ରୋବୋଟ ଖାଇଦେବ ଚାକିରି


ଯେତେ ଯେତେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର ବ୍ୟାପକ ହେବାରେ ଲାଗିଛି, ଶ୍ରମିକଙ୍କ ଚିନ୍ତା ସେତେ ବଢ଼ିବାରେ ଲାଗିଛି। ସ୍ବ-ଚାଳନର ନୂଆ ଯୁଗ ତାଙ୍କର କ୍ୟାରିଅରର ସମ୍ଭାବନାକୁ ପ୍ରଭାବିତ କରିପାରେ ବୋଲି ଡର ମଧ୍ୟ ବଢ଼ିଛି।

ପ୍ୟୁ ଗବେଷଣାର ଏକ ସଦ୍ୟ ଅଧ୍ୟୟନରୁ ଜଣାଯାଇଛି ଯେ ବିକଶିତ ଏବଂ ଆଗକୁ ଆସିଥିବା ୧୦ଟି ଅର୍ଥ ବ୍ୟବସ୍ଥାରେ ଅଧିକାଂଶ ଶ୍ରମିକଙ୍କ ଧାରଣା ହୋଇଛି ଯେ ଆଜି ଯେଉଁ କାମ ମଣିଷ କରୁଛି, ଆଗାମୀ ୫୦ ବର୍ଷ ମଧ୍ୟରେ ସେହି କାମ ସବୁ କମ୍ପ୍ୟୁଟର କରିଦେବ। ନିଯୁକ୍ତି ବଜାରରେ କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ବୟଂଚାଳିତ ସାମଗ୍ରୀର ପ୍ରଭାବକୁ ନେଇ ଶ୍ରମିକମାନଙ୍କ ଅଶାନ୍ତି ପରିଷ୍କାର ସାମ୍ନାକୁ ଆସିଛି। ୱାର୍କଫୋର୍ସରେ କେତେ ଭାଗ ସ୍ବଚାଳିତ ହୋଇଯିବ, ଏ ବାବଦରେ ଅନୁମାନ ଭିନ୍ନ ଭିନ୍ନ। ଆର୍ଥିକ ପରାମର୍ଶଦାତା କମ୍ପାନୀ ମୋକିଞ୍ଜି ଅନୁଯାୟୀ ୨୦୩୦ ସୁଦ୍ଧା ସାରା ବିଶ୍ବରେ ୮୦ କୋଟି ଶ୍ରମିକଙ୍କ କାମ କରିଦେବ ରୋବୋଟ।

କେତେକ ଚାକିରି ନାଟକୀୟ ଭାବେ ବଦଳିଯିବ। ଅନ୍ୟ କେତେକ ଚାକିରି ଗାଏବ ବା ନିଶ୍ଚିହ୍ନ ହୋଇଯିବ। ସ୍ବଚାଳନ ଯଦି ନିଯୁକ୍ତି ବଜାରକୁ ମ୍ୟୁଜିକାଲ ଚେୟାର ଖେଳ ପରି ପରିଚାଳନା କରିବ, ତେବେ ଆପଣ ମ୍ୟୁଜିକ ବନ୍ଦ ହେବା ପରେ ନିଜ ଚେୟାରକୁ ଯଥାସ୍ଥାନରେ ପାଇବେ କି? ମ୍ୟୁଜିକ ଚେୟାର ଖେଳରେ ମ୍ୟୁଜିକ ବନ୍ଦ ହେବା ପରେ ଯେପରି ଚେୟାର ଗାଏବ ହୋଇଯାଏ ସେପରି ନିଯୁକ୍ତି ବଜାରରେ ଅଟୋମେସନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗ ଫଳରେ ଆପଣଙ୍କ ନିଯୁକ୍ତି ସେପରି ନିଖୋଜ ହୋଇପାରେ।

ଦକ୍ଷତା ବଢ଼ାଇବାରେ ଲାଗନ୍ତୁ

ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍ସିଟିର ପ୍ରେସିଡେଣ୍ଟ ଯୋଶେଫ ଏୟାନଙ୍କ ଅନୁଯାୟୀ ଭବିଷ୍ୟତରେ ଚାକିରି ସୁରକ୍ଷିତ ରହୁ, ଏହା ନିଶ୍ଚିତ କରିବା ପାଇଁ ନିଯୁକ୍ତିର ସଠିକ ଚୟନ ଅପେକ୍ଷା ନିଜର ଦକ୍ଷତାକୁ ଅଧିକ ବୃଦ୍ଧି ଉପରେ ନିର୍ଭର କରେ। ଏୟାନ ‘ରୋବୋଟ ପ୍ରୁଫ: ହାୟର ଏଜୁକେସନ ଇନ ଦ ଏଜ ଅଫ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ପୁସ୍ତକର ଲେଖିକ। ଏୟାନଙ୍କ ମତରେ ମେସିନ କିପରି କାମ କରେ ଏବଂ କୃତ୍ରିମ ବୁଦ୍ଧିମତା ଥିବା ମେସିନର ଭାଷା କିଭଳି ବୁଝିହେବ, ସେ ଉପରେ ଞାନ ଥିବା କର୍ମଚାରୀମାନେ ସହଜରେ ଛଟେଇ ହୋଇ ନ ଥାନ୍ତି। କାର୍ଯ୍ୟସ୍ଥଳୀରେ କୋଡିଂ ଓ ଇଞ୍ଜିନିୟରିଂ ସିଦ୍ଧାନ୍ତକୁ ବୁଝିପାରୁଥିବା ଶ୍ରମିକଙ୍କୁ ଛଟେଇର ଡର ନ ଥାଏ।

ୱାର୍ଲ୍ଡ ଇକୋନୋମିକ ଫୋରମର ନିଷ୍କର୍ଷ ଯେ ଅଟୋମେସନ ଦ୍ବାରା ନିଯୁକ୍ତି କମିବ ନାହିଁ, ବରଂ ବଢ଼ିବ। କେତେକ ନିଯୁକ୍ତି ନିଶ୍ଚିହ୍ନ ବା ଗାଏବ ହେଉଥିଲେ ହେଁ ଏହାଠାରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଭବିଷ୍ୟତରେ ଅଫିସ ଓ କାର୍ଯ୍ୟସ୍ଥଳୀଗୁଡ଼ିକରେ ରୋବୋଟ ମନୁଷ୍ୟ ସହିତ ମିଶି କାମ କରିବେ। ଡିଲଏର୍ଟର କିଛି ଗ୍ରାହକଙ୍କ ନିକଟରେ କୃତ୍ରିମ ବୁଦ୍ଧିମତାଯୁକ୍ତ ପ୍ରଣାଳୀ ରହିଛି, ଯେଉଁମାନେ ବୈଠକରେ ମଧ୍ୟ ଭାଗ ନେଉଛନ୍ତି। ମେସିନ ସହିତ ଆମର ପରିବର୍ତ୍ତିତ ସମ୍ପର୍କକୁ ବୁଝିବାକୁ ପଡ଼ିବ ଓ ସେହି ଅନୁସାରେ ଶିକ୍ଷାପ୍ରାପ୍ତ ହେବା ଗୁରୁତ୍ବପୂର୍ଣ୍ଣ ବୋଲି ଏୟାନ ଦର୍ଶାଇଛନ୍ତି।

ଆମ ପାଖରେ ଯଦି ସେଲ୍‌ଫ ଡ୍ରାଇଭିଂ କାର ଉପଲବ୍ଧ ହେବ ତେବେ ଡ୍ରାଇଭିଂ ଟ୍ରେନିଂ ବଦଳିଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ଏହା ଯେ ମଣିଷକୁ ଏହିସବୁ ନୂଆ କୌଶଳ ଉପରେ ଧ୍ୟାନ ଦେବା ଜରୁରୀ, ଯାହାର ନକଲ କରିବା ମେସିନର କୃତ୍ରିମ ବୁଦ୍ଧି ପାଇଁ କଠିନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ