ଆମେରିକାରେ ପ୍ରଥମ କ୍ରୀତଦାସ ମାଲିକ ଥିଲେ ଜଣେ କୃଷ୍ଣକାୟ


୧୬୧୯ ମସିହାରେ ହ୍ବାଇଟ ଲାୟନ ନାମକ ନେଦରଲାଣ୍ଡର ଗୋଟିଏ ଜାହାଜ ସ୍ପାନିସ୍ ଯୁଦ୍ଧରୁ ଫେରିବା ପଥରେ ଭର୍ଜିନିଆ ରାଜ୍ୟର ଜେମସ୍ ଟାଉନରେ ମରାମତି ନିମନ୍ତେ ଅଟକିଥିଲା। ଜାହାଜରେ ୨୦ ଜଣ କ୍ରୀତଦାସ ଥିଲେ  । ମରାମତି ସରିବା ପରେ କ୍ୟାପଟେନଙ୍କ ପାଖରେ ସେହି ପରିମାଣର ଅର୍ଥ ନ ଥିବାରୁ, ସେହି ବାବଦକୁ ସେ କୋଡ଼ିଏ ଜଣ ବ୍ୟକ୍ତିଙ୍କୁ ଦେଇଦେଲେ। ସେମାନେ ହେଉଛନ୍ତି ଆମେରିକାର ପ୍ରଥମ କ୍ରୀତଦାସ। ସେତେବେଳେ ଆମେରିକାର ଆଇନ ଅନୁଯାୟୀ ଜଣେ ମାଲିକ ଗୋତି ଶ୍ରମିକକୁ ଅତି ବେଶୀରେ ସାତ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଖଟେଇ ପାରୁଥିଲେ। ୧୬୫୪ ମସିହାରେ ଆନ୍ଥୋନି ଜନସନ୍ ନାମକ କୃଷ୍ଣକାୟ ମାଲିକଙ୍କ ପାଖରେ ଜନ୍ କାସର ଶ୍ରମିକ କାମ କରୁଥିଲେ। ସେହି ସମୟରେ ସାତ ବର୍ଷ ପୂରି ଯିବାରୁ ଜନ୍ କାସର ନିଜକୁ ମୁକ୍ତ ବୋଲି ଘୋଷଣା କଲେ। କିନ୍ତୁ ଆନ୍ଥୋନି ତାଙ୍କ ନାମରେ ମକଦ୍ଦମା କରିବାରୁ ୧୯୫୬ ମସିହାରେ ଅଦାଲତ ଜନ୍ କାସରଙ୍କୁ ଆନ୍ଥୋନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ଘୋଷଣା କଲେ। ସେତେବେଳେ ଆଇନର ପରିଭାଷାରେ କ୍ରୀତଦାସମାନଙ୍କୁ ମଣିଷ ଭାବେ ନୁହେଁ, ବସ୍ତୁ ଏବଂ ସଂପତ୍ତି ଭାବେ ଗଣାଯାଉଥିଲା। ଆନ୍ଥୋନି ଜନସନ୍ ନିଜେ ଜଣେ ଗୋତି ଶ୍ରମିକ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ