ନାଁକରା ରସିକ ରସେଲ୍‌


ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଆସେ ଅସାଧାରଣ ହୋଇ। ମାତ୍ର ପରବର୍ତ୍ତୀ କାଳରେ ସେଇ ପ୍ରେମ ସେମାନଙ୍କୁ କେତେବେଳେ କରିଦିଏ ଚର୍ଚ୍ଚିତ ତ ପୁଣି କେତେବେଳେ ବିବାଦୀୟ।

ବର୍ଟ୍ରାଣ୍ଡ ରସେଲ୍
ବିଦ୍ୟାବୁଦ୍ଧି ଓ ଅଶେଷ ପ୍ରତିଭାର ଅଧିକାରୀ ମଣିଷ ଯେ ଜୀବନର ସଂପୂର୍ଣ୍ଣ ସ୍ବାଦ ନେବା ପାଇଁ ବ୍ୟାକୁଳ ହୋଇଉଠେ, ତା’ର ଉଦାହରଣ ବର୍ଟ୍ରାଣ୍ଡ ରସେଲ୍। ଏଇ  ଇଂରେଜ ପଣ୍ଡିତଙ୍କ ପ୍ରେମିକ ଜୀବନ ଥିଲା ବିଚିତ୍ରବର୍ଣ୍ଣା।
ମାତ୍ର ୧୫ ବର୍ଷ ବୟସରେ ତାଙ୍କର ପ୍ରଥମ ଦୀକ୍ଷା ହୋଇଥିଲା ପ୍ରେମରେ। ରସେଲ୍ ବଞ୍ଚିଥିଲେ ସତାନବେ ବର୍ଷ। ଏଇ ଦୀର୍ଘଜୀବନରେ ସେ କେତେ ନାରୀଙ୍କ ସାହଚର୍ଯ୍ୟ, ପ୍ରେମ ଓ ଭଲପାଇବା ଯେ ପାଇଥିଲେ ତା’ର ହିସାବ ନାହିଁ। ବର୍ଟାଣ୍ଡ ରସେଲ୍ କହୁଥିଲେ, ଶାରୀରିକ ମିଳନ ନ ହେଲେ କୌଣସି ନାରୀକୁ ବୁଝି ହୁଏ ନାହିଁ, ସଂପୂର୍ଣ୍ଣ ଭାବରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।