ଭୁଟାନ ବୁଲି ଯାଉଥିଲେ ଏସବୁ ଜାଣନ୍ତୁ


ବୁଲିବା ପାଇଁ ଭାରତର ପଡ଼ୋଶୀ ଦେଶ ଭୁଟାନ ଏକ ଉପଯୁକ୍ତ ବିକଳ୍ପ। ନିଜ ଛୁଟିର ମଜା ନେବା ପାଇଁ ଏହି ଦେଶକୁକୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ଆପଣ ଯଦି ଭୁଟାନ ଭ୍ରମଣ କରିବାକୁ ଯାଉଛନ୍ତି, ତେବେ ଏଠାର କେତେକ ନିୟମ ସମ୍ପର୍କରେ ଜାଣନ୍ତୁ। ଭୁଟାନରେ ଏବେ ବି ରାଜା ରାଜୁଡ଼ା ଶାସନ ଚାଲୁଛି। ତେଣୁ ଏଠାର ନିୟମ କାନୁନ କିଛି ମାତ୍ରାରେ ଅଲଗା ରହିଛି। ଯଦି ଆପଣ ଭୁଟାନ ଯିବାକୁ ଯୋଜନା କରୁଛନ୍ତି, ତେବେ ଏ ସମ୍ପର୍କରେ କିଛି ଟିପ୍ସ ନିହାତି ଜାଣନ୍ତୁ।

ପାସପୋର୍ଟ, ଭିସାର ଆବଶ୍ୟକତା ନାହିଁ
ଏହି ଦେଶକୁ ଯିବା ଲାଗି ପାସପୋର୍ଟ କିମ୍ବା ଭିସାର ଆବଶ୍ୟକ ନାହିଁ। ଆପଣ ଏହି ଦେଶକୁ ସଡ଼କ ମାର୍ଗରେ ମଧ୍ୟ ବୁଲିପାରିବେ। ମାତ୍ର ରୋଡ୍‌ ଟ୍ରିପ୍‌ ପାଇଁ ଆପଣଙ୍କ ପାଖରେ ପରମିଟ୍‌ ରଖିବାକୁ ଭୂଲନ୍ତୁ ନାହିଁ।

ଏଠି ଏକୁଟିଆ ବୁଲି ପାରିବେ ନାହିଁ
ଆପଣ ଏକୁଟିଆ ଭୁଟାନ ଭ୍ରମଣ କରିପାରିବେ ନାହିଁ। ଏଠାକୁ ଆପଣ ପୂରା ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସହ ଯିବାକୁ ପଡ଼ିବ। ଆପଣ ଚାହିଲେ ନିଜ ପାର୍ଟନରଙ୍କ ସହ ମଧ୍ୟ ଭୁଟାନ ବୁଲିବାକୁ ଯାଇପାରିବେ। ମାତ୍ର ଏଠାରେ ସୋଲୋ ଟ୍ରିପ୍‌ ପାଇଁ ଅନୁମତି ମିଳି ନ ଥାଏ।

ଆଧାରକାର୍ଡ ଦରକାର ନାହିଁ

ଭାରତରେ ଆପଣଙ୍କୁ ସମସ୍ତ କାମ ପାଇଁ ଆଧାରକାର୍ଡ ଦରକାର। ମାତ୍ର ଭୁଟାନରେ ଏହାର କୌଣସି ମୂଲ୍ୟ ନାହିଁ। ଏଠାରେ କେବଳ ପରମିଟ୍‌ ପ୍ରଚଳନ ହେଉଛି। ଗୋଟିଏ ପରମିଟ୍‌ରେ ୧୫ ଦିନ ଯାଏ ଭୁଟାନରେ ବିନା କୌଣସି ରୋକ୍‌ଟୋକ୍‌ରେ ବୁଲି ପାରିବେ। ଯଦି ଆପଣ କୌଣସି ବିଜ୍‌ନେସ୍‌ କିମ୍ବା ଅନ୍ୟ କୌଣସି କାମରେ ଭୁଟାନ ଯାଉଛନ୍ତି, ତେବେ ଆପଣଙ୍କୁ ୬ ମାସ ଯାଏ ପରମିଟ୍‌ ମିଳିପାରିବ।

କ୍ୟାଶ୍‌ ନେଇ ଯାଇପାରିବେ

ଭୁଟାନ ଏବଂ ଭାରତର କରେନ୍ସି ଭ୍ୟାଲ୍ୟୁରେ ବିଶେଷ କିଛି ତଫାତ୍‌ ନାହିଁ। ଏଠାରେ ଭାରତର ମୁଦ୍ରା ମଧ୍ୟ ପ୍ରଚଳିତ ହେଉଛି। ମାତ୍ର ଏହା ଭୁଟାନର କେତେକ ସ୍ଥାନରେ ସମ୍ଭବ। ସୂଚନାଯୋଗ୍ୟ ଯେ ଭୁଟାନର ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ୨୦୦ ଟଙ୍କା ଏକ୍ସଟ୍ରା ଚାର୍ଜ ଲାଗେ।

ଭାରତୀୟ ଖାଦ୍ୟର ମଜା
ଭୁଟାନରେ ଆପଣଙ୍କୁ ଖାଇବା ପିଇବାରେ କୌଣସି ସମସ୍ୟା ହେବ ନାହିଁ। କାରଣ ଏଠାରେ ଭାରତୀୟ ଖାଦ୍ୟ ସହଜରେ ମିଳିଯାଏ। ଆପଣ ଭୁଟାନର ଯେ କୌଣସି ହୋଟେଲ କିମ୍ବା ରେସ୍ତୋରାଁରେ ଭାରତୀୟ ଖାଦ୍ୟର ମଜା ନେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।