିବା କିଛି ଖରାପ କଥା ନୁହେଁ, କିନ୍ତୁ ଯଦି ଆପଣ ପୂରା ସମୟ ଗେମ୍‌ରେ ଡୁବିରହିବେ, ତେବେ ଏହା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ପିୟୁବିଜି ମୋବାଇଲ ଚୀନରେ ଫେବ୍ରୁଆରୀ ୨୦୧୮ରେ ଏବଂ ସାରା ବିଶ୍ବରେ ୧୮ ମାର୍ଚ୍ଚ ୨୦୧୮ରେ ଶୁଭାରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହି ଗେମ୍‌ ସାରା ବିଶ୍ବରେ ପରିଚିତି ଓ ଲୋକପ୍ରିୟତାର ଶିଖରରେ ପହଞ୍ଚିଗଲା। ଏଯାବତ୍‌ ଏହି ଗେମ୍‌କୁ ୨୦ କୋଟିରୁ ଅଧିକ ଲୋକ ଡାଉନଲୋଡ଼ କରିଥିବାର ଅନୁମାନ କରାଯାଉଛି। ଏଥିରୁ କେତେ ଲୋକ ଏହି ଖେଳର ନିଶାରେ ଚୁର୍‌ ହୋଇସାରିଥିବେ ଅନୁମାନ କରନ୍ତୁ।

ଏହି ଖେଳ ଛାଡ଼ିବାର କେତେକ ଉପାୟ -
  •  ଏହି ଖେଳକୁ ସାଙ୍ଗମାନଙ୍କ ସହିତ ନ ଖେଳି ଏକା ଖେଳନ୍ତୁ। ଫଳରେ ବୋର୍‌ ହୋଇଯିବେ ଓ ଖେଳ ଛାଡ଼ିଦେବେ। ଯଦି ଆପଣ ଏକା ଖେଳିବେ, ତେବେ ଶୀଘ୍ର ମରିଯିବେ ଏବଂ ଚିକେନ ଡିନର ନ ମିଳିବା ଦୁଃଖରେ ଖେଳ ପ୍ରତି ଆକର୍ଷଣ କମିବ।
  •  ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ସହ ଅନ୍ତରଙ୍ଗ ଆଳାପ କରନ୍ତୁ। ବୁଲିଯାଆନ୍ତୁ ଓ ବାସ୍ତବ ଦୁନିଆ ସହିତ ସମ୍ପର୍କ ରଖନ୍ତୁ।
  •  ଛୋଟ ଛୋଟ କାମ କରନ୍ତୁ। ଘରକାମରେ ସହଯୋଗ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।